ଯୋଧ ପୁର
ଯୋଧ ପୁର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ରାଜପୁତାନାର ଯୋଦ୍ଧୃପ୍ରସବୀ ରାଜ୍ୟ— ବିଶେଷ; ମାରବାଡ୍ ରାଜ୍ୟ —Name of a State of Rajputana.
[ଦ୍ରଷ୍ଟବ୍ୟ —ଏହା ରାଜପୁତାନାର ରାଜ୍ୟମାନଙ୍କ ମଧ୍ୟରେ ବୃହତ୍ତମ ରାଜ୍ୟ ଏଥିର କ୍ଷେତ୍ରଫଳ ୩୭: ହଜାର ବର୍ଗ ମାଇଲ୍ ଏ ରାଜ୍ୟର ଅଧିକାଂଶ ମରୁମୟ ଅଟେ ଏଥିର ଦକ୍ଷିଣପୂର୍ବ ସୀମାରେ ଆରାବଳି ପର୍ବତମାଳା ଅବସ୍ଥିତ ଏ ରାଜ୍ୟ ଓ ଜୟପୁର ରାଜ୍ୟ ମଧ୍ୟରେ ଲବଣପ୍ରସୁ ସମ୍ୱରହ୍ରଦ ଅବସ୍ଥିତ ଏ ରାଜ୍ୟରେ ଥିବା ଅନ୍ୟ ୨ଟି ହ୍ରଦରୁ ମଧ୍ୟ ଲୁଣ ମରାଯାଏ ଆଜମୀରର ଗୋଟିଏ ହ୍ରଦରୁ ବାହିରିଥିବା ଲୁଣୀ ନଦୀ ଏ ରାଜ୍ୟ ମଧ୍ୟରେ ପ୍ରବାହିତା ଏ ରାଜ୍ୟରେ ବୃଷ୍ଟିର ପରିମାଣ ଅତି ଅଳ୍ପ ଲୋକେ ବହୁଗଭୀର କୂଅମାନ ଖୋଳି କ୍ଷେତ୍ରରେ ଜଳ ମଡ଼ାନ୍ତି ଏ ରାଜ୍ୟର ପ୍ରଧାନ ଫସଲ ଗହମ, ଯବ ଓ ବାଜରା ଏ ରାଜ୍ୟର ଅଧିପତି ସୂର୍ଯ୍ୟବଂଶୀୟ ରାଠୋର ରାଜପୁତ ଅଟନ୍ତି ଭାରତର ସର୍ବତ୍ର ବ୍ୟବସାୟ କରୁଥିବା ମାରବାଡ଼ୀମାନେ ଏ ରାଜ୍ୟର ଅଧିବାସୀ ଅଟନ୍ତି ଏ ରାଜ୍ୟର ରାଜଧାନୀ ଯୋଧପୁର ଏହା ଗୋଟିଏ ସ୍ୱାଧୀନ ରାଜ୍ୟ କାନ୍ୟକୁବ୍ଜର ଅନ୍ତିମ ରାଠୋର ରାଜା ଶିବାଜୀଙ୍କଦ୍ୱାରା ଏ ରାଜ୍ୟ ଦ୍ୱାଦଶ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିଲା ଖ୍ରୀ ୧୫୬୧:ରେ ସୋଗଲସମ୍ରାଟ ଆକବର ଏହାକୁ ଜୟ କଲେ ତତ୍ପରେ ଏ ମରହଟ୍ଟାମାନଙ୍କ ଅଧିକାରଭୁକ୍ତ ହେଲା ଓ ଖ୍ରୀ ୧୮୧୮:ରେ ଏହା ଇଂରାଜଙ୍କ ମିତ୍ରରାଜ୍ୟ ରୂପେ ପରିଗଣିତ ହେଲା ଏଠାରେ ବ୍ରିଟିଶ୍ ସରକାରଙ୍କର ଜଣେ ଏଜେଣ୍ଟ ବା ରେସିଡେଣ୍ଟ୍ ଥାଆନ୍ତି ]