Jump to content

ରଘୁନାଥିଆ

ଉଇକିଅଭିଧାନ‌ରୁ

ରଘୁନାଥିଆ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଏକଶ୍ରେଣୀର ବ୍ରାହ୍ମଣ —A class of Brahmanas of Sambalpur.

[ଦ୍ରଷ୍ଟବ୍ୟ — କିମ୍ୱଦନ୍ତୀ ଅଛି ଯେ ହିନ୍ଦୋଳର ଜନୈକ ରାଜା ରଘୁନାଥଦେବ ପୂର୍ବେ ଏମାନଙ୍କ ପୂର୍ବପୁରୁଷମାନଙ୍କୁ ୫ ଖଣ୍ଡି ଗ୍ରାମ ଦାନ କରି ଆଣି ତାଙ୍କ ରାଜ୍ୟରେ ରଖାଇଥିଲେ ଓ ଏହିମାନଙ୍କ ବଂଶ ସମ୍ୱଲପୁରରେ ଓ ଅନ୍ୟ୍ୟାନ୍ୟ ଗଡ଼ାଜାତରେ ବ୍ୟାପିଲେ ଓଡ଼ିଶାର ଅନ୍ୟ ଅଞ୍ଚଳର ମାସ୍ତାନ ବା ବଳଭଦ୍ରଗୋତ୍ରୀ ବ୍ରାହ୍ମଣଙ୍କ ପରି ସମ୍ୱଲପୁର ବ୍ରାହ୍ମଣ—ସମାଜରେ ଏମାନଙ୍କର ସ୍ଥାନ ସମ୍ୱଲପୁର ବ୍ରାହ୍ମଣମାନେ ସାଧାରଣତଃ ୩ ଶ୍ରେଣୀରେ ବିଭକ୍ତ; ଓଡ଼ିଆ, ଝାଡ଼ୁଆ ଓ ରଘୁନାଥିଆ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ପଣ୍ଡା ପଢ଼ିଆଦିଙ୍କଠାରୁ ନିକୃଷ୍ଟତର ବ୍ରାହ୍ମଣ ବିଶେଷ —A class of inferior Brāhmaṇas.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

(ଅନାଦରାର୍ଥକ) ରଘୁନାଥର ଡାକ ନାମ —A name for calling Raghunātha.