ରଜକ
ଦେଖଣା
ରଜକ
ଉଚ୍ଚାରଣ
[ସମ୍ପାଦନା](ରଜକା, ରଜକୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ.
[ସମ୍ପାଦନା][ରଞ୍ଜଧାତୁ+କର୍ତ୍ତୃ ଅକ] ଯେ ରଙ୍ଗକରେ; ରଞ୍ଜକ —Dyeing; painting.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଧୋବା —୧. Washerman.
[ଦ୍ରଷ୍ଟବ୍ୟ —ପୂର୍ବେ ଧୋବାମାନେ ଲୁଗାକୁ କାଚି ସଫା କରୁଥିଲେ ଓ ତହିଁରେ ରଙ୍ଗ ଚଢ଼ାଉଥିଲେ ଆଜିକୁ ୨/୩: ବର୍ଷ ତଳେ ଧୋବାମାନେ ବାସି ଧୋବ ଲୁଗାରେ ଇଷତ୍ ନେଳି ରଙ୍ଗ ମଡ଼ାଉଥିଲେ ଓ ଏଥିଯୋଗୁଁ ଉକ୍ତ ଲୁଗା ଶୀଘ୍ର ମଳିଆ ଦେଖାଯାଉ ନ ଥିଲା, ଅର୍ଥାତ୍ ତହିଁରେ ସାମାନ୍ୟ ମଳି ଲାଗିଲେ ସେ ଲୁଗାର ନେଳି ରଙ୍ଗ ଉକ୍ତ ମଳିର ରଙ୍ଗକୁ ବୁଡ଼ାଇ ଦେଉଥିଲା ଏବେ ମଧ୍ୟ ଧୋବାଦ୍ୱାରା ନେଳି ମଡ଼ା ହୋଇଥିବା ଲୁଗା ମଫସଲରେ କେତେ ମରହଟ୍ଟି ଲୋକଙ୍କୁ ବ୍ୟବହାର କରିବା ଦେଖାଯାଏ
- ୨. ରଙ୍ଗ କରିବା ବ୍ୟକ୍ତି —୨. A dyer.
- ୩. ବର୍ଣ୍ଣ— ସଙ୍କର ନୀଚ ଜାତିବିଶେଷ; ତୀବର ପତ୍ନୀ ଗର୍ଭଜାତ ଧୀବର— ପୁତ୍ର —୩. Name of a hybrid caste (born of aa fisherman father and Tībara mother.
[ଦ୍ରଷ୍ଟବ୍ୟ —ମତାନ୍ତରରେ ପାରଧେନୁକ ପିତା ଓ ବ୍ରାହ୍ମଣୀ ମାତାର; ନିଷ୍ଠ୍ୟ; ପିତା ଓ ଉଗ୍ରୀ ମାତାର ସନ୍ତାନକୁ ରଜକ ବୋଲା ଯାଉଥିଲା—ମନିଅର୍ ବିଲିଆମ୍ସ୍]
- ୪. ଶୁକ; ଶୁଆ —୪. Parrot; (M.W. Apte)
- ୫. ଅଂଶୁକ — ୫. Thin cloth (M.W.).