Jump to content

ରଞ୍ଜିବା

ଉଇକିଅଭିଧାନ‌ରୁ

ରଞ୍ଜିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ରଞ୍ଜ ଧାତୁ)

[ସମ୍ପାଦନା]
୧. ରଙ୍ଗାଇବା; ରଞ୍ଜିତ କରିବା; ରଙ୍ଗ କିରବା —୧. To paint; to dye.

[ଉ— ଝରି ତାଙ୍କ ଶ୍ରୀକରୁ ଅଳତା, ରଞ୍ଜିଲାକି ତରୁ ଲତା ଏ ମଞ୍ଜୁଳ ରାଗେ—ରାଧାନାଥ. ମହାଯାତ୍ରା]

୨. ସନ୍ତୁଷ୍ଟ କରିବା — ୨. To please.

[ଉ—ପର୍ବତେ ଚତୁର୍ବିଧ ଅନ୍ନ, ଦେଇ ରଞ୍ଜିଲେ ପୃଥୁ ମନ—ଜଗନ୍ନାଥ ଭାଗବତ]

୩. ମୁଗ୍ଧ କରିବା —୩. To charm.

(ଉ—ରଞ୍ଜି ନିଏ ସେ ତ ଯୁବତୀ ମତି, ଗଞ୍ଜଦେବ ଶତ ତରୁଣ ଧୃତି—ଗୋଲୋକ ଇନ୍ଦୁରେଖା)

୪. ମୁଗ୍ଧ ହେବା —୪. To be charmed.

(ଉ—ଆପଣାର ଜନମକୁ ଦିଅ ରଞ୍ଜି— କୃଷ୍ଣସିଂହ. ମହାଭାରତ)

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା, ନେବା କ୍ରିୟାର ସମାପିକା ରୂପ ଲାଗି, ଭାବ ଉପରେ ବେଶି ଜୋର୍ ଦିଆଯାଏ]