ରଜ
ରଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରନଜ୍ ଧାତୁ=ରଙ୍ଗ କରିବା+କର୍ମ. ଅ;+ କରଣ. ଅସ୍)
[ସମ୍ପାଦନା]- ୧. ଧୂଳି; ରେଣୁ —୧. Dust.
[ଉ—ବିଷ୍ଣୁ ଚରଣ ରଜ ଲାଗି, ସେ ନଦୀ ଅତି ସଉଭାଗୀ— ଜଗନ୍ନାଥ. ଭାଗବତ]
- ୨. ପରାଗ; ପୁଷ୍ପରେଣୁ — ୨. Pollen of flower.
- ୩. ଚୂର୍ଣ୍ଣ —୩. Powder.
- ୪. ପ୍ରତି ମାସରେ ସ୍ତ୍ରୀଯୋନିରୁ ନିସୃତ ରକ୍ତ; ସ୍ତ୍ରୀ ଋତୁ— ସ୍ରାବ —୪. Menstrual flux.
[ଦ୍ରଷ୍ଟବ୍ୟ —ସ୍ତ୍ରୀର ରଜ ଓ ପୁରୁଷର ବୀର୍ଯ୍ୟର ସଙ୍ଗମରେ ଗର୍ଭରେ ସନ୍ତାନର ସୃଷ୍ଟି ହୁଏ]
- ୫. ଦୁଃଖ ଓ ମୋହଜନକ ପ୍ରକୃତି ବା ଗୁଣବିଶେଷ; ତ୍ରିଗୁଣ (ସତ୍ୱ ରଜ ତମଃ) ମଧ୍ୟରୁ ଏକତମ [ଯଥା—କ୍ରୋଧ, ଲୋଭ ଅହଂକାର ଓ ଦ୍ୱେଷାଦି] —୫. One of the three attributes of human nature; the passions in human nature.
[ଦ୍ରଷ୍ଟବ୍ୟ —ଦେହଧାରୀର ଦେହକୁ ସତ୍ତ୍ୱ, ରଜଃ ଓ ତମଃ, ଏହି ୩ଟି ଗୁଣ ସଂସାରରେ ବାନ୍ଧି ରଖିଅଛନ୍ତି ଦେହୀକୁ ସତ୍ତ୍ୱଗୁଣ ସୁଖରେ ନିଯୁକ୍ତ କରାଏ, ରଜୋଗୁଣ ସାଂସରିକ ମାୟାରେ ଓ କର୍ମରେ ନିଯୁକ୍ତ କରାଏ ଏବଂ ତମୋଗୁଣ ଅଜ୍ଞାନରେ ଓ ପ୍ରମାଦରେ ନିଯୁକ୍ତ କରାଏ ଏ ତିନୋଟି ଗୁଣ ଜୀବପ୍ରକୃତିରୁ ଜାତ ରଜୋଗୁଣ ରାଗାତ୍ମକ, ଏହା ତୃଷ୍ଣାରୁ ଓ ଆସକ୍ତିରୁ ଜନ୍ମେ ମନୁଷ୍ୟଠାରେ ରଜୋ— ଗୁଣ ବୃଦ୍ଧି ଲିଭିଲେ ଲୋଭପ୍ରବୃତ୍ତି, କର୍ମାରମ୍ଭ, ବିଷୟଲିପ୍ସା ଓ ଅଶାନ୍ତି ଜନ୍ମି ଶେଷରେ ଦୁଃଖରେ ପରିଣତ ହୁଏ ରଜୋ— ଗୁଣର ପରିଣାମ ଦୁଃଖମୟ, ସତ୍ତ୍ୱଗୁଣର ଫଳ ଆନନ୍ଦ ଓ ତମୋଗୁଣର ଫଳ ଅଜ୍ଞାନ ରଜୋଗୁଣରୁ ଲୋଭ ଜନ୍ମେ ଯାହା ଆତ୍ମାର ଦୁଃଖସମାଯୁକ୍ତ, ଅପ୍ରୀତିକର ଓ ସର୍ବଦା ଶରୀରୀମାନଙ୍କର ଦୁର୍ନିବାର ବିଷୟସ୍ପୃହା ଜନ୍ମାଏ, ତାହା ରଜୋଗୁଣ ଅଟେ ଜଗନ୍ନାଥ ଦାସଙ୍କ ଭାଗବତରେ ରଜୋ— ଗୁଣର ଲକ୍ଷଣ ନିର୍ଦ୍ଦିଷ୍ଟ ହୋଇଅଛି, ଯଥା:— କାମ ବ୍ୟାପାର ତୃଷ୍ଣା ମଦ ଗର୍ବ ସକଳ ମତିଭେଦ ଯଶ ପ୍ରତିଷ୍ଠା ସୁଖ ଇଚ୍ଛା ଲୋଭେ ଦେବତା ମନ୍ତ୍ରଦୀକ୍ଷା ଉଦ୍ୟମ ବୀର୍ଯ୍ୟ ପରିହାସ ରଣେ ଉତ୍ସାହ ସ୍ତୁତି ଆଶ଼ ଏତେ ଲକ୍ଷଣେ ରଜଗୁଣ ଏହି ସତ୍ତ୍ୱ, ରଜଃ ଓ ତମଃ ଗୁଣମାନଙ୍କର ବିଷୟ ଭଗବଦ୍— ଗୀତା ୧୪ଶ ଅଧ୍ୟାୟରେ, ଗରୁଡ଼ ପୁରାଣର ୨୨୭: ଅଧ୍ୟାୟରେ ଓ ମନୁସଂହିତାର ୧୨ଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି<? ?> ]
- ୭. ଇଚ୍ଛା —୭. Wish.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପାଉଁଶ —୧. Ashes.
[ଉ—ରଜ ଅହି ଉଡ଼ୁ ଈଶ, ରସନ୍ତି ଦେଖ ମହେଶ —ଅଭିମନ୍ୟୁ. ବିଦଗ୍ଧଚିନ୍ତାଣି]
- ୨. ସ୍ତ୍ରୀଯୋନିରୁ ସଙ୍ଗମ— କାଳରେ ସଞ୍ଜାତ ଜଳୀୟ ପଦାର୍ଥ —୨. Liquid slime emanating from the female organ during orgasm.
- ୩. (ସଂସ୍କୃତ - ରଜସ୍ୱଳା) ପୃଥିବୀ ରଜସ୍ୱଳା ହେବାର ଦିବସକ୍ରୟ; ମିଥୁନ, ଅର୍ଥାତ୍ ଆଷାଢ଼ ସଂକ୍ରାନ୍ତି ଓ ତତ୍ପୂର୍ବ ଓ ତତ୍ପର ଦିନ —୩. A period of three days about the Rajasāṁkrānti.
[ଦ୍ରଷ୍ଟବ୍ୟ —ପୃଥିବୀ ରଜସ୍ୱଳା ହେବାର ପ୍ରମାଣ ବାକ୍ୟ— ବୃଷାନ୍ତେ ମିଥୁନସ୍ୟାଦୈ ତଦ୍ଦ୍ୱିତୀୟେ ଦିନ କ୍ରୟଂ ରଜସ୍ୱଳା ସ୍ୟାତ୍ ପୃଥିବୀ କୃଷିକର୍ମବିଗର୍ହିତଂ ହଳାନାଂ ବାହନଂ ଚୈବ ବୀଜାନାଂ କପନଂ ତଥା ତାବଦେବ ନ କୁର୍ବୀତ ଯାବତ୍ ପୃଥ୍ୱୀ ରଜସ୍ୱଳା ପୃଥ୍ୱୀ ରଜସ୍ୱଳାଯାବତ୍ ଖନନଂ ଛେଦନଂ ତ୍ୟଜେତ୍ ଅନ୍ୟ କର୍ମାଣି କୁର୍ବାତ ପୈତ୍ରଂ ଦୈବଂ ନମାନୁଷଂ— (ଅରୁଣୋଦୟ ପ୍ରେସ୍—ନୂତନପଞ୍ଜିକା) ସୌରମାନ ଜ୍ୟୈଷ୍ଠ, ଅର୍ଥାତ୍ ବୃଷମାସର ମାସାନ୍ତ ବା ଶେଷ ଦିନ ଓ ଆଷାଢ଼ ବା ମିଥୁନ ମାସର ସଂକ୍ରାନ୍ତି ବା ପ୍ରଥମ ଦିନ ଓ ତହିଁର ପରଦିନ, ଏହିପରି ୩ଟି ଦିନକୁ 'ରଜ' ବୋଲା— ଯାଏ ଏହି ୩ ଦିନ ପୃଥିବୀ ରଜସ୍ୱଳା ହେବାର ଶାସ୍ତ୍ରରେ କଳ୍ପିତ ଏହି ଦିବସକ୍ରୟରେ ହଳ, ପୃଥିବୀଖନନ, ବୀଜବପନାଦି କୃଷିକର୍ମ ନିଷିଦ୍ଧ ବୃଷମାସର ଶେଷଦିନକୁ 'ପହିଲିରଜ' ଓ ମିଥୁନ ମାସର ସଂକ୍ରାନ୍ତି ଦିନକୁ ଭୂଇଁନଅଣ ଓ ମିଥୁନର ଦ୍ୱିତୀୟ ଦିନକୁ 'ଠାକୁରାଣୀ ଗାଧୁଆ' ବୋଲାଯାଏ ପୃଥିବୀ ରଜସ୍ୱଳା ହେବା ପରେ ମିଥୁନ ଦ୍ୱିତୀୟ ଦିନ ଶୁଦ୍ଧି ସ୍ନାନ କରିବାର ଶାସ୍ତ୍ରରେ ଲେଖାଅଛି ଆମ ଦେଶରେ ହିନ୍ଦୁ ସ୍ତ୍ରୀମାନେ ଏ ତିନିଦିନ ରାନ୍ଧନ୍ତି ନାହିଁ ଓ ଭୂମି ଉପରେ ଖାଲି ଗୋଡ଼ରେ ଚାଲନ୍ତି ନାହିଁ ଓ ଉତ୍ସବରୂପେ ଏହା ପଳାନ୍ତି]