Jump to content

ଯୋଗମାୟା

ଉଇକିଅଭିଧାନ‌ରୁ

ଯୋଗମାୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଦୂର୍ଗା; ଭଗବତୀ; (ରୂପଧାରିଣୀ ବିଷ୍ଣୁଙ୍କର ମାୟା) —୧. Goddess Durgā
୨. ସଂସାରର ମାୟା —୨. Earthly illusion (personified.
୩. ବିନ୍ଧ୍ୟାଚଳବାସିନୀ ଦୂର୍ଗା —୩. Name of a Goddess presiding at the Bindhya hills.

[ଦ୍ରଷ୍ଟବ୍ୟ —ପୁରାଣରେ ବର୍ଣ୍ଣିତ ହୋଇଅଛି ଯେ ଏ ପ୍ରଥମେ ଯଶୋଦାଙ୍କ ଗର୍ଭରୁ ଜନ୍ମି ବସୁଦେବଙ୍କଦ୍ୱାରା ନୀତ ହୋଇ ଶ୍ରୀକୃଷ୍ଣଙ୍କ ସ୍ଥାନରେ ଦେବକୀଙ୍କ ସୁତିକାଗାରରେ ରକ୍ଷିତ ହେବା ପରେ କଂସ ଏହାଙ୍କୁ ଦେବକୀଙ୍କ ଗର୍ଭର ଅଷ୍ଟମ ସନ୍ତାନ ବୋଲି ମନେ କରି ଏହାଙ୍କୁ ପଥରରେ କଚାଡ଼ି ଦେବାରୁ ଏ ଆକାଶକୁ ଉଠିଯାଇ କଂସକୁ ସାବଧାନ କରି ଅନ୍ତର୍ହିତା ହେଲେ ଏବଂ ପରେ ଯାଇ ବିନ୍ଧ୍ୟାଚଳରେ ଅବସ୍ଥାନ କଲେ]

୪. ସନ୍ଦପନି ମୁନିଙ୍କର ମାତା — ୪. Mother of sage Sandipani.

[ ଦ୍ର—ଏ ମାୟା ବିସ୍ତାର କରି ରାଧାକୃଷ୍ଣଙ୍କର ମିଳନ କରାଇଥିଲେ]