ଯୁଗତେ
ଦେଖଣା
ଯୁଗତେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - କ୍ରି.ବିଶେଷଣ - (ସଂସ୍କୃତ - ଯୁକ୍ତି ତଃ)
[ସମ୍ପାଦନା]- ୧. ନ୍ୟାୟତଃ —୧. Justly; legally.
- ୨. ଯୁକ୍ତିକ୍ରମେ —୨. Reasonably;in reason.
- ୩. ଘଟନାଚକ୍ରରେ; କାର୍ଯ୍ୟକ୍ରମେ — ୩. In due course; in due order of things; in the course of events.
- ୪. ଦୈବକ୍ରମେ —୪. By chance.
- ୫. ଉପଯୁକ୍ତରୂପେ —୫. Fittingly;adequately.
(ଉ—ଜଗତେ ଯୁଗତେ ପ୍ରାବୃଟ ଆଗତେ ପ୍ରକଟ ହୁଅଇ ସେ ଖେଳ ଭଞ୍ଜ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ)
- ୬. ବିଧିରେ; ରୀତି ଅନୁସାରେ —୬. Reasonably; duly,
(ଉ—ଯୁଗତେ ଏ ନାରୀ ଭାରିଯା ଆମ୍ଭର ବିଭା ହୋଇଅଛୁ ଆମେ ଧର୍ମପୁରାଣ)
- ୭. ପ୍ରକୃତରେ —୭. Really.
(ଉ—ନିର୍ଲେପ ଯୋଗୀ ସେ ଯୁଗତେ, ସଂଶୟ ଲାଗେ ମୋର ଚିତ୍ତେ ଜଗାନ୍ନାଥ. ଭାଗବତ]