ରଙ୍କ
ରଙ୍କ
ଉଚ୍ଚାରଣ
[ସମ୍ପାଦନା](ରଙ୍କା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରମ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. କ)
[ସମ୍ପାଦନା]- ୧. କୃପଣ —୧. Miserly; niggardly.
(ଉ— କଖାରୁଡ଼ଙ୍କ ! ବଡ଼ଘରପୁଅ ଏଡ଼ିକି ରଙ୍କ !—ଢଗ)
- ୨. ଦରିଦ୍ର —୨. Poor; indigent.
(ଉ—ରଙ୍କ ତିନି ଜନମ କଥା ଜାଣେ; ରଙ୍କକୁ ତିନି ଜନମ କଥା ଜଣା—ଢଗ ଏହାର ଅର୍ଥ ଏହି ଯେ—'ଯେ ଏ ଜନ୍ମରେ ଗରିବ ହୋଇଥାଏ, ସେ ପୂର୍ବ୍ୱଜନ୍ମରେ ଦାନ କରି ନ ଥିବାରୁ ଏ ଜନ୍ମରେ ଦରିଦ୍ର ହୋଇଅଛି ଓ ଏ ଜନ୍ମରେ ଦାନ କରୁ ନ ଥିବାରୁ ପରଜନ୍ମରେ ଦରିଦ୍ର ହେବ' ଏହିପରି ପୂର୍ବଜନ୍ମର, ଇହଜନ୍ମର ଓ ପରଜନ୍ମର ବିଷୟ ରଙ୍କ ଜାଣିପାରେ)
- ୩. ମନ୍ଦ; ଅଅଳସ —୩. Idle; slow; dull.
- ୪. ନୀଚ; କ୍ଷୁଦ୍ର —୪. Base; vile; low; mean.
- ୫. ଦୁଃଖୀ; ଦୁର୍ଦ୍ଦଶାଗ୍ରସ୍ତ —୫. Wretched; miserable (Apte).
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଭିକ୍ଷୁକ —୧. A beggar (Apte).
(ଉ—ରଙ୍କ ହାତକକୁ ମାଣିକ ଗଲା, ମାଣିକ ବୋଇଲା ମୋ ମହତ ଗଲା—ଢଗ)
- ୨. ଦୂର୍ଦ୍ଦଶାଗ୍ରସ୍ତ ବ୍ୟକ୍ତି — ୨. Awretch (Apte).
- ୩. କ୍ଷୁଧାର୍ତ୍ତ ଓ ଉପବାସୀ ବ୍ୟକ୍ତି —୩. A hungry and half starved being (Apte).
[ଉ—ରଙ୍କ ପାଇଛି ଝରୀ, ପାଣି ପିଇ ପିଇ ମରି—ଢଗ]
- ୪. ଗରୀବ ଲୋକ —୪. An indigent person.
(ଉ—ରଙ୍କ ଘରେ ରାଜକୁଳୁହା—ଢଗ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଲୋଭୀ — ୧. Avaricious.
(ଉ—ତୁମ୍ଭର ମନ୍ତ୍ରିମାନେ ଅତି ଦରିଦ୍ରଙ୍କ, ଧନ ଆଣିବାରେ ନୂହନ୍ତିଟିକି ରଙ୍କ—କୃଷ୍ଣସିଂହ. ମହାଭାରତ ସଭା)
- ୨. କୌଣସି ବିଷୟରେ ଅଭାବ ଅନୁଭବ କରିବାଯୋଗୁଁ ସେହି ବିଷୟପାଇଁ ଲାଳାୟିତ ବା ଲୁବ୍ଧ —୨. Hankering after a particular thing which one has not got.
[ଦ୍ରଷ୍ଟବ୍ୟ — ରଙ୍କ ଇଚ୍ଛାରେ କି ଭୋଜନ?—ଢଗ ଭୋଜନ ପାଇ ଲାଳାୟିତ ଗରୀବ ବ୍ୟକ୍ତିକୁ ତାହାର ଇଚ୍ଛାନୁରୂପ ଭୋଜନ ମିଳେ ନାହିଁ; ଦାତାର ଇଚ୍ଛା ଅନୁସାରେ ସିନା ରଙ୍କକୁ ଭୋଜନ ମିଳେ
ଖାଇଲାଘରର ପୁଅ ରଙ୍କ!, ଖାଇଲା ପିଇଲା ପୁଅ ରଙ୍କ!ପ୍ରବଚନ; ଏଥିର ଅର୍ଥ:—
ଯେଉଁ ପରିବାରରେ ଭୋଜନର ଅଭାବ ନାହିଁ ସେହି ପରିବାରର ପିଲାମାନେ ଯେବେ ଖାଦ୍ୟ ଦେଖିଲେ ଲାଳାୟିତ ହୁଅନ୍ତି ତେବେ ଏହି ପ୍ରବଚନର ଉଲ୍ଲାଖ ଦିଆଯାଏ]