ଯୋଗ୍ୟତ୍ୱ
ଦେଖଣା
ଯୋଗ୍ୟତ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ଯୋଗ୍ୟ+ଭାଗ. ତା, ତ୍ୱ ]
[ସମ୍ପାଦନା]- ୧. ଉପଯୁକ୍ତ —୧. Fitness; appropriateness.
- ୨. ଦକ୍ଷତା —୨. Competence; proficiency.
- ୩. କୌଣସି କାର୍ଯ୍ୟ ପାଇବା ପାଇଁ ଉପ— ଯୋଗିତା —୩. Eligibility.
- ୪. ସୁଗୁଣ — ୪. Merit.
- ୫. ପଦାର୍ଥ ସମୂହର ପରସ୍ପରସମ୍ୱନ୍ଧରେ ବାଧାର ଅଭାବ —୫. Want of incongruity between more than one thing.
- ୬. (ନ୍ୟାୟ ଦର୍ଶନ) ବାକ୍ୟରେ ବ୍ୟବହୃତ ହୋଇଥିବା ପଦମାନଙ୍କର ପରସ୍ପର ସମ୍ୱନ୍ଧରେ ବାଧାର ଅଭାବ; ପଦାର୍ଥମାନଙ୍କର ପରସ୍ପର ସମ୍ୱନ୍ଧରେ ବାଧାର ଅଭାବ (ଆପ୍ତେ) (ଦ୍ର—ବାକ୍ୟାନ୍ତଗ୍ରତ ପଦମାନଙ୍କର ଅର୍ଥରେ ପରସ୍ପର ଅସାମଞ୍ଜସ୍ୟ ଲକ୍ଷିତ ନ ହେଲେ ବାକ୍ୟଟି ଯୋଗ୍ୟତାଯୁକ୍ତ ହେବାର ବୁଝାଯାଏ) —୬. (Nyāya philosophy) Want of inconsistency in the senses conveyed by the words of a sentence; fitness or compatibility of sense; the absence of absurdity in the mutual connection of the things signified by the words (Apte).
[ ଦ୍ର—ସେ ଜଳ ଛୢଞ୍ଚି ଅଗ୍ନି ଲିଭାଉଛି— ଏଠାରେ ବାକ୍ୟର ପଦମାନଙ୍କ ମଧ୍ୟରେ ପରସ୍ପରସହିତ ଅର୍ଥରେ ଅସାମଞ୍ଜସ୍ୟ ନ ଥିବାରୁ ଏହା ଯୋଗ୍ୟତାର ଉଦାହରଣ କିନ୍ତୁ ଯଦି ବୋଲାଯାଏ ଯେ ' ସେ ଅଗ୍ନି ପ୍ରୟୋଗ କରି ଦେହକୁ ଶୀତଳ କରୁଛି'—ଏଠାରେ ଯୋଗ୍ୟତାର ଅଭାବ ହେଲା]
- ୭. ଔଚିତ୍ୟ —୭. Propriety.
- ୮. ଆବଶ୍ୟକତା —୮. Usefulness; necessity.