Jump to content

ଯୋଜନ ଗନ୍ଧା

ଉଇକିଅଭିଧାନ‌ରୁ

ଯୋଜନ ଗନ୍ଧା

ଉଚ୍ଚାରଣ

[ସମ୍ପାଦନା]

(ଯୋଜନ ଗନ୍ଧକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହୁବ୍ରୀହି; ଯୋଜନ ପର୍ଯ୍ୟନ୍ତ ଗନ୍ଧ ପ୍ରସାରିତ ହୁଏ ଯାହାଠାରୁ)

[ସମ୍ପାଦନା]
୧. କସ୍ତୁରୀ — ୧. Musk.
୨. ସାତା — ୨. Sītā
୩. ବ୍ୟାସ ଦେବଙ୍କ ମାତା; ମତ୍ସ୍ୟଗନ୍ଧା; ଧାବରକନ୍ୟା ସତ୍ୟବତୀ —୩. Name of fish-girl who was ravished by sage Parāṡara and gave birth to sage Byāsa.

[ ଦ୍ର—ବସୁରାଜଙ୍କ ଔରସରେ ମତ୍ସ୍ୟରୂପା ଅପ୍ସରା ଆଦ୍ରିକା ଗର୍ଭରୁ ଏହାଙ୍କର ଜନ୍ମ ମତ୍ସ୍ୟର ଉଦରରୁ ଜନ୍ମି ଥିବାରୁ ଏହାଙ୍କ ଦେହରୁ ମତ୍ସ୍ୟଗନ୍ଧା ବାହାରୁଥିଲା ତେଣୁ ଏହାଙ୍କର ନାମ ମତ୍ସ୍ୟଗନ୍ଧା ହେଲା ବସୁ ରାଜା ଏହାଙ୍କୁ ଶିଶୁ ଅବସ୍ଥାରେ ଦାସରାଜଙ୍କ ହସ୍ତରେ ପାଳନାର୍ଥ ଅର୍ପଣ କଲେ ଏ ବୟଃ— ପ୍ରାପ୍ତା ହେବାରୁ ଯମୁନା ନଦୀରେ ଘାଟଡ଼ଙ୍ଗା ଚଳାଇବା କର୍ମରେ ଦାସରାଜ ଏହାଙ୍କୁ ନିୟୋଜିତ କରିଥିଲେ ଏକଦା ପରାଶର ମୁନି ଯମୁନା ନଦୀକୁ ପାରି ହେଲା ବେଳେ ଏହାଙ୍କ ରୂପରେ ମୁଗ୍ଧ ହୋଇ ଏହାଙ୍କ ସହବାସ କଲେ ଓ ଏହାଙ୍କ ଦେହରେ ମତ୍ସ୍ୟଗନ୍ଧ ଦୂର କରି ଏହାଙ୍କ ଦେହକୁ ପଦ୍ମ— ଗନ୍ଧମୟ କଲେ ଓ ଏହାଙ୍କୁ ସତ୍ୟବତୀ ନାମ ଦେଲେ ପରାଶରଙ୍କ ଔରସର ଏହାଙ୍କଠାରୁ କାନୀନ ପୁତ୍ର ବ୍ୟାସଦେବ ଜନ୍ମିଲେ ପରେ ଶାନ୍ତନୁରାଜା ଏହାଙ୍କ ଗାତ୍ରରେ ପଦ୍ମ ଗନ୍ଧରେ ଆକୃଷ୍ଟ ହୋଇ ଏହାଙ୍କୁ ବିବାହ କରିବାକୁ ପ୍ରସ୍ତାବ କଲେ ଶାନ୍ତନୁଙ୍କ ଧର୍ମପତ୍ନୀ ଗଙ୍ଗାଙ୍କ ଗର୍ଭରୁ ଜାତ ଦେବବ୍ରତ (ଭୀଷ୍ମ) ଶାନ୍ତନୁଙ୍କ ଉତ୍ତରାଧିକାରୀରୂପେ ବିଦ୍ୟମାନ ଥିବାରୁ ସତବତୀଙ୍କ

ଗର୍ଭପାତ ସନ୍ତାନ ଶାନ୍ତନୁଙ୍କ ରାଜ୍ୟର ଉତ୍ତରାଧିକାରୀ ହୋଇ ପାରିବେ ନାହିଁ, ଏହି ଆଶଙ୍କାରେ ଦାସରାଜ ଶାନ୍ତନୁଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ପିତୃତକ୍ତ ଦେବବ୍ରତ ପିତାଙ୍କର ସତ୍ୟବତୀଲାଭ ଲାଳସା ଅବଗତ ହୋଇ ଦାସ— ରାଜଙ୍କ ନିକଟରେ ଉପସ୍ଥିତ ହେଲେ ପିତାଙ୍କ ଅନ୍ତେ ସେ ସ୍ୱୟଂ ପିତୃସିଂହାସନରେ ବସିବେ ନାହିଁ ଓ ବିବାହ କରିବେ ନାହିଁ, ଏପରି ପ୍ରତିଜ୍ଞା କରି ଦାସରାଜଙ୍କନିକଟରୁ ସତ୍ୟବତୀଙ୍କୁ ଆଣି ପିତାଙ୍କ ହସ୍ତରେ ଅର୍ପଣ କଲେଷ ଶାନ୍ତନୁଙ୍କ ଔରସରେ ସତ୍ୟବତୀଙ୍କ ଗର୍ଭରୁ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ନାମକ ଦୁଇ କୁମାର ଜାତ ହେଲେ ଶାନ୍ତନୁଙ୍କ ମୃତ୍ୟୁ ପରେ ଚିତ୍ରାଙ୍ଗଦ ଅଳ୍ପାୟୁ ହୋଇ ମଲେ ଓ ଭୀଷ୍ମବିଚିତ୍ରବୀର୍ଯ୍ୟଙ୍କୁ ରାଜସିଂହାସନରେ ବସାଇଲେ ଏବଂ କାଶୀରାଜକନ୍ୟା ଅମ୍ୱିକା ଓ ଅମ୍ୱାଳିକାଙ୍କ ସଙ୍ଗେ ବିତିତ୍ରବୀର୍ଯ୍ୟଙ୍କୁ ବିବାହତ କରାଇଲେ; ବିଚିତ୍ରବୀର୍ଯ୍ୟ ନିଃସନ୍ତାନ ହୋଇ ମରିବାରୁ ସତ୍ୟବତୀ ସ୍ୱାମୀଙ୍କ ବଂଶରକ୍ଷାର୍ଥେ ଦେବବ୍ରତଙ୍କ ପରାମର୍ଶରେ ସ୍ୱୀୟ କାନୀନ ପୁତ୍ର ବ୍ୟାସଦେବଙ୍କଦ୍ୱାରା ନିୟୋଗ ବିଧିରେ ଦୁଇ ପୁତ୍ରବଧୂଙ୍କ କ୍ଷେତ୍ରରେ ଧ୍ରୁତରାଷ୍ଟ୍ର ଓ ପାଣ୍ଡୁ ନାମକ ଦୁଇ ପୁତ୍ର ଉତ୍ପାଦନ କରାଇଲେ ଜ୍ୟୋଷ୍ଠ ଧୃତରାଷ୍ଟ୍ର ଜନ୍ମାନ୍ଧ ଥିବାରୁ କନୀୟାନ୍ ପାଣ୍ଡୁରାଜ— ସିଂହାସନରେ ବସିଲେ ପୌତ୍ରମାନେ ବୟପ୍ରାପ୍ତ ହେବା ପୂର୍ବରୁ ସତ୍ୟବତୀ ଭୀଷ୍ମଙ୍କ ଆଶ୍ରୟରେ ପରମ ସୁଖରେ ରହିଲେ ପାଣ୍ଡୁ ବୟଃପ୍ରାପ୍ତ ହେବାରୁ ଓ ଅକାଳରେ ମୃତ ହେବାରୁ ସତ୍ୟବତୀ ପୁତ୍ରବଧୁଦ୍ୱୟଙ୍କ ସହ ବନବାସ କଲେ ଓ ତପସ୍ୟା କରୁ କରୁ ପ୍ରାଣତ୍ୟାଗ କଲେ—ସୁବଳଚନ୍ଦ୍ର] 
୪. ରୁଚିକ ଋଷିଙ୍କ ପତ୍ନୀ, ବିଶ୍ୱାମିତ୍ରଙ୍କ ଭଉଣୀ ଓ ଶୁନଃଶେଫଳ ଜନନୀ(ସୁବଳଚନ୍ଦ୍ର) —୪. Name of the wife of sage Ruchika.

[ ଦ୍ର— ଏ ସଶରୀର ସ୍ୱର୍ଗାରୋହଣ କରିବା ପରେ ପୃଥିବୀର ହତ— କାମନାରେ ସ୍ରୋତସ୍ୱତୀ ରୂପେ ହିମିଳୟରୁ ବାହାରିଲେ ଏହି ସ୍ରୋତସ୍ୱତୀର ନାମ କୌଶିକୀ—(ସୁବଳଚନ୍ଦ୍ର)]