Jump to content

ଯୁଗଳ

ଉଇକିଅଭିଧାନ‌ରୁ

ଯୁଗଳ

ଉଚ୍ଚାରଣ

[ସମ୍ପାଦନା]
(ଯୁଗଳୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ଯୁଗ+ଅଛି ଅର୍ଥରେ.ଳ)

[ସମ୍ପାଦନା]

ଯୁଗ୍ମ;ଯୋଡା଼ଏ — A pair of.

ବିଶେଷ୍ୟ -

[ସମ୍ପାଦନା]

ଯୁଗ୍ମ; ଯୋଡ଼ା; ଦ୍ୱୟ; ଦ୍ୱନ୍ଦ୍ୱ; ମିଥୁନ —Team; couple; pair; brace.

[ଦ୍ରଷ୍ଟବ୍ୟ —ଏହା ପରସ୍ପରାପେକ୍ଷୀ ଦ୍ୱିସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ ହୁଏ ଯଥା ===

ବସ୍ତ୍ର ଯୁଗଳ—ଯୋଡ଼େ ଲୁଗା —A pair of cloths.

ଅଶ୍ୱ ଯୁଗଳ—ଯୋଡ଼ି ଘୋଡ଼ା —A team of horses.

ପକ୍ଷି ଯୁଗଳ—ଯୋଡ଼ାଏ ଚଢ଼େଇ —A brace of birds.

ପ୍ରାଣୀ ଯୁଗଳ—ସ୍ତ୍ରୀ ଓ ପୁରୁଷ ଜୀବଦ୍ୱୟ —A couple of animals.

ଗୋ ଯୁଗଳ—ହଳେ ବଳଦ —A team or yoke of oxen.

ଦମ୍ପତି ଯୁଗଳ—ସ୍ତ୍ରୀ ସ୍ୱାମୀ ଦୁହେଁ —A couple (husband and wife).

ଚରଣଯୁଗଳ;—ଦୁଇ ଗୋଡ଼; ଜଣାଙ୍କର ବାମ ଓ ଡାହାଣ) ଗୋ଼ଡ଼ one's pair of legs.

ଦେଶଜ - ବିଶେଷ୍ୟ - ପୁଂ—ଯୁଗଳ

[ସମ୍ପାଦନା]

କିଶୋରର ଡାକନାମ —A name for calling Juga ḻakiṡora.

[ଉ—ଯୋଗୀ ଯୁଗଳ, ଚକ୍ରଧର, ମୂଲକ ଖଣ୍ଡିକ ବିଲି କର—ଢଗ]