ଯୁକ୍ତ
ଦେଖଣା
ଯୁକ୍ତ
ଉଚ୍ଚାରଣ
[ସମ୍ପାଦନା](ବିଯୁକ୍ତ—ବିପରୀତ)
ସଂସ୍କୃତ - ବିଶେଷଣ - (ଯୁକ୍ ଧାତୁ=ଯୋଗ କରିବା+କର୍ମ. ତ)
[ସମ୍ପାଦନା]- ୧. ମିଳିତ; ସଂଲଗ୍ନ; ଜୋଡ଼ା ହୋଇଥିବା — ୧. Joined; combined; united; attached.
- ୨. ଏକ ରାଶି ସଙ୍ଗେ ଯୋଗ କରାଯିବା ବା; ମିଶାଯିବା —୨. Added with
- ୩. ନ୍ୟାଯ୍ୟ; ନ୍ୟାୟାନୁଗତ —୩. Reasonable; just
- ୪. ପ୍ରମାଣୀକୃତ —୪. Proved by evidence
- ୫. ଯୋଗ୍ୟ —୫. Fit. right; proper
- ୬. (ଗୁଣାଦି ଦ୍ୱାରା) ଭୂଷିତ; ଶୋଭିତ —୬. Possessed of or endowed with good qualities
- ୭. ବ୍ୟାପୃତ — ୭. Engaged; employed in a business
- ୮. ପରିମିତ; ସାମାନ୍ୟ —୮. Mocerate; common; ordinary; limited
- ୯. ଅବଶିଷ୍ଟ —୯. Remaining.
- ୧. ଆସକ୍ତ —୧୦. Attached to; bent on; addieted to; intent on (a pursuit); absorbed in; devoted to.
- ୧୧. ଯୋଗାରୂଢ଼ (ବ୍ୟକ୍ତି); ଯୋଗୀ; ଜିତେନ୍ଦ୍ରିୟ (ବ୍ୟକ୍ତି); ଯୋଗନିରତ — ୧୧. (a person) Engaged or absorbed in J̄oga.
[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତି ଜ୍ଞାନବିଜ୍ଞାନ ତୃପ୍ତାତ୍ମା, କୂଟସ୍ଥ, ବିଜିତେନ୍ଦ୍ରିୟ ଓ ସମଲୋଷ୍ଟ୍ରାଶୁକାଞ୍ଚନ, ସେହି ବ୍ୟକ୍ତି ଯୁକ୍ତ ପଦବାଚ୍ୟ ଭଗବଦ୍ଗୀତା. ୬ଷ୍ଠ ଅଧ୍ୟାୟ] (ଯୁକ୍ତ ଅନ୍ୟ ଶବ୍ଦ ସଙ୍ଗେ ଯୋଗ କରାଯାଇ ସମାସରେ ବିଶେଷଣ ପଦ ସୃଷ୍ଟି କରେ ଯଥା—ପ୍ରେମଯୁକ୍ତ, ଭକ୍ତିଯୁକ୍ତ, ଖେଦ ଯୁକ୍ତ, ଚେଷ୍ଟାଯୁକ୍ତ, ଦୋଷଯୁକ୍ତ)
- ୧୨. ଅଧିକୃତ — ୧୨. Possessed of.
- ୧୩. ମିଶ୍ରିତ —୧୩. Mixed with.
(ଯଥା—କୀଟଯୁକ୍ତ ତଣ୍ଡୂଳ)
- ୧୪. ଯୁଅଳିରେ ଯୋଚା ଯାଇଥିବା —୧୪. Yoked; harnessed (Apte)
- ୧୫. ବ୍ୟବସ୍ଥିତ —୧୫. Arranged; fitted out.
- ୧୬. ସମଭିବ୍ୟାହାରରେ ଗତ — ୧୬. Accompanied.
- ୧୭. ନିଯୋଜିତ —୧୭. Engaged; employed; appointed.
- ୧୮. ପ୍ରମାଣିତ —୧୮. proved; inferred.
- ୧୯. କର୍ମଠ — ୧୯. Active.
- ୨. ଉପଯୁକ୍ତ —୨୦ Fit; proper; suitable.
- ୨୧. କୁଶଳ —୨୧. Skilful.
- ୨୨. (ବ୍ୟାକରଣ) ମୌଳିକ (ଶବ୍ଦ) —୨୨. (grammar) Primitive; not derived from another word.
- ୨୩. ସଂଯୁକ୍ତ —୨୩. Connected with.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଯେଉଁ ଯୋଗୀ ଭଗବତ୍ ସାକ୍ଷାତକାର ଲାଭ କରିଅଛନ୍ତି —୧. A saint who has become one with the Supreme Being.
- ୨. ଯୁଗ କାଷ୍ଠ; ଯୁଆଳି —୨. Yoke (Apte)
- ୩. ଯୁଆଳିରେ ଯୋଚା ହୋଇଥିବା ଜୀବଦ୍ୱୟ —୩. Team (Apte).
- ୪. ନ୍ୟାୟମାର୍ଗୋପାର୍ଜ୍ଜିତ ଧନ —୪. Money lawfully obtained
- ୫. ଚାରି ହାତର ଏକ ମାପ (ହିନ୍ଦୀ - ଶ) —୫. A measure of ୪ cubits (Apte).
ସଂସ୍କୃତ - କ୍ରି. ବିଣି
[ସମ୍ପାଦନା]- ୧. ନ୍ୟାୟତଃ —୧. Justly (Apte).
- ୨. ଉଚିତରୂପେ —୨. Properly (Apte).
ବିଶେଷ୍ୟ -
[ସମ୍ପାଦନା]ଯେଉଁ ବ୍ୟକ୍ତି ଯୋଗସାଧନରେ ସିଦ୍ଧିଲାଭ କରି ଅଛନ୍ତି; ଅଭ୍ୟସ୍ତଯୋଗ ବ୍ୟକ୍ତି —A person who has succeeded in controlling his soul and passions.