ରକ୍ଷା ପଞ୍ଚମୀ
ରକ୍ଷା ପଞ୍ଚମୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)
[ସମ୍ପାଦନା]ରେଖାପଞ୍ଚମୀ; ଭାଦ୍ର କୃଷ୍ଣ ପଞ୍ଚମୀ — The ୫th day of the dark fortnight of the month of Bhādra.
[ଦ୍ରଷ୍ଟବ୍ୟ —ପ୍ରତିବର୍ଷ ଏ ଦିନ ଗୃହକୁ ରାକ୍ଷସାଦିଙ୍କ ଆକ୍ରମଣରୁ, ରୋଗରୁ ଓ ସର୍ବ୍ୱାପଦରୁ ରକ୍ଷା କରିବା ପାଇଁ ଗୃହର ଦ୍ୱାର ନିକଟସ୍ଥ କାନ୍ଥରେ ଗଣେଶ, ମହାଦେବ ଓ (ଏକଗୋଡ଼ିକିଆ) ଭୈରବ ମୂର୍ତ୍ତିମାନ ଲେଖାଯାଏ ଏବଂ ଦାଣ୍ଡଚାଳରେ ଓ ବାଡ଼ିଚାଳରେ ରକ୍ଷାକାଣ୍ଡ ଉକୁଚା ଯାଏ
"ଘଣ୍ଟାକର୍ଣ୍ଣ ମହାବୀର ସର୍ବବ୍ୟାଧିନିବାରଣ ସର୍ବୋପଦ୍ରବସଂଘାତ ବିଦ୍ରାବଣହରପ୍ରିୟ
କଣ୍ଠେ ଯସ୍ୟ ମହାନୀଳଂ ଭୂଷଣଂ ଯସ୍ୟ ପନ୍ନଗାଃ ତେଚ୍ଚାଂସି ତସ୍ୟ ଦେବସ୍ୟ ରକ୍ଷନ୍ତୁ ମମ ମନ୍ଦିରଂ
ଯେନ ବଦ୍ଧୋ ବଳୀରାଜା ଦାନବେନ୍ଦ୍ରୋ ମହାସୁରଃ ତେନ ତ୍ୱାମପି ବଧ୍ନାମି ରକ୍ଷମାଚରମାଚଳ
ଦ୍ୱାରଦେବ ନମସ୍ତୁଭ୍ୟଂ ନମସ୍ତେ ନନ୍ଦିକେଶ୍ୱର ମାଂ ଭାଦ୍ର କୃଷ୍ଣପଞ୍ଚମ୍ୟାଂ ରକ୍ଷ ରକ୍ଷ ମହେଶ୍ୱର"
ଏହି ମନ୍ତ୍ରଟି ତାଳପତ୍ରରେ ଲେଖି ସେ ତାଳପତ୍ର ଖଣ୍ଡି ମୋଡ଼ା (ରକ୍ଷାକାଣ୍ଡ)ରେ ଗୁନ୍ଥିଦେଇ ରାତିରେ ଦାଣ୍ଡଚାଳରେ ଓ ବାଡ଼ି— ଚାଳରେ ସେ ମୋଡ଼ାଟି ଲଟକାଇ ଦିଆଯାଏ ଓ ପିଠା ପୂଜା କରି 'ବାଘମାମୁ' ଉଦ୍ଦେଶ୍ୟରେ ଘରର ବାହାରେ ଭିନ୍ନ ଭିନ୍ନ ଦିଗକୁ ପିଠାଖଣ୍ଡମାନ ପକାଇବାକୁ ହୁଏ ଏ ଦିନ ଜଗନ୍ନାଥଙ୍କକର 'ରେଖା—ଲାଗି, ହୁଏ' ଅର୍ଥାତ୍ ରଥଯାତ୍ରାରୁ ଫେରି ଚିତ୍ରରେ ରେଖା କରାଯାଏ ଏହାକୁ ରେଖାପଞ୍ଚମୀ କହନ୍ତି ଏହାକୁ ମଧ୍ୟ ଲୋକେ ବାଘମାମୁ ପଞ୍ଚମୀ କହନ୍ତି]