ଯୋଗ ନିଦ୍ରା
ଦେଖଣା
ଯୋଗ ନିଦ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୂପକ; + ଯୋଗ + ନିଦ୍ରା)
[ସମ୍ପାଦନା]- ୧. ଯୋଗରତ ଚିତ୍ତର ବିଷୟାନ୍ତର ନିବୃତ୍ତ ରୂପ ନିଦ୍ରା; ସମାଧି — ୧. Distraction of the mind of a person engaged in contemplation from the outer things (compared to slumber).
- ୨. ଯୁଗାନ୍ତପ୍ରଳୟ କାଳରେ ଭଗବାନଙ୍କର ନିଦ୍ରା ରୂପ ବ୍ୟପାର — ୨. The profound sleep of Bishṇu (the Creator and Preserver pf the universe) during the great dissolution of the creation.
- ୩. ନିଦ୍ରା ରୂପରେ କଳ୍ପିତା ଦୁର୍ଗା; ଭଗବତୀ — ୩. Goddess Durgā personified in slumber
[ ଦ୍ର—ମାର୍କଣ୍ଡେୟ ପୁରଣାନ୍ତର୍ଗତ ଚଣ୍ଡୀରେ ଉକ୍ତ ଅଛି ଯେ ପ୍ରଳୟପୟୋଧିଜଳଶାୟୀ ଭଗବାନଙ୍କ କର୍ଣ୍ଣମଳରୁ ମଧୁ ଓ କୈଟଭ ନାମକ ଦୁଇ ଦୈତ୍ୟ ଜାତ ହୋଇ ବିଷ୍ଣୁଙ୍କ ନାଭି— କମଳରୁ ବାହାରିଥିବା ଓ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ବ୍ରହ୍ମାଙ୍କୁ ହତ୍ୟା କରିବାକୁ ଉଦ୍ୟତ ହେଲେ ଏହା ଦେଖି ଯୋଗନିଦ୍ରାରେ ଅଭିଭୂତ ବିଷ୍ଣୁଙ୍କ ନିଦ୍ରା ଭାଙ୍ଗିବା ପାଇଁ ବ୍ରହ୍ମା ଯୋଗନିଦ୍ରାଙ୍କୁ ସ୍ତବ କଲେ]
- ୪. ଚୈତନ୍ୟ ଓ ନିଦ୍ରାର ମିଳିତ ଅବସ୍ଥା; ଛାଇ ନିଦ —୪. A state be tween consciousness and sleep; a state of half wakefulness and half sleep (Apte).
- ୫. ରଣଭୂମିରେ ବୀରର ମୃତ୍ୟୁ (ହିନ୍ଦୀ - ଶ) — ୫. The death of warrior in the battle field.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମହା ନିଦ୍ରା; ମୃତ୍ୟୁ —Death; the sleep that known no waking.