Jump to content

ଯାଯାବର

ଉଇକିଅଭିଧାନ‌ରୁ

ଯାଯାବର

ଉଚ୍ଚାରଣ

[ସମ୍ପାଦନା]
(ଯଯାବରା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ.

[ସମ୍ପାଦନା]

ଯାଯାବର (ଦେଖ) - J̄aj̄ābara (See)



ଯାଯାବର

ଉଚ୍ଚାରଣ

[ସମ୍ପାଦନା]
(ଯାଯାବରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - [ଯା ଧାତୁ ପୌନଃ ପୁନ୍ୟାର୍ଥେ (ଯଙ୍ ଲୁଗନ୍ତ) ଦ୍ୱିତ୍ୱ+କର୍ତ୍ତୃ. ବର)

[ସମ୍ପାଦନା]
୧. ସଦା ଭ୍ରମଣକାରୀ — ୧. Itinerant; vagrant; nomadic.
୨. ବାସହୀନ ଓ ଭ୍ରମଣକାରୀ —୨. Wandering and homeless.

ବିଶେଷ୍ୟ -

[ସମ୍ପାଦନା]
୧. ଅଶ୍ୱମେଧ ପାଇଁ ଉତ୍ସୂଷ୍ଟ ଘୋଟକ —୧. A horse let loose before being offered at a sacrifice.
୨. ଜରତ୍କାରୁ ମନି; ନାଗରାଜ ବାସୁକିଙ୍କ ଭଗିନୀ ମନସାଦେବୀଙ୍କ ପତି ଓ ଆସ୍ତିକ ମୁନିଙ୍କ ପିତା —୨. Name of a sage.
୩. ନିୟତ ଭ୍ରମଣକାରୀ ବାସସ୍ଥାନଶୂନ୍ୟ ତାପସ —୩. A class of
itinerant ascetics who have no hermitage; a vagrant mandicant.
୪. ସନ୍ନ୍ୟାସୀ — ୪. A mendicant.
୫. ଅଗ୍ନିହୋତ୍ରୀ ବ୍ରାହ୍ମଣ— ବିଶେଷ; ସାଗ୍ନିକ ବ୍ରାହ୍ମଣ —୫. A Brāhmaṇa who performs 'Agnihotra' sacrifice.

[ଦ୍ରଷ୍ଟବ୍ୟ —ଏହାଙ୍କ ଗୃହରେ ସର୍ବଦା ଗାର୍ହପତ୍ୟ ଅଗ୍ନି ରକ୍ଷିତ ହୋଇଥାଏ]

୬. ପରିବ୍ରାଜକ; ପର୍ଯ୍ୟଟକ —୬. A wanderer; a traveller.
୭. ମୁନିମାନଙ୍କ ଗଣ ବା ଗୋତ୍ର ବିଶେଷ —୭. Name of a family or septy of sages.
୮. ଯାଚ୍ଞା (ହିନ୍ଦୀ - ଶ) —୮. Begging.
୯. (+ଭାବ. ବର) ନିୟତ ଭ୍ରମଣକାରୀ ସାଧୁଙ୍କ ଜୀବନ —୯. The life of a vagrant mendicant (Apte).