Jump to content

ରଙ୍ଗଣୀ

ଉଇକିଅଭିଧାନ‌ରୁ

ରଙ୍ଗଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରଙ୍ଗିଣୀ; ରଙ୍ଗନ; କିମ୍ୱା ରେଙ୍ଗୁନ୍=ନଗରର ନାମ)

[ସମ୍ପାଦନା]
୧. ହରିତକ୍ୟାଦି ବର୍ଗର ପୁଷ୍ପ ଲତା ବିଶେଷ — ୧. The Rangoon creeper; Quisqualis Indica.

[ଦ୍ରଷ୍ଟବ୍ୟ —ଏହା ବ୍ରହ୍ମ ଓ ମାଲୟ ଦେଶର ଲତା ଆମ ଦେଶର ଫାଟକ ବା ଜାଲି ଉପରେ ଲୋକେ ସଉକିରେ ଏହାକୁ ମଡ଼ାନ୍ତି; ପତ୍ର ସରୁ ସରୁ ଓ ଯୋଡ଼ା ଯୋଡ଼ା ଓ ଛତୁଆରି ଗଛର ପତ୍ରପରି; ଫୁଲ ନାଲି ଓ ପଞ୍ଚଦଳ; ଫୁଲର ଡେମ୍ଫ ଲମ୍ୱା; ଫୁଲ ଈଷତ୍ ସୁଗନ୍ଧଯୁକ୍ତ ଏହାକୁ କେହି କେହି ରଙ୍ଗଲତା କହନ୍ତି]

୨. ଏକ ପ୍ରକାର ପୁଷ୍ପ ଗୁଳ୍ମ — ୨. A sort of flowering plant; Ixora Coccinea; Scarlet Ixora.

[ଦ୍ରଷ୍ଟବ୍ୟ —ଏହା ଆଚ୍ଛୁକାଦି ବର୍ଗର ପୁଷ୍ପକ୍ଷୁପ; ଏଥିରେ ୪ ପ୍ରକାରର (ନାଲି, ଧଳା, ହଳଦିଆ ଓ ଚିତ୍ର ବର୍ଣ୍ଣର) ଫୁଲ ଫୁଟେ ଏହାର ଫଳ ମରିଚ ପରି କଳା ଓ ଗୋଲ ଏହାର ଡାଳ— ଗୁଡ଼ିକ ଗଣ୍ଠିମୟ ଭିନ୍ନ ଭିନ୍ନ ବର୍ଣ୍ଣର ରଙ୍ଗଣିକୁ ଧଳା ରଙ୍ଗଣି, ହଳଦିଆ ରଙ୍ଗଣୀ, ଛପ୍ଛପିକିଆ ରଙ୍ଗଣୀ ବୋଲାଯାଏ]

[ଉ—ବହଇ ନିର୍ଝର ଝର ଝର ଅବିରତ, ବିଶେଷ ତରଙ୍ଗ ରଙ୍ଗ ରଙ୍ଗିଣୀ ଶୋଭିତ ଭଞ୍ଜ. ବୈଦେହୀଶବିଳାସ]

୩. ଏକ ପ୍ରକାର ବିଦେଶାଗତ ପୁଷ୍ପ ଲତା —୩. The Sandwich island creeper; Antigonon Leptopuis.

[ଦ୍ରଷ୍ଟବ୍ୟ —ଏହାକୁ ଲୋକେ ଫାଟକ ଆଦି ଉପରେ ଶୋଫା ପାଇଁ ମଡ଼ାନ୍ତି ପତ୍ର ପାନ ପରି; ଫୁଲ ଗୋଲାପୀ ଓ ତ୍ରିଦଳ ଫୁଲର ଅଗରୁ ପ୍ରତାନୀ ବାହାରେ ବର୍ଷା ଓ ଶୀତ ଦିନେ ଫୁଲ ଫୁଟେ—ଯୋଗେଶ୍ଚନ୍ଦ୍ର]

୪. ଏକ ପ୍ରକାର ନାତିଦୀର୍ଘ ବନ୍ୟ ଗଛ —୪. A kind of wild tree.

[ଦ୍ରଷ୍ଟବ୍ୟ —ଏହାର ମଞ୍ଜ କାଠ ଚିକ୍କଣ ଓ ଦୃଢ; କୋଠା କାମରେ ଲାଗେ ବଙ୍ଗ, ମଧ୍ୟ— ପ୍ରଦେଶ ଓ ମାନ୍ଦ୍ରାଜ୍ ଅଞ୍ଚଳ ଜଙ୍ଗଲରେ ଏ ଗଛ ଜନ୍ମେ— ହିନ୍ଦୀ - ଶ]

୫. ତନ୍ତୁବାୟ ଜାତି ବିଶେଷ —୫. A class of weavers.
୬. କାଠ ରଙ୍ଗିଣୀ ପୁଷ୍ପକ୍ଷୁପ — ୬. A red-flowered shrub.