ରଜସ୍ୱଳା
ରଜସ୍ୱଳା
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ [ସଂସ୍କୃତ - ରଜସ୍ୱଳା]
[ସମ୍ପାଦନା]ରଜସ୍ୱଳା (ଦେଖ) - — Rajaswaḻā (See)
ରଜସ୍ୱଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
— |
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରଜସ୍+ବିଦ୍ୟାମାନାର୍ଥେ ବଳ+ଆ)
[ସମ୍ପାଦନା]- ୧. ଦୃଷ୍ଟରଜା (ସ୍ତ୍ରୀ) —୧. (a girl) Whose menses have appeared.
- ୨. ଋତୁମତୀ; ଆର୍ତ୍ତବା; ଛୁଆଁ ହୋଇଥିବା —୨. Menstruated.
- ୩. ରଜସ୍ୱଳର ସ୍ତ୍ରୀଲିଙ୍ଗ —୩. Feminine of Rajaswaḻa:
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଋତୁମତୀ ସ୍ତ୍ରୀ; ରଜୋଯୁକ୍ତା ନାରୀ —୧. A woman in her menses.
- ୨. ଦୃଷ୍ଟରଜସ୍କା ବାଳିକା —୨. A girl whose menses have appeared.
- ୩. ୧୧: ବର୍ଷରୁ, ମତାନ୍ତରେ ୧ ବର୍ଷରୁ, ଊର୍ଦ୍ଧ୍ୱବୟସ୍କା କନ୍ୟା —୩. A girl who haas passed her ୧୦th year.
- ୪. ବିବାହଯୋଗ୍ୟା କନ୍ୟା —୪. A marriageable girl (Apte).
[ଦ୍ରଷ୍ଟବ୍ୟ —୧ ସ୍ତ୍ରୀ ଲୋକଙ୍କର ୧୨: ବର୍ଷଠାରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସ୍ୱଭାବତଃ ପ୍ରତି ମାସରେ ଯୋନିଦ୍ୱାରବାଟେ ଗର୍ଭରୁ ଆର୍ତ୍ତବ ବା ରଜଃ (ଶୋଣିତ) ସ୍ରାବ ହୁଏ ଏହା ୩ ଦିନ ପର୍ଯ୍ୟନ୍ତ ସ୍ରବେ ରଜସ୍ରାବର ଆରମ୍ଭଠାରୁ ୧୬: ଦିନ ପର୍ଯ୍ୟନ୍ତ ଋତୁକାଳ ଓ ଏହାହିଁ ଗର୍ଭାଧାନର ଉପଯୁକ୍ତ କାଳ ରଜୋସ୍ରାବର ପ୍ରଥମଠାରୁ ୪ର୍ଥ ଦିବସ ପର୍ଯ୍ୟନ୍ତ ଅହିଂସା, ବ୍ରହ୍ମଚର୍ଯ୍ୟ ଓ ପରିମିତାହାର କର୍ତ୍ତବ୍ୟ; ପତିସନ୍ଦଶନ ପତିସହବାସ, କ୍ରନ୍ଦନ, ନଖ— ଚ୍ଛେଦନ, ଉଚ୍ଛହାସ୍ୟ, ତୈଳାଭ୍ୟଙ୍ଗ, ସ୍ନାନ ଦିବାନିଦ୍ରା ଦ୍ରୂତଗମନ, ଅଧିକ ପରିଶ୍ରମ, ବହୁଭାଷଣ ଓ ଅଧିକ ବାୟୁ— ସେବନ ନିଷିଦ୍ଧ ରଜଃସାବ ୩ ଦିନ ପର୍ଯ୍ୟନ୍ତ ହୁଏ ଓ ଚତୁର୍ଥଦିନ ରଜୋନିବୃତ୍ତି ହୁଏ ୪ର୍ଥ ଦିବସରେ ଋତୁ ସ୍ନାନାନନ୍ତର ପତିଙ୍କ ଓ ପ୍ରିୟଜନଙ୍କ ମୁଖ ଅବଲୋକନ କରିବା ଉଚିତ କାରଣ ଋତୁସ୍ନାନର ଅବ୍ୟବହିତ ପରେ ଯେଉଁ ରୂପ ଦର୍ଶନ କରାଯାଏ ତଦନୁରୂପ ସନ୍ତାନ ଗର୍ଭରେ ଜନ୍ମେ ରଜସ୍ୱଳା ସ୍ତ୍ରୀର ସଙ୍ଗମ କରିବା ଶାସ୍ତ୍ରରେ ନିଷିଦ୍ଧ (ମନୁ୪/୪: — ୪୧—୪୨: ) ରଜସ୍ୱଳା ସ୍ତ୍ରୀର ସଙ୍ଗମ କଲେ ପୁରୁଷର ପ୍ରଜ୍ଞା, ତେଜଃ, ବଳ. ଚକ୍ଷୁ ଓ ଆୟୁର କ୍ଷୟ ଘଟେ ଆଧୁନିକ ବିଜ୍ଞାନର ମତ ମଧ୍ୟ ଏହା ରଜୋନିବୃତ୍ତି ପରେ ସ୍ନାନ କଲେ ରଜସ୍ୱଳା ସ୍ତ୍ରୀ ଶୁଦ୍ଧା ହୁଏ (ମନୁ ୫/୬୬: )
- ୨. କନ୍ୟାର ବୟସ ୧ ବର୍ଷ ବା ମତାନ୍ତରରେ୧୧: ବର୍ଷ ପରିଲେ ଶାସ୍ତ୍ରାନୁସାରେ ଉକ୍ତ କନ୍ୟାକୁ ରଜସ୍ୱଳା ବୋଲାଯାଏ ରଜସ୍ୱଳା କନ୍ୟା ଅବିବାହିତାବସ୍ଥାରେ ପିତୃ— ଗୃହରେ ରହିଲେ ପ୍ରତ୍ୟେକ ଋତୁସ୍ନାନ ଦିନ ପିତାମାତାଙ୍କୁ ଭ୍ରୂଣହତ୍ୟା ଦୋଷ ଲାଗେ ଏଥିପାଇଁ କନ୍ୟା ରଜସ୍ୱଳା ହେବା ପୂର୍ବରୁ ତାକୁ ବିବାହ ଦେବାର ବିଧି ଅଛି]