Jump to content

ଯୋଗବାଶିଷ୍ଟ ରାମାୟଣ

ଉଇକିଅଭିଧାନ‌ରୁ

ଯୋଗବାଶିଷ୍ଟ ରାମାୟଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ; ୟୋଗ + ବିଶିଷ୍ଠ + ଅ + ରାମାୟଣ)

[ସମ୍ପାଦନା]

ବେଦାନ୍ତ ସମ୍ୱନ୍ଧୀୟ ତଥ୍ୟ ଓ ଉପଦେଶମାନ ନିର୍ଣ୍ଣୟ କରାଯାଇଥିବା ସଂସ୍କୃତ ଗ୍ରନ୍ଥବିଶେଷ (ମହର୍ଷି ବଶିଷ୍ଠ ଏହାର ବକ୍ତା ଓ ଶ୍ରୀରାମ ଏହାର ଶ୍ରୋତା) —Name of a Sanscrit work on the Bedānta philosophy.

[ ଦ୍ର—ଏଥିରେ ବୈରାଗ୍ୟ ପ୍ରକରଣ, ମୁମୁକ୍ଷୁ ବ୍ୟବହାର ପ୍ରକରଣ, ଉତ୍ପତ୍ତ ପ୍ରକରଣ, ସ୍ଥିତି ପ୍ରକରଣ, ଉପଶମ ପ୍ରକରଣ ଓ ନିର୍ବାଣ ପ୍ରକରଣ, ଏହି ୬ଟି ପ୍ରକରଣରେ ବିଭକ୍ତ ଏ ଗ୍ରନ୍ଥରେ ଜୀବାତ୍ମା ଓ ପରମାତ୍ମା, ମୁମୁକ୍ଷୁବ୍ୟକ୍ତିର କର୍ତ୍ତବ୍ୟ, ଜଗତର ଉତ୍ପତ୍ତ, ସ୍ଥିତି ଓ ଲୟ, ଚିତ୍ତବୃତ୍ତ, ସୁଖଦୁଃଖ, ଭୋକ୍ତା— ଭୋଗ୍ୟ, ମନୋମଧ୍ୟେ ବିଶାଳବ୍ରହ୍ମାଣ୍ଡର ବିକାଶ, ଜୀବନ୍ମୁକ୍ତ ବ୍ୟକ୍ତିର ବିବରଣ, ଚିତ୍ତଦମନ, ଅବିଦ୍ୟା ନିରାକରଣ, ପରମାର୍ଥ ଯୋଗ, ଆତ୍ମଜ୍ଞାନୋପଦେଶ, ସସାଧି, ଅଣିମାଦି ଐଶ୍ୱର୍ଯ୍ୟ, ଜାଗ୍ରତ୍ସ୍ୱପ୍ନସୁଷୁପ୍ତି—ବର୍ଣ୍ଣନ ଆଦି ବହୁ ଉପାଖ୍ୟାନ ସହ ବିବୃତ୍ତ ହୋଇଅଛି—ସୁବଳ ଚନ୍ଦ୍ର]