ଯୋଗିନୀ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ତପସ୍ଵିନୀ; ଯୋଗସାଧନକାରିଣୀ ନାରୀ
  • ଦୁର୍ଗାନୁଚରୀ ଓ ଦୁର୍ଗାଙ୍କ ଅବତାରଧାରିଣୀ ଦେବୀଗଣ
  • କାଳଯୋଗିନୀ; ତିଥିବିଶେଷରେ ଦିଗବିଶେଷକୁ ଅଧିକାର କରିବା ଦେବୀଗଣ; ତିଥିଯୋଗିନୀ
  • ତନ୍ତ୍ରୋକ୍ତ ବିଧିରେ ସର୍ବକାମସିଦ୍ଧି ନିମନ୍ତେ ସାଧକପୂଜ୍ୟ ଦୁର୍ଗାଙ୍କ ଅବତାରବିଶେଷ
  • ଜ୍ୟୋତିଷୋକ୍ତ ଦଶବିଧ ମହାଦଶାନ୍ତର୍ଗନ୍ତତ ଦଶାବିଶେଷ
  • ବଣ ପିଶାଚିନୀ; ରଣଚଣ୍ତୀ
  • ଆଷାଢ଼ କୃଷ୍ଣା ଏକାଦଶୀ
  • ଡାକିନୀ; ଡାହାଣୀ
  • ଗୁଣି ବିଦ୍ୟାରେ ପାରଙ୍ଗମା ନାରୀ
  • ଦୁର୍ଗା

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ହୈଜା; ବାଡି; ଓଲାଉଠା
  • ଯୋଗିନୀ ପରି ବିକଟରୂପଧାରିଣୀ, ଅସ୍ଥିକଙ୍କାଳବିଶିଷ୍ଟା ଓ ରୁକ୍ଷରୂପା ସ୍ତ୍ରୀଯୋଗିନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଯୋଗିନ୍+ସ୍ତ୍ରୀ. ଈ)

୧. ତପସ୍ୱିନୀ; ଯୋଗସାଧନକାରିଣୀ ନାରୀ —A female ascetic or devotee; a female recluse.
୨. ଦୁର୍ଗାନୃଚରୀ ଓ ଦୁର୍ଗାଙ୍କ ଅବତାରଧାରିଣୀ ଦେବୀଗଣ — ୨. Female companions of Durgā who are her incarnation also.

[ ଦ୍ର—ପୁରାଣମାନଙ୍କରେ ଅଷ୍ଟ ଯୋଗିନୀ ଓ ଚତୁଃଷଷ୍ଠି ଯୋଗିନୀଙ୍କର ନାମ ଉଲ୍ଲେଖ ଅଛି କାଳୀଙ୍କର ସହଚରୀ ୬୪: ଯୋଗିନୀ ଓ ନବକୋଟୀ କାନ୍ତାନୀ (କାତ୍ୟାୟନୀ) ବୋଲି ଲୋକବିଶ୍ୱାସ ଏହି— ମାନେ ଭିନ୍ନ ଭିନ୍ନ ସ୍ଥାନରେ ଗ୍ରାମଦେବତୀରୂପେ ପୂଜା ପାଉ ଅଛି ଦକ୍ଷଯଜ୍ଞରେ ଅଗ୍ନିରେ ଝାସ ଦେଇଥିବା ସତୀଙ୍କ ଶବକୁ ଶିବ କାନ୍ଧରେ ପକାଇ ବୁଲୁଥିବା ବେଳେ ବିଷ୍ଣୁ ସୁଦର୍ଶନ ଚକ୍ରଦ୍ୱାରା ଉକ୍ତ ଶବକୁ ଛିନ୍ନଭିନ୍ନ କରିବାରୁ ଉକ୍ତ ଶବର ଅଙ୍ଗମାନ ଯେଉଁ ଯେଉଁ ସ୍ଥାନରେ ପଡ଼ିଥିଲା ସେ ସେ ସ୍ଥାନରେ ଗୋଟିଏ ଲେଖାଏଁ ଯୋଗିନୀ ବା ଭୈରବୀ ଥିବାର ଲୋକବିଶ୍ୱାସ ଦେଶରେ ଓଲାଉଠା ବା ହଇଜା ହେଲେ ତାହା ଯୋଗିନୀମାନଙ୍କ ଉପଦ୍ରବ ବୋଲି ଲୋକେ ବିଶ୍ୱସ କରନ୍ତି ଯୋଗିନୀମାନେ ଭୟଙ୍କର ରୂପଧରିଣୀ, ଏଥିପାଇଁ ଅସ୍ଥିକଙ୍କାଳସାରା ବିକଟବଦନା ସ୍ତ୍ରୀଙ୍କୁ ଦେଖିଲେ ଲୋକେ ଯୋଗିନୀ ସଙ୍ଗେ ତୁଳନା କରନ୍ତି

କାଳିକା ପୁରାଣରେ ଓ ଅଗ୍ନିପୁରାଣରେ ଓ ବୃହନ୍ନନ୍ଦି— କେଶ୍ୱରୀ ପୁରାଣରେ ଏ ୬୪: ଯୋଗିନୀଙ୍କ ନାମ ଲିଖିତ ହୋଇଅଛି

ଅଷ୍ଟଯୋଗିନୀ ଯଥା—ଶୈଳପୁତ୍ରୀ, ଚଣ୍ଡଘଣ୍ଟା, ସ୍କନ୍ଦମାତା, କାଳରାତ୍ରୀ, ଚଣ୍ଡିକା, କୃଷ୍ମାଣ୍ଡୀ, କତ୍ୟାୟନୀ, ମହାଗୌରୀ 

ଚତୁଃଷଷ୍ଠୀ ଯୋଗିନୀ (ବୃହନ୍ନନ୍ଦିକେଶ୍ୱରୀ ପୁରାଣମତରେ)— ୧. ନାରାୟଣୀ, ୨. ଗୌରୀ, ୩.ଶାକମ୍ୱରୀ, ୪. ଭୀମା, ୫. ରକ୍ତଦନ୍ତିକା, ୬. ଭ୍ରାମରୀ, ୭. ପାର୍ବତୀ,୮. ଦୂର୍ଗା, ୯. କାତ୍ୟାୟନୀ, ୧. ମହାଦେବୀ, ୧୧: . ଚଣ୍ଡଘଣ୍ଟା, ୧୨: . ମହାବିଦ୍ୟା, ୧୩: . ମହାତପା, ୧୪: .ସାବିତ୍ରୀ, ୧୫: . ବ୍ରହ୍ମବିଦିନୀ, ୧୬: . ଭଦ୍ରକାଳୀ, ୧୭: . ବିଶାଳାକ୍ଷୀ, ୧୮: . କୃଷ୍ଣପିଙ୍ଗଳା, ୧୯: . ରୁଦ୍ରାଣୀ, ୨. ଅଗ୍ନିଜ୍ୱାଳା, ୨୧: . ରୌଦ୍ରମୁଖୀ, ୨୨: . କାଳରାତ୍ରୀ, ୨୩: . ଜପସ୍ୱିନୀ, ୨୪: . ମେଘସ୍କନା, ୨୫: . ସହସ୍ରାକ୍ଷୀ, ୨୬: . ବିଷ୍ଣୁମାୟା, ୨୭: . ଜଳୋଦରୀ, ୨୮: . ମହୋଦରୀ, ୨୯: . ମୁକ୍ତକେଶୀ, ୩. ଘୋରରୂପା, ୩୧: . ମହାବଳା, ୩୨: . ଶ୍ମୃତି, ୩୩: . ସ୍ମୃତି ୩୪: . ଧୃତି; ୩୫: . ତୁଷ୍ଟି, ୩୬: . ପୃଷ୍ଟି, ୩୭: . ମେଧା, ୩୮: . ବିଦ୍ୟା, ୩୯: . ଲକ୍ଷ୍ମୀ, ୪. ସରସ୍ୱତୀ, ୪୧: . ଅପର୍ଣ୍ଣା, ୪୨: .ଅମ୍ୱିକା, ୪୩: . ଯୋଗିନୀ, ୪୪: .ଡ଼ାକିନୀ, ୪୫: . ଶାକିନୀ, ୪୬: . ହାକିନୀ, ୪୭: ଲାକିନୀ, ୪୮: . ତ୍ରିଦଶେଶ୍ୱରୀ, ୪୯: . ମହାଷଷ୍ଠୀ, ୫. ମର୍ବମଙ୍ଗଳା, ୫୧: . ଲଜ୍ଜା, ୫୨.: କୌଶିକୀ, ୫୩: . ବ୍ରାହ୍ମଣୀ, ୫୪: . ମାହେଶ୍ୱରୀ, ୫୫: କୌମାରୀ, ୫୬: .ବୈଷ୍ଣବୀ, ୫୭: . ଐନ୍ଦୀ, ୫୮: . ନାରସିଂହୀ, ୫୯: . ବାରହୀ, ୬. ଚାମୁଣ୍ଡା, ୬୧: . ଶିବଦୂତୀ, ୬୨: . ବିଷ୍ଣୁଦୂତୀ, ୬୩: . ଚଣ୍ଡିକା, ୬୪: . ମତୃକା ପୀଠତଳେ ଟୀକା ଦେଖ ]

୩. (ଫଳିତ ଜ୍ୟୋତିଷ) କାଳଯୋଗିନୀ; ତିଥିବିଶେଷରେ ଦିଗ୍ ବିଶେଷକୁ ଅଧିକାର କରିବା ଦେବୀଗଣ; ତିଥି— ଯୋଗିନୀ —୩. (Astrology) goddesses who are said to occupy different quarters of the globe on different lunar days.

[ଦ୍ରଷ୍ଟବ୍ୟ —ବ୍ରାହ୍ମାଣୀ—ପ୍ରତିପଦ ଓ ନବମୀରେ ପୂର୍ବରେ; ମାହେଶ୍ୱରୀ—୨ୟା ଓ ୧ ମୀରେ ଉତ୍ତରରେ, କୌମାରୀ— ୩ୟା ଓ ଏକାଦଶୀରେ ଆଗ୍ନେୟ କୋଣରେ; ନାରାୟଣୀ— ୪ର୍ଥୀ ଓ ଦ୍ୱାଦଶୀରେ ନୈଋତରେ; ବାରାହୀ—୫ମୀ ଓ ତ୍ରୟୋଦଶୀରେ ଦକ୍ଷିଣରେ; ଇନ୍ଦିଣୀ ବା ଐଦ୍ରୀ—୬ଷ୍ଠୀ ଓ ଚତୁର୍ଦଶୀରେ ପଶ୍ଚିମରେ; ଚାମୁଣ୍ଡା—୭ମୀ ଓ ପୂର୍ଣ୍ଣିମାରେ ବାୟୁକୋଣରେ; ମହାଲକ୍ଷ୍ମୀ—୮ମୀ ଓ ଅମାବାସ୍ୟାରେ ଈଶାନରେ ଥାଆନ୍ତି ଯାତ୍ରା ସମୟରେ ଯାତ୍ରାକାରୀର ସମ୍ମୁଖରେ ବା ଦକ୍ଷିଣ (ଡ଼ାହାଣ) ଦିଗରେ ଯୋଗିନୀ ଥିଲେ ମୃତ୍ୟୁ ଘଟେ ଏହାକୁ ସମ୍ମୁଖଯୋଗିନୀ ବା ଦକ୍ଷିଣ ଯୋଗିନୀ କହନ୍ତି ବାମ ଦିଗରେ ବା ପୃଷ୍ଠ ଭାଗରେ ଯୋଗିନୀ ଥିବା ଅବସ୍ଥାରେ ଯାତ୍ରା କଲେ ଶୁଭ ଘଟେ ଏହାକୁ ବାମଯୋଗିନୀ ବା ପୃଷ୍ଠ ଯୋଗିନୀ ବୋଲାଯାଏ]

୪. ତନ୍ତ୍ରକ୍ତ ବିଧିରେ ସର୍ବକାମସିଦ୍ଧି ନିମନ୍ତେ ସାଧକ ପୂଜ୍ୟ ଦୁର୍ଗାଙ୍କୁ ଅବତାରବିଶେଷ — ୪. A goddess (incarnation of Durgā) worshipped by Tantric devotees for attainment of worldly prosperity.

[ ଦ୍ର—ସାଧକର ମନ୍ତ୍ରସିଦ୍ଧି ହେଲେ ଯୋଗିନୀ ଆସି ସାଧକ ଆଗରେ ଠିଆ ହୁଅନ୍ତି ଓ ସାଧକ ଯେଉଁ ରୂପରେ ତାଙ୍କୁ ପାଇବାକୁ ଇଚ୍ଛା ପ୍ରକାଶ କରେ (ମାତା ଭଗିନୀ ବା ଭାର୍ଯ୍ୟା ରୂପରେ) ଦେବୀ ତାହାହିଁ ଅଙ୍ଗୀକାର କରନ୍ତି ମାତା ସାଧକକୁ ଦ୍ରବ୍ୟ, ବସ୍ତ୍ର ଓ ରାଜ୍ୟ ଦିଅନ୍ତି ଭଗ୍ନୀ ହେଲେ ଦ୍ରବ୍ୟ, ବସ୍ତ୍ର ଓ ଦିବ୍ୟକନ୍ୟା ଆଣି ଦିଅନ୍ତି ଭାର୍ଯ୍ୟା ହେଲେ ସାଧକକୁ ରାଜେନ୍ଦ୍ର ପଦ ଓ ବିପୁଳ ଧନାଦି ଦେଇ ଭାର୍ଯ୍ୟାରୂପରେ ସାଧକର ଯାବତୀୟ ସେବା କରନ୍ତି]

୫. ଜ୍ୟୋତିଷୋକ୍ତ ଦଶବିଧ ମହାଦଶାନ୍ତର୍ଗନ୍ତ ଦଶାବିଶେଷ — ୫. Name of certain position of planets in the course of a man's ୧୦ ଯୋଗିନୀ ସଂଖ୍ୟାରେ ଆଠ; ମଙ୍ଗଳା, ପିଙ୍ଗଳା, ଧନ୍ୟା ଭ୍ରାମ, ଭଦ୍ରିକା, ଉଲ୍ମା, ସିଦ୍ଧା, ସଙ୍କଟା— ମଙ୍ଗଳାଦଶା (ଶୁଭ)—୧ ବର୍ଷ ଭୋଗ କାଳ; ପିଙ୍ଗଳା (ଅଶୁଭ)—୨ବର୍ଷ, ଧନ୍ୟା (ଶୁଭ)—୩ବର୍ଷ, ଭ୍ରାମରୀ (ଅଶୁଭ)—୫ବର୍ଷ, ଭଦ୍ରିକା (ଶୁଭ)—୫ ବର୍ଷ, ଉଲ୍ମା (ଅଶୁଭ)—୬ବର୍ଷ, ସିଦ୍ଧା (ଶୁଭ)—୭ ବର୍ଷ, ସଙ୍କାଟା— (ଅଶୁଭ)—୮ ବର୍ଷ,
୬. ବଣ ପିଶାଚିନୀ (ହିନ୍ଦୀ - ଶ), ରଣଚଣ୍ଡୀ —୬. A Goddess said to preside over battles and battlefields.
୭. ଆଷାଢ଼ କୃଷ୍ଣା ଏକାଦଶୀ (ହିନ୍ଦୀ - ଶ). —୭ The ୧୧th day of the dark lunar fortnight of Ashāṟḍ̠ẖa.
୮. ଡାକିନୀ; ଡାହାଣୀ —୮. Witch (Apte).
୯. ଗୁଣି ବିଦ୍ୟାରେ ପାରଙ୍ଗମା ନାରୀ — ୯. Sorceress; a female magician (Apte).
୧. ଦୁର୍ଗା — Durgā (Apte).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ହଇଜା; ବାଡ଼ି; ଓଲାଉଠା — ୧. Cholera (personified).
୨. (ଗାଳି)— ଯୋଗିନୀ ପରି ବିକଟରୂପଧାରିଣୀ, ଅସ୍ଥିକଙ୍କାଳବିଶିଷ୍ଟା ଓ ରୂପରୂପା ସ୍ତ୍ରୀ —୨. A woman with a fierce and haggard face or deportment.