Jump to content

ରଙ୍ଗେ

ଉଇକିଅଭିଧାନ‌ରୁ

ରଙ୍ଗେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ରଙ୍ଗେଣ)

[ସମ୍ପାଦନା]
୧. କୌତୁକରେ; ଆନନ୍ଦ ସହକାରେ —୧. Joyfully; gleefully.

[ଉ—ଚାତକ ପଂକ୍ତି ଦେଖି ହସିବେ ରଙ୍ଗେ —ରାଧାନାଥ. ମେଘଦୂତ]

୨. ନାନାପ୍ରକାରେ — ୨. In various ways.

(ଉ—ଦୁନ୍ଦୁଭିବାଦ୍ୟନାଦ କରି, ରଙ୍ଗେ ନାଚନ୍ତି ଅପସରୀ—ଜଗନ୍ନାଥ. ଭାଗବତ)

୩. ଅର୍ଥେ; ପାଇଁ; ସକାଶେ; ନିମିତ୍ତ —୩. For.

(ଉ— ଅନେକ ବଳ ତାଙ୍କ ସଙ୍ଗେ ବିବାହ ଦେଖିବାର ରଙ୍ଗେ ସଙ୍ଗେ ଅଇଲେ ବେନି ଭାଇ କହିଲୁଁ ଆମ୍ଭ ଦୋଷ ନାହିଁ—ଜଗନ୍ନାଥ. ଭାଗବତ)

୪. ନାନାପ୍ରକାର ମନୋହର ଭଙ୍ଗୀରେ —୪. In various charming ways.