ରଅ ଠଅ

ଉଇକିଅଭିଧାନ‌ରୁ

ରଅ ଠଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ରଅ ଠ, ର'ଠ-ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷଣ - ଓ କ୍ରି. ବିଶେଷଣ -(ଓଡ଼ିଆରବୀ - ରହିବା+ସଂସ୍ଥାଧାତୁ)

୧. ଅଧା ପାଠୁଆ; ଲେଖା ହୋଇଥିବା ଅକ୍ଷରମାନଙ୍କୁ ଅତି କଷ୍ଟରେ ପଢ଼ିବା ପ୍ରକାରେ; ଯେ କୌଣସି ପ୍ରକାରେ —୧. In a halting matter; anyhow; (said of a half literate person roughly deciphering a writing or print.)

[ଦ୍ରଷ୍ଟବ୍ୟ —ଅଧାପାଠୁଆ ବ୍ୟକ୍ତି ପ୍ରାଞ୍ଜଳ— ରୂପେ ଅକ୍ଷରମାନଙ୍କ ପଢ଼ି ନ ପାରି କୌଣସି ଲେଖାକୁ ପଢ଼ିଲାବେଳେ 'ର' ସ୍ଥାନରେ 'ଠ' ପଢ଼ିଯାଏ, କିମ୍ୱା ସମ୍ୱନ୍ଧେ ଏହି ଉକ୍ତି ବୋଲାଯାଏ ଯଥା— ରାମା ସେ ଚିଠି ଖଣ୍ଡ ରଅଠଅ କରି ପଢ଼ିଲା]

୨. ସମ୍ପୂର୍ଣ୍ଣ ରୂପେ ଅକ୍ଷର ପରିଚୟ କରି ନଥିବା ସାମାନ୍ୟ ପାଠ ପଢ଼ିଥିବା (ବ୍ୟକ୍ତି) —୨. (A person) Who has not even read so far as to be able to read out a passage fluently; unlettered (person).
୩. ବଙ୍କା ଢଙ୍କା ବା ଥାଇଲା ମାଇଲା କରି କାମ କରିବହା; କୌଣସି କାର୍ଯ୍ୟକୁ ତନ୍ମତନ୍ମ କରି ସମ୍ପାଦନ ନ କରି ଅସମ୍ପୂର୍ଣ୍ଣରୂପେ ସାଧନା କରିବ ପ୍ରକାରେ —୩. Doing a work in a haphazrad manner or clumsily or slovenly.

(ଯଥା—ମଫସଲିଆ ବଢ଼େଇ ଏ ଅଲମାରି ଖଣ୍ଡ ରଅ ଠଅ କରି ତିଆରି କରିଛି)