ରକ୍ତଚିତା କରିବା
ଦେଖଣା
ରକ୍ତଚିତା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତଚିତା କରିବା
|
[ରକ୍ତଚିତା ଘି(ଘେ)ନିବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ହତ ବ୍ୟକ୍ତିର ରକ୍ତକୁ ଆଣି କପାଳରେ ତିଳକ କାଟିବା — To smear one's browwith the blood of victim.
[ ଦ୍ର—କାହାଣୀରେ ବର୍ଣ୍ଣିତ ଅଛି ଯେ ରାଜାମାନେ କୌଣସି ବ୍ୟକ୍ତିକୁ ମାରି ପକାଇବାକୁ ଆଦେଶ ଦେଲେ ରଜା ଉକ୍ତ ଆଦେଶପାଳନକାରୀ ଘାତକକୁ କହୁଥିଲେ ଯେ, ଦଣ୍ଡପ୍ରାପ୍ତ ବ୍ୟକ୍ତିକୁ ହାଣି ତାହାର ରକ୍ତ ମତେ ଆଣି ଦେଲେ ମୁଁ ସେହି ରକ୍ତର ଚିତା ଘେନି ଜଳ ଗ୍ରହଣ କରିବି, ଅର୍ଥାତ୍ ଉକ୍ତ ବ୍ୟକ୍ତି ହତ ହୋଇଥିବା ବିଷୟରେ ନିଃସନ୍ଦେହ ହେବି; ଓ କାହାଣୀରେ ମଧ୍ୟ ଅଛି ଯେ ହତ୍ୟା କରିବାକୁ ଭାରପ୍ରାପ୍ତ ବ୍ୟକ୍ତି ମଧ୍ୟ ବ୍ୟକ୍ତିଠାରେ ଦୟାପରବେଶ ହୋଇ ତାକୁ ନ ମାରି, ଲୁଚାଇ ରଖି ଓ ଗୋଟିଏ ଚଢେଇର ରକ୍ତ ଆଣି ରାଜାଙ୍କୁ ଦେଇ ବୋଧ କରି ଦେଉଥିଲେ ଓ ପରେ ରାଜାଙ୍କ ରାଗ ଶାନ୍ତି ହୋଇ ରାଜା ଅନୁତପ୍ତ ହେଲେ ବଧା— ଦେଶପ୍ରାପ୍ତ ବ୍ୟକ୍ତିକୁ ଆଣି ରାଜାଙ୍କନିକଟରେ ଉପସ୍ଥାପିତ କରୁଥିଲେ)