Jump to content

ଯୁବରାଜ୍

ଉଇକିଅଭିଧାନ‌ରୁ

ଯୁବରାଜ୍

ଉଚ୍ଚାରଣ

[ସମ୍ପାଦନା]
(ଯୁବରାଜ୍ଞୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଯୁବନ୍+ରାଜନ୍; କର୍ମଧା)

[ସମ୍ପାଦନା]
୧. ରାଜା ଥାଉଁ ଥାଉଁ ରାଜ୍ୟର ଭାବୀ ଉତ୍ତରାଧିକାରୀ ରୂପେ ରାଜାଙ୍କ ନିର୍ବାଚିତ ଶାସନ କର୍ମରେ ସାହାଯ୍ୟକାରୀ ରାଜକୁମାର; ଗମ୍ଭିରୀ ସାଆନ୍ତ —୧. The heir-apparent to the throne.

[ଦ୍ରଷ୍ଟବ୍ୟ —ପୂର୍ବେ ହିନ୍ଦୁ ରାଜାମାନେ ବୟଃପ୍ରାପ୍ତ ଓ ଗୁଣ ସମ୍ପନ୍ନ ପୁତ୍ରଙ୍କୁ 'ଯୁବରାଜ' ପଦରେ ଅଭିଷିକ୍ତ କରୁଥିଲେ ଓ ଯୁବରାଜ ଅଧିକାଂଶ ରାଜକାର୍ଯ୍ୟ ଚଳାଉଥିଲେ ଏବଂ ରାଜା ନିଶ୍ଚିନ୍ତ ମନରେ ପାରମାର୍ଥିକ ଚିନ୍ତାରେ ରତ ହେଉ ଥିଲେ ଯୁବରାଜ ରାଜନୀତବିଶାରଦ ହୋଇ ରାଜକାର୍ଯ୍ୟ ପରିଚାଳନରେ ଦକ୍ଷ ହେଲେ ରାଜା ତାଙ୍କ ଉପରେ ପୂର୍ଣ୍ଣ ରାଜ୍ୟଭାର ଅର୍ପଣ କରି ବାନପ୍ରସ୍ଥ ଅବଲମ୍ୱନ କରୁଥିଲେ]

୨. ରାଜକୁମାର —୨. A prince.
୩. ଭୀବୀ ବୁଦ୍ଧ— ବିଶେଷ —୩. Name of a Buddhist saint who is to come.