ରଇତ

ଉଇକିଅଭିଧାନ‌ରୁ

ରଇତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ରାଆଇୟାତ୍, ରଅୟତ୍=ରାଜ୍ୟବାସୀ ପ୍ରଜା)[ସମ୍ପାଦନା]

ଜମିଦାରଙ୍କ ଅଧୀନ ଖଜଣା ଦେଇ ଜମି ଚାଷ କରୁଥିବା ବ୍ୟକ୍ତି; ପ୍ରଜା —Royat; rayat; raiyat; a tenant; a person holding land under a landlord on rent.

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଇଂରାଜି ଭାଷାରେ ମଧ୍ୟ ଚଳିଲାଣି ଜମିଦାରଙ୍କ ଜମିକୁ ଖଜଣା ଗେଇ ଚାଷ କରୁଥିବା ବ୍ୟକ୍ତି ନାନା ଶ୍ରେଣୀରେ ବିଭକ୍ତ ପୂର୍ବେ ଜମିଦାରମାନେ ରାଜାଙ୍କର ଗୁମାସ୍ତାରୂପେ ପ୍ରଜାମାନଙ୍କଠାରୁ ରାଜସ୍ୱ ଆଦୟ କରି ସେଥିରୁ ଆପଣାର ନିର୍ଦ୍ଧାରିତ ପାରିଶ୍ରମିକ ଗ୍ରହଣ କରି ବାକି ଧନ ରାଜକୋଷରେ ଅର୍ପଣ କରୁଥିଲେ ଇଂରାଜମାନେ ଏ ଦେଶକୁ ଆସି ଉକ୍ତ 'ଜମିଦାର' ମାନଙ୍କୁ 'ମାଲିକ' ବା 'ଭୂସ୍ୱାମୀ' ବୋଲି ସ୍ୱୀକାର କଲେ ଓ ପ୍ରଜାମାନେ ଖଜଣା ଆଦାୟ କରୁଥିବା ପର୍ଯ୍ୟନ୍ତ ନିଜ ନିଜର ଜୋତରେ ପ୍ରଜାଙ୍କର 'ଦଖଲି ସ୍ୱତ୍ୱ' ରହିବ ବୋଲି ନିର୍ଦ୍ଧାରଣ କଲେ ପ୍ରଜାଙ୍କ— ଠାରୁ ଜମିଦାରମାମେ ଆଦାୟ କରିବା ଜମା (ମଫସଲ ଜମା) ଆଦାୟ କରି ତହିଁରୁ ଆପଣାର ନିର୍ଦ୍ଦିଷ୍ଟ ପାରିଶ୍ରମିକ (ମାଲିକାନା) କାଟି ନେଇ ବାଜି ଟଙ୍କା (ସଦର ଜମା) ରାଜକୋଷରେ ଦାଖଲ କରିବାପାଇଁ ସରକାରଙ୍କୁ କରାର୍— ନାମା ବା କବୁଲିୟତ୍ ଲେଖି ଦେଇ ଭୂମିର ମାଲିକ ବା ଭୂସ୍ୱାମୀ ରୂପେ ଗଣ୍ୟ ହେଲେ ତାଙ୍କଠାରୁ ନିଜେ ଚାଷ କରିବାପାଇଁ ଖଜଣାରେ ଜମି ନେବା ବ୍ୟକ୍ତି 'ରଇତ' (Rayat) ଓ ଅନ୍ୟ ବ୍ୟକ୍ତିଙ୍କ ଉକ୍ତ ଜମି ଲଗାଇ ତାହାଙ୍କଠାରୁ ଖଜଣା ଆଦାୟ କରି ଆଣି ଆପଣାର ପାରିଶ୍ରମିକ କାଟି ନେଇ ବାକି ଧନ ଜମିଦାରଙ୍କ ନିକଟ ଦାଖଲ କରିବାପାଇଁ ଚୁକ୍ତିକରି ଜମିଦାରଙ୍କଠାରୁ ଜମି ନେଇଥିବା ବ୍ୟକ୍ତି ମଧ୍ୟସ୍ୱତ୍ୱାଧିକାରୀ ବା ଯୋତଦାର (Tenureholders) ରୂପେ ଗଣ୍ୟ ହେଲେ

ଫଳତଃ ଖଜଣା ବା ଜମା ଦେବାର ଚୁକ୍ତି କରି ଜମିଦାରଙ୍କଠାରୁ ଜମି ପଟା ନେବା ବ୍ୟକ୍ତି ୨ ଶ୍ରେଣୀର ବିଭକ୍ତ ହେଲେ ଯଥା:—୧ ମଧ୍ୟସ୍ୱତ୍ୱାଧିକାରୀ —Tenure-holders. :୨. ରଇତ —Raiyat. ଏହି ରଇତ— ମାନେ ପୁଣି ପ୍ରଧାନ ୩ ଶ୍ରେଣୀର ବିଭକ୍ତ ହେଲେ, (କ) ଚାଷୀ ରଇତ (ଖ) ସିକିମି ରଇତ (ଗ) ଚାନ୍ଦନା ରଇତ

୨. (କ)—ଯେଉଁ ବ୍ୟକ୍ତି ନିଜ ହାତରେ କିମ୍ୱା ଆପଣା ପରିବାରର ବ୍ୟକ୍ତିଙ୍କଦ୍ୱାରା କିମ୍ୱା ମୂଲିଆ ଲଗାଇ ମୁଲିଆଙ୍କଦ୍ୱାରା କିମ୍ୱା ଅନ୍ୟ ବ୍ୟ୍ୟକ୍ତିକୁ ଅଂଶୀଦାର ବସାଇ ତା ସାହାଯ୍ୟରେ ଚାଷ କରି ଜମିରେ ଫସଲ ଉତ୍ପନ୍ନ କରି ଜମିଦାରଙ୍କୁ ଖଜଣା ଦେଇ ଉକ୍ତ ବୃତ୍ତିକୁ ଦଖଲ କରିବାକୁ ଅଧିକାରୀ ହୁଏ ତାହାକୁ ପ୍ରଜାସତ୍ୱ ଆଇନରେ 'ରଇତ' ବୋଲାଯାଇ ଅଛି ପ୍ରଜା 'ଖଜଣା' ନେ ଦେଇ ଖଜଣା ପରିବର୍ତ୍ତରେ ଜମିଦାରଙ୍କର କୌଣସି କାର୍ଯ୍ୟ କଲେ କିମ୍ୱା ଜମିଦାର ଅନୁଗ୍ରହ ସ୍ୱରୂପ ଉକ୍ତ ଖଜଣା ଦେବା ଦାୟିତ୍ୱରୁ ଉକ୍ତ ବ୍ୟକ୍ତିକୁ ମୁକ୍ତ ଦୋଇଥିଲେ ମଧ୍ୟ ସେ 'ରଇତ ପଦବାଚ୍ୟ ଅଟେ

ଖଜଣା ଦୁଇ ପ୍ରକାର—୧ ନଗଦ ଟଙ୍କା, ୨ ଉତ୍ପନ୍ନ ଫସଲର ଅଂଶ

୨. (ଖ)—ଉକ୍ତରୂପେ ଚାଷ କରିବାକୁ ଜମିଦାରଙ୍କଠାରୁ ଜମି ପଟା ନେଇ ଯେବେ ଅସଲ ରଇତ ଅନ୍ୟ କାହାରିକୁ ଉକ୍ତ ଜମିକୁ ନଗଦ ଖଜଣାରେ ବା ଉତ୍ପନ୍ନ ଫସଲର ଭାଗରେ ଲଗାଏ, ତେବେ ତାହାର ଅଧୀନ ରଇତ 'ସିକିମି' ରଇତ ପଦାବାଚ୍ୟ ହୁଏ
୨. (ଗ)—ଜମି ଉପରେ ଘରବାଡ଼ି କରିବାପାଇ ଜମିଦାରଙ୍କଠାରୁ ଖଜଣାରେ ଜମି ନେଇ ତାହା ଦଖଲ କରୁଥିବା ପ୍ଜା 'ଚାନ୍ଦିନାଦାର୍' ବା 'ଚାନ୍ଦନା' ରଇତ ପଦବାଚ୍ୟ ହୁଏ
୨. (କ) ଶ୍ରେଣୀର ରଇତ ଖଣ୍ଡିଏ ଜମିକୁ ୧୨: ବର୍ଷରୁ ଊର୍ଦ୍ଧ୍ୱକାଳ ଚଷିଲେ ସେଥିରେ ରଇତର 'ଦଖଲି ସ୍ୱତ୍ୱ' ବା 'ସ୍ଥିତିବାନ୍ ସ୍ୱତ୍ୱ' (occupancy right) ଜନ୍ମେ; ଏବଂ ଗୁରୁତର ତ୍ରୁଟି ଛଡ଼ା ଜମିଦାର ଉକ୍ତ ରଇତକୁ ସେହି ବୃର୍ତ୍ତିରୁ ବେଦଖଲ କରି ପାରନ୍ତି ନାହିଁ

'ସିକିମି' ରଇତର ଓ 'ଚାନ୍ଦନା' ରଇତର ଏପ୍ରକାରର ସ୍ଥିତିବାନ ସ୍ୱତ୍ୱ ଉଦ୍ଭବ ହୋଇ ପାରେ ନାହିଁ; ଅର୍ଥାତ୍ ଜମିଦାର ଚାନ୍ଦନା ରଇତାକୁ ଓ ଅସଲ ରଇତ ସିକିମି ରଇତକୁ ଅନାୟାସରେ ଜମିରୁ ଉଠାଇ ଦେଇପାରେ


ଓଡ଼ିଶାର ପୂର୍ବ ରାଜସ୍ୱ—ବନ୍ଦୋବସ୍ତ ସମୟରେ ଯେଉଁ ମଉଜାରେ ରଇତର ଚାଷ ଜମି ଥିଲା ସେହି ମଉଜାରେ ଯେବେ ରଇତର ବସବାସ ଗୃହ ଥଲା, ତାକୁ ଥାନୀ ରଇତ ଓ ଅନ୍ୟ ଗ୍ରାମବାସୀ ରଇତକୁ ପାହି ରଇତ ବୋଲା ଯାଉ— ଥିଲା; କିନ୍ତୁ ପରବର୍ତ୍ତୀକାଳର ବନ୍ଦୋବସ୍ତରେ ଗଭର୍ଣ୍ଣମେଣ୍ଟ ଥାନୀ, ପାହି ଶ୍ରେଣୀବିଭାଗ ଉଠାଇଦେଇ ନିମ୍ନଲିଖିତ ୩ ପ୍ରଧାନ ଶ୍ରେଣୀରେ ରଇତମାନଙ୍କୁ ବିଭକ୍ତ କରିଅଛନ୍ତି ଯଥା—

୧. ସ୍ଥାୟୀ ଜମାରେ ଜମି ଧରିବା ରଇତ
୨. ସ୍ଥିତିବାନ୍ ବା ଦଖଲିସ୍ୱତ୍ୱ ବିଶିଷ୍ଟ ରଇତ
୩. ଦଖଲିସ୍ୱତ୍ୱଶୂନ୍ୟ ରଇତ
୧୨. ବର୍ଷରୁ ଅଳ୍ପକାଳ ଜମି ଚାଷ କରିଥିବା ରଇତ ଓ ଚାନ୍ଦନା ରଇତ ଓ ସିକିମି ରଇତମାନେ ଦଖଲିସ୍ୱତ୍ୱଶୂନ୍ୟ ଅଟନ୍ତି

ସ୍ଥିତିବାନ୍ ରଇତ ଆପଣାର ବୃତ୍ତିକୁ ଜମିଦାରଙ୍କ ବିନା ମଞ୍ଜୁରିରେ ବିକ୍ରି ବା ହସ୍ତାନ୍ତରିତ ବା ବିଭକ୍ତ କରି ପାରେ ନାହିଁ

ଯେଉଁ ରଇତକୁ ଜମିଦାର ଅନୁଗ୍ରହସ୍ୱରୂପ ବା ଚାକିରିର ଦରମା ପରିବର୍ତ୍ତରେ ବିନା ଖଜଣାରେ ଜମି ଦେଇଥାଆନ୍ତି ସେ ରଇତକୁ 'ନିଷ୍କର ବା 'ମିହ୍ନା' ରଇତ ବୋଲାଯାଏ

ଜମିଦାରଙ୍କ ଖାସ ଦଖଲି ବା 'ନିଜଜୋତ' ଜମିକୁ ଜମିଦାର ପ୍ରଜାକୁ କିଛିକାଳ ପାଇଁ ପଟା ଦେଲେ ଓ ଏପରି ଜମିକୁ ଉକ୍ତ ରଇତ ସ୍ଥିତିବାନ୍ ସ୍ୱତ୍ୱ ଉଦ୍ଭଦ ହୋଇ ନ ପାରେ

ପୁରୁଷାନୁକ୍ରମେ ଜମିଦାରଙ୍କ ସେବା ବା ଗ୍ରାମସେବ କରିବାପାଇଁ ପାରିଶ୍ରିମିକସ୍ୱରୂପ ଖଞ୍ଜା ହୋଇଥିବା ଧୋବା, ଭଣ୍ଡାରି, କମାର, ବଢ଼େଇ ଆଦିଙ୍କ ଚାକରାନ୍ ଜାଗିରି ବା ଦେଶହେତା ଜାଗିରିକୁ ଦଖଲ କରୁଥିବା ରଇତମାନଙ୍କର ମଧ୍ୟ ଉକ୍ତ ଜାଗିରି ଜମିରେ ଦଖଲି ସତ୍ୱ ଉଦ୍ଭବ ହୁଏ

ନଦୀଗର୍ଭସ୍ଥ ପଟୁ ପଡ଼ିଥିବା ଜମି ଓ ପ୍ରତିବର୍ଷ ନିୟମିତରୂପେ ଓ ନିୟମିତ ସୀମା ମଧ୍ୟରେ ଆବାଦ କରା ଯାଉ ନ ଥିବା ଅନାବାଦୀ ଜମିକୁ ଜମିଦାର ପ୍ରତିବର୍ଷ ନୂଆ ନୂଆ ପ୍ରଜା ବିଲି କରନ୍ତି ଉକ୍ତ 'ଉଠବାଟି' ଜମିର ଅସ୍ଥାୟୀ ରଇତକୁ 'ଉଠିବାଟି' ରଇତ ବୋଲାଯାଏ

ବ୍ରାହ୍ମଣ, କ୍ଷତ୍ରିୟ ଓ କରଣ ଆଦି ରଇତଙ୍କୁ (ଯେଉମାନେ ସାମାଜିକ ପ୍ରଥା ଅନୁସାରେ ନିଜେ ହଳ ବୁଲାଇ ପାରନ୍ତି ନାହିଁ ଓ ମୂଲିଆ ବା ଚାକିରିଆଙ୍କଦ୍ୱାରା ଜମିକୁ ଆବାଦ କରାନ୍ତି,ତାଙ୍କୁ) ଖୁସ୍ୱାସ୍ ବା ଖୁସିବାସୀ ରଇତ ବୋଲାଯାଏ

ଏକ ଗ୍ରାମବାସୀ ବ୍ୟକ୍ତି ଅନ୍ୟ ଗୋଟିଏ ମଉଜାର ଜମିକୁ ରଇତସ୍ୱରୂପ ଚାଷ କଲେ ଜମି ଥିବା ମଉଜା ସମ୍ୱନ୍ଧେ ଉକ୍ତରଇକୁ 'ପାହିଆ ରଇତି' ବା 'ବେଛପରି ରଇତ' ବୋଲାଯାଏ

ସିକିମି ରଇତକୁ 'କୋଡ଼ପାହି' ବା କୋରପାହି (ବଙ୍ଗାଳୀ - କୋର୍ପା ବା କୋଲ୍ ରାୟତ) ବୋଲାଯାଏ]