Jump to content

ରଜୋଦର୍ଶନ

ଉଇକିଅଭିଧାନ‌ରୁ

ରଜୋଦର୍ଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ସ୍ତ୍ରୀମାନଙ୍କର ଋତୁକାଳୀନ ରଜଃସ୍ରାବର ଆରମ୍ଭ —The beginning of the menstrual flow; the (first) appearance of the menstrual excretion.

[ଦ୍ରଷ୍ଟବ୍ୟ —ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାଳିକାର ପ୍ରଥମ ରଜୋଦର୍ଶନର ବାର ଓ ତିଥି ଅନୁସାରେ ବାଳିକାର ଭବିଷ୍ୟତର ଓ ତତ୍ସ୍ୱାମୀର ଭବିଷ୍ୟତର ସୂଚନା ଜଣା ପଡ଼େ ରବିବାରରେ ପ୍ରଥମ ରଜୋଦର୍ଶନରେ ବାଳିକା ବିଧବା, ସୋମବାରରେ ପତିବ୍ରତା, ମଙ୍ଗଳବାରରେ ବେଶ୍ୟା— ବୁଧବାରରେ ସୌଭାଗ୍ୟଶାଳିନୀ, ଗୁରୁବାରରେ ପତିର ଶ୍ରୀବୃଦ୍ଧି— କାରିଣୀ, ଶୁକ୍ରବାରରେ ପତିବ୍ରତା ଶନିବାରରେ ବନ୍ଧ୍ୟା ହୁଏ ନନ୍ଦା ଓ ଭଦ୍ରା ତିଥିରେ ପତିଭକ୍ତା ଓ ପୁତ୍ରବତୀ ହୁଏ; ଜୟା ତିଥିରେ ସ୍ୱାମୀ—ସୌଭାଗ୍ୟଯୁକ୍ତା ଓ ରିକ୍ତା ତିଥିରେ କୁଳଟା ହୁଏ]