ଯୁକ୍ତି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବାଦାନୁବାଦ; ନ୍ୟାୟ; ତର୍କ
  • ମିଳନ; ସଂଯୋଗ
  • ଉପଯୋଗିତା; ଯୋଗ୍ୟତା
  • ରୀତି; ପ୍ରଥା
  • ଲୋକ ବ୍ୟବହାର
  • ଅନୁମାନ
  • କାରଣ; ହେତୁ
  • ମୀମାଂସା
  • ମନ୍ତ୍ରଣା; ପରମର୍ଶ
  • ସାକ୍ଷୀର ପ୍ରଦତ୍ତ ବିବରଣର ଉଲ୍ଲେଖ
  • ପରିଚ୍ଛିନ୍ନ ବାକ୍ୟ ମଧ୍ୟସ୍ଥିତ ଊହ୍ୟ ବାକ୍ୟର ବା ପଦର ସଂଯୋଜନ
  • ବାକ୍ୟାଳଙ୍କାର ବିଶେଷ; ଯଦ୍ଦ୍ଵାରା ଭାବବ୍ୟଞ୍ଜକ ଶବ୍ଦପ୍ରୟୋଗରେ ମୁଖ୍ୟ ଅଭିପ୍ରାୟ ବା ଉଦ୍ଦେଶ୍ୟ ଗୁପ୍ତ ରଖାଯାଏ
  • ନାଟ୍ୟାଙ୍ଗ ବିଶେଷ; ନାଟ୍ୟୋଲ୍ଲିଖିତ ଘଟନାର ଐକ୍ୟ ବା ମିଳନ ବା ଧାରାବାହିକତା
  • ଯୋଚିବା
  • ନିଯୁକ୍ତି
  • ଉପାୟ
  • ଫିକର
  • ରଚନା; ବ୍ୟବସ୍ଥାନ
  • କାଳ, ସ୍ଥାନାଦିର ବର୍ଣ୍ଣନା ବା ଉଲ୍ଲେଖ
  • ଧାତୁରେ ଖାଦ ମିଶାଇବା
  • ମନ୍ତ୍ରଯନ୍ତ୍ର; ଗୁଣି
  • ପ୍ରୟୋଗ; ବ୍ୟବହାର
  • ଅଦାଲତରେ ସାକ୍ଷୀମାନଙ୍କ ପ୍ରଦତ୍ତ ବିବରଣର ସତ୍ୟାସତ୍ୟ ବିଚାର
  • ମକଦମାରେ ପ୍ରମାଣ ଗୃହୀତ ହେବା ପରେ ଉଭୟ ପକ୍ଷଙ୍କ ବାଦନୁବାଦଯୁକ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି)[ସମ୍ପାଦନା]

୧. ବାଦାନୁବାଦ; ନ୍ୟାୟ; ତର୍କ — ୧. Reasoing; logic argument.

[ଦ୍ରଷ୍ଟବ୍ୟ — ଏକ ବା ଏକାଧିକ ଅନୁଭୂତ ବିଷୟର ସାହାଯ୍ୟରେ କୌଣସି ଅନନୁଭୂତ ବିଷୟର ଜ୍ଞାନ ଜନ୍ମିଲେ, ଉକ୍ତ ଜ୍ଞାନକୁ ଯୁକ୍ତି ବୋଲାଯାଏ ଯୁକ୍ତି ତର୍କବିଜ୍ଞାନର ଗୋଟିଏ ପାରିଭାଷିକ ଶବ୍ଦ ଇଂରେଜିରେ ଏହାକୁ ଇନ୍ଫରେନ୍ସ (Inference) କହନ୍ତି ଯୁକ୍ତି ଦ୍ୱ୍ୟର୍ଥସୂଚକ ଯେଉଁ ଜ୍ଞାନ ହସ୍ତଗତ ହୁଏ ତାହା ପ୍ରତି ଓ ଯେଉଁ ପ୍ରଣାଳୀଦ୍ୱାରା ଉକ୍ତ ଜ୍ଞାନ ଆୟତ୍ତ ହୁଏ ତାହା ପ୍ରତି ମଧ୍ୟ ଏହି ଶବ୍ଦ ପ୍ରଯୁଜ୍ୟ ଯୁକ୍ତି ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ, ଯୁକ୍ତିଲବ୍ଧ ଜ୍ଞାନ ଅପ୍ରତ୍ୟକ୍ଷ ଯୁକ୍ତି ବଳରେ ଭୂତ, ଭବିଷ୍ୟତ ଓ ପରୋକ୍ଷ ବିଷୟ ଜାଣିବାରେ ଆମ୍ଭେମାନେ ସମର୍ଥ ହେଉଁ ଯୁକ୍ତି ଦୁଇ ପ୍ରକାର, (କ) ଆରୋହୀ ଯୁକ୍ତି (Induction) ଏବଂ (ଖ) ଅବରୋହୀ ଯୁକ୍ତି (=Deduction).

ପାଶ୍ଚାତ୍ୟ ଦର୍ଶନରେ ଏହି ଦୁଇ ପ୍ରଣାଳୀ ପରସ୍ପର ଠାରୁ ପୃଥକ୍ ଏତଦ୍ୱବ୍ୟତୀତ ନିରପେକ୍ଷ (Immediate inference) ଓ ସାପେକ୍ଷ ଯକ୍ତି (Mediate inference), ଏହି ପ୍ରକାର ପ୍ରଭେଦ ପାଶ୍ଚାତ୍ୟ ଜଗତରେ ସ୍ୱୀକୃତ ହୋଇଥାଏ 'ନ୍ୟାୟ' ଓ 'ଅନୁମାନ' ଉଭୟେ ସାପେକ୍ଷ ଯୁକ୍ତି; ଅର୍ଥତ ଉଭୟରେ ଲିଙ୍ଗ—ଲିଙ୍ଗୀ ସମ୍ପର୍କ ବିଦ୍ୟମାନ ହିନ୍ଦୁ ଦର୍ଶନରେ ନିରପେକ୍ଷ ଯୁକ୍ତିର ଅବତାରଣା ନାହିଁ କେତେକ ପାଶ୍ଚାତ୍ୟ ତର୍କବିଜ୍ଞାନୀ ମଧ୍ୟ ନିରପେକ୍ଷ ଯୁକ୍ତିକୁ ଯୁକ୍ତି ରୂପେ ଗ୍ରହଣ କରିବାକୁ କୁଣ୍ଠିତ ନ୍ୟାୟ ଗୋଟିଏ ଯୁକ୍ତି ଏବଂ ଗୌତମଙ୍କ ନ୍ୟାୟରେ ଆରୋହୀ ଓ ଅବରୋହୀ ଉଭୟ ପ୍ରଣାଳୀ ଏକତ୍ର ବ୍ୟବହୃତ ହୁଏ ସନ୍ଦର୍ଭ ଲେଖକ ଅଧ୍ୟାପକ ଶ୍ରୀ ବିପିନବିହାରୀ ରାୟ, ଏମ୍. ଏ.]

୨. ମିଳନ; ସଂଯୋଗ —୨. Union; connection; joining; conjunction
୩. ଉପଯୋଗିତା; ଯୋଗ୍ୟତା —୩. Fitness; propriety
୪. ରୀତି; ପ୍ରଥା —୪. Usage; custom
୫. ଲୋକ— ବ୍ୟବହାର —୫. Traditional law; unwritten law
୬. ଅନୁମାନ —୬. Inference; deduction
୭. କାରଣ; ହେତୁ —୭. Reason; cause ground,
୮. ମୀମାଂସା —୮. Conclusion
୯. ମନ୍ତ୍ରଣା; ପରାମର୍ଶ —୯. Consultation.; advice; counsel
୧. ସାକ୍ଷୀର ପ୍ରଦତ୍ତ ବିବରଣର ଉଲ୍ଲେଖ — ୧୦. Note or written memorandum of the evidence given by a witness.
୧୧. ପରିଚ୍ଛିନ୍ନ ବାକ୍ୟ ମଧ୍ୟସ୍ଥିତ ଊହ୍ୟ ବାକ୍ୟର ବା ପଦର ସଂଯୋଜନ —୧୧. Filling up of an ellipsis in a sentence
୧୨. ବାକ୍ୟାଳଙ୍କାର ବିଶେଷ;
ଯଦ୍ଦ୍ୱାରା ଭାବବ୍ୟଞ୍ଜକ ଶବ୍ଦପ୍ରୟୋଗରେ ମୁଖ୍ୟ ଅଭିପ୍ରାୟ ବା ଉଦ୍ଦେଶ୍ୟ ଗୃପ୍ତ ରଖାଯାଏ —୧୨. A figure in rhetoric; emblematical or mystical or covert expression of purpose.

୧୩. ନାଟ୍ୟାଙ୍ଗ ବିଶେଷ; ନାଟ୍ୟୋଲ୍ଲିଖିତ ଘଟନାର ଐକ୍ୟ ବା ମିଳନ ବା ଧାରାବାହିକତା —୧୩. Dramatic sequence of plots; interdependence of the plots in a drama; the regular chain of events in a drama.
୧୪. ଯୋଚିବା —୧୪. Yoking; harnessing.
୧୫. ନିଯୁକ୍ତି —୧୫. Appointment; engagement; employment.
୧୬. ଉପାୟ —୧୬. Means; expedient.
୧୭. ଫିକର — ୧୭. Plan; contrivance.
୧୮. ରଚନା; ବ୍ୟବସ୍ଥାନ —୧୮. Arrangement.
୧୯. କାଳ, ସ୍ଥାନାଦିର ବର୍ଣ୍ଣନା ବା ଉଲ୍ଲେଖ —୧୯. Specification or enumeration of circumstances (e.g. time, place) (Apte).
୨. ଧାତୁରେ ଖାଦ ମିଶାଇବା —୨୦. Alloying of metals (Apte).
୨୧. ମନ୍ତ୍ରଯନ୍ତ୍ର; ଗୁଣି —୨୧. Charm; spell (Apte).
୨୨. ପ୍ରୟୋଗ; ବ୍ୟବହାର —୨୨. Application; use (Apte).
୨୩. ଅଦାଲତରେ ସାକ୍ଷୀ— ମାନଙ୍କ ପ୍ରଦତ୍ତ ବିବରଣର ସତ୍ୟାସତ୍ୟ ବିଚାର — ୨୩. Adj̄udication about the truth or falsity of the evidence of a witness.
୨୪. ମକଦ୍ଦମାରେ ପ୍ରମାଣ ଗୃହୀତ ହେବା ପରେ ଉଭୟ ପକ୍ଷଙ୍କ ବାଦାନୁବାଦ —୨୪. Argument in a case.