Jump to content

ଯୋଗୀ

ଉଇକିଅଭିଧାନ‌ରୁ

ଯୋଗୀ

ଉଚ୍ଚାରଣ

[ସମ୍ପାଦନା]
(ଯୋଗିନୀ—ସ୍ତ୍ରୀ)
  • (file)
  • (file)

ଅନୁବାଦ

[ସମ୍ପାଦନା]
(ଯୋଗୀଆଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଯୋଗ+ଅଛି ଅର୍ଥରେ ବା ଯୁଜ୍ମ ଧାତୁ=ଯୋଗ କରିବା+କର୍ତ୍ତୃ ଇନ୍; ଯୋଗିନ୍, ୧ମା ୧ବ)

[ସମ୍ପାଦନା]
୧. ଯୋଗ ସାଧକ ବ୍ୟକ୍ତି —୧. A person who practices abstract meditation.
୨. ସନ୍ନ୍ୟାସୀ —୨. Ascetic.
୩. ବ୍ରହ୍ମବିଦ୍; ଯେ ଫଳପ୍ରାପ୍ତିର ଆଶା ନ ରଖି ଧର୍ମ କରେ — ୩. One who practices righteousness for its own sake without expecting any benefit or result.

[ଦ୍ରଷ୍ଟବ୍ୟ —ସର୍ବତ୍ର ସମଦର୍ଶନ ଓ ସୁଖ ଦୁଃଖ, ସ୍ୱର୍ଣ୍ଣଲୋଷ୍ଟ୍ର, ଶତ୍ରୁ ମିତ୍ର, ଗୃହାରଣ୍ୟ, ଶୀତୋଷ୍ଣ, ମାନାପମାନ ଇତ୍ୟାଦିରେ ସମଜ୍ଞାନବିଶିଷ୍ଟ ବ୍ୟକ୍ତି ଯୋଗି ପଦବାଚ୍ୟ—ଭଗବଦ୍ଗୀତା]

୪. ଐନ୍ଦ୍ରଜାଲିକ — ୪. Magician; sorcerer.
୫. ଅଲୌକିକ କ୍ଷମତାଶାଳୀ ବ୍ୟକ୍ତି —୫. A person having supernatural powers.
୬. ଯୋଗଦର୍ଶନର ଅନୁଗାମୀ ବ୍ୟକ୍ତି —୬. A Follower of the J̄oga system of philosophy.
୭. ଯାଜ୍ଞବଳ୍ଲ୍କ୍ୟ — ୭. A name of J̄ājn̄abaḻkya (Apte)
୮. ବିଷ୍ଣୁ —୮. Bishṇu (Apte).
୯. ଶିବ — ୯. Ṡiba (Apte).
୧. ଅର୍ଜୁନ — ୧୦. Arjuna (Apte).
୧୧. ମିଶ୍ରଜାତିବିଶେଷ — ୧୧. Name of a mixed caste (Apte).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଯୋଗସାଧନକାରୀ —୧. Practising J̄oga (Apte).
୨. ସମ୍ପକ୍ତ; ସମ୍ପୃଷ୍ଟ;ଯୁକ୍ତ — ୨. Connected with; endowed with (Apte).
୩. ଐନ୍ଦ୍ରଜାଲିକ ଶକ୍ତିବିଶିଷ୍ଟ —୩. Possessing magical powers.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଉତ୍କଳରେ ଭିକ୍ଷାବ୍ୟବସାୟୀ ଜାତିବିଶେଷ — ୧. A beggar caste of Orissa.

[ଦ୍ରଷ୍ଟବ୍ୟ —ଏମାନଙ୍କ ବଂଶୋପାଧି 'ନାଥ' ଏମାନେ ପୂର୍ବେ ତାନ୍ତ୍ରିକ ବୌଦ୍ଧ ଥିଲେ ଏମାନେ ଲାଉ ଥାଳ ଧରି ଦ୍ୱାରେ ଦ୍ୱାରେ ଭିକ୍ଷା କରନ୍ତି ଏମାନେ ଗୋବିନ୍ଦଚନ୍ଦ୍ର, ଭର୍ତ୍ତ୍ରୃହରି, ଦାତାକର୍ଣ୍ଣ ଆଦି ସମ୍ୱନ୍ଧୀୟ ଗୀତ ବୋଲି କେନ୍ଦରା ବଜାଇ ଭିକ୍ଷା କରନ୍ତି]

୨. ଲୋକଙ୍କୁ ଦିଆଯିବା ନାମ — ୨. A name given to males.