ରଆ ଧରିବା

ଉଇକିଅଭିଧାନ‌ରୁ

ରଆ ଧରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ରାବ)[ସମ୍ପାଦନା]

୧. ଶିଶୁମାନେ କାନ୍ଦିବାବେଳେ ଏକ ନିଶ୍ୱାସରେ ବା ଏକଟାଣରେ ବହୁକାଳ ରାବ କରିବା —୧. To continue a sound for a long time at one stretch (said of some infabnts while crying at one breath).

[ଦ୍ରଷ୍ଟବ୍ୟ —ଏଥିରେ ଶିଶୁମାନଙ୍କର ନିଶ୍ୱାସ ଅଟକିଯାଇ ଆଉ ନ ଫେରିବାରୁ ଶିଶୁ ମୃତ ହେବା ଘଟନା ଶୁଣାଅଛି]

୨. କଂସା ବାସନ ଆଦିରେ କଠିଣବସ୍ତୁ ଆଘାତ ହେବାଯୋଗୁଁ ବହୁକାଳସ୍ଥାୟୀ ଶବ୍ଦ କରିବା —୨. To make a prolonged sound (said of bell metal utensils).

(ଯଥା—କଂସାରେ ଖଡ଼ୁ ବାଜି ଯିବାରୁ କଂସାଟା ରାଆ ଧଇଲା)

[ଦ୍ରଷ୍ଟବ୍ୟ —ଲୋକମାନଙ୍କର ବିଶ୍ୱାସ ଯେ ଗର୍ଭିଣୀ ସ୍ତ୍ରୀ କଂସା ବାସନ ଆଦିର ରାଆ ଶୁଣିଲେ ତା ଗର୍ଭରେ ଥିବା ଶିଶୁ 'ରାଆ ଧରେ' ଏଥିପାଇଁ କଂସା ବାସନ ଆଦି 'ରାଆ ଧଇଲେ' ସ୍ତ୍ରୀ ଲୋକମାନେ ସେ କଂସାରେ ହାତ ଛୁଆଇଁଦେଇ 'ରାଆ' ବନ୍ଦ କରି ଦିଅନ୍ତି]

୩. ଗୋଟିଏ କଥା ଜିଦ୍ ଧରିବା —୩. To importune on one thing.
୪. ଗୋଟିଏ ରାସ୍ତା ଧରିବା; ବାଟ ଧରିବା —୪. To take to a road.