Jump to content

ରଚନା

ଉଇକିଅଭିଧାନ‌ରୁ
  • ରଚନ; ନିର୍ମାଣ; ଗଠନ
  • ଖଞ୍ଜିବା; ସଜାଇବା; ବିନ୍ୟାସ
  • ଗୁମ୍ଫନ; ଗ୍ରନ୍ଥନ
  • ଅଳଙ୍କରଣ; କେଶବେଶ କରଣ; ପ୍ରସାଧନ
  • ଗଢିବା; ଗଦ୍ୟପଦ୍ୟମୟ ବାକ୍ୟର ବିନ୍ୟାସ
  • ଯୁଦ୍ଧାର୍ଥ ଶ୍ରେଣୀବନ୍ଧନ ପୂର୍ବକ ସୈନ୍ୟବିନ୍ୟାସ
  • ଚମତ୍କାର ସର୍ଜନ; ଆବିଷ୍କରଣ
  • ମିଥ୍ୟା କଥାକୁ ଫାନ୍ଦି କରି ସତ ପରି ଉପସ୍ଥାପିତ କରିବା
  • ରଚିତ ଗ୍ରନ୍ଥ ବା ଲେଖ
  • ବିନ୍ୟସ୍ତ କେଶ; କେଶବେଶ
  • ସୃଷ୍ଟ ବସ୍ତୁ
  • ରଚିତ ବ୍ୟୁହ
  • ବେଶ
  • କଳ୍ପିତ ବିଷୟ

ବିଶେଷଣ (ଦେଶଜ)

[ସମ୍ପାଦନା]
  • ଉଦ୍ଭାବିତ
  • କଳ୍ପିତ
  • ମିଥ୍ୟା ପ୍ରମାଣ ଆଦିର ଯୋଗାଡ଼ କରା ଯାଇ ସଜା ହୋଇଥିବା
  • ରଚିତରଚନା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରଚ୍ ଧାତୁ+ଭାବ ଅନ+ଆ)

[ସମ୍ପାଦନା]
୧. ରଚନ; ନିର୍ମାଣ; ଗଠନ —୧. Building; structure.
୨. ଖଞ୍ଜିବା;ସଜାଇବା; ବିନ୍ୟାସ —୨. Arrangement; arraying; methodical arrangement.
୩. (ମାଲ୍ୟାଦି) ଗୁମ୍ଫନ; ଗ୍ରନ୍ଥନ —୩. Stringing to gether.
୪. (କେଶାଦିର) ଅଳଙ୍କରଣ; କେଶ— ବେଶ କରଣ; ପ୍ରସାଧନ —୪. Decoration (of the hair); hair-dressing.
୫. (ଗ୍ରନ୍ଥ, ପଦ୍ୟ ଆଦି) ଗଢ଼ିବା; ଗଦ୍ୟପଦ୍ୟମୟ ବାକ୍ୟର ବିନ୍ୟାସ — ୫. Literary composition.
୬. ଯୁଦ୍ଧାର୍ଥ ଶ୍ରେଣୀବନ୍ଧନ ପୂର୍ବକ ସୈନ୍ୟବିନ୍ୟାସ —୬. Arraying of troops in order of battle; battle array.
୭. ଚମତ୍କାର ସର୍ଜନ; ଆବିଷ୍କରଣ — ୭. Invention.
୮. ମିଥ୍ୟା କଥାକୁ ଫାନ୍ଦି କରି ସତ ପରି ଉପସ୍ଥାପିତ କରିବା —୮. Fabrication.
୯. (+ କର୍ମ ଅନ; ଯାହାକୁ ରଚନ କରାଯାଏ) ରଚିତ ଗ୍ରନ୍ଥ ବା ଲେଖ —୯. Literary work or production.
୧. ବିନ୍ୟସ୍ତ କେଶ; କେଶବେଶ — ୧୦. Coiffure; dressed hair.
୧୧. ସୃଷ୍ଟ ବସ୍ତୁ — ୧୧. Created thing.
୧୨. ରଚିତ ବ୍ୟୂହ — ୧୨. Array of troops.
୧୩. ବେଶ — ୧୩. Dress; guise.
୧୪. କଳ୍ପିତ ବିଷୟ —୧୪. A creation of the mind; fancy of the mind.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଉଦ୍ଭାବିତ —୧. Invented.
୨. କଳ୍ପିତ —୨. Imagined; fancied.
୩. (କଚିରିଆ) ମିଥ୍ୟୀ ପ୍ରମାଣ ଆଦିର ଯୋଗାଡ଼ କରା ଯାଇ ସଜା ହୋଇଥିବା (ମକଦମା) —୩. Faabricated; got up (case)
୪. ରଚିତ —୪. Built; constructed.


[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ କେଶ— ରଚନା, ଅଙ୍ଗରଚନା, ଆସ୍ୟରଚନା, କବିତାରଚନା, ପଦ୍ୟରଚନା, କେଶରଚନା, ପ୍ରବନ୍ଧରଚନା, ସନ୍ଦର୍ଭରଚନା, ଗୃହରଚନା, ମନ୍ଦିରରଚନା, ପୁଷ୍ପରଚନା, ମାଲ୍ୟରଚନା, ଗୁଚ୍ଛରଚନା, ଯୁଦ୍ଧରଚନା, ରଣରଚନା, ସୈନ୍ୟରଚନା ବ୍ୟୂହରଚନା, ଚନ୍ଦନରଚନା, ମୃଗମଦରଚନା, କଜ୍ଜ୍ୱଳରଚନା ଓ ତିଳକରଚନା ଆଦି ହୁଏ]