Jump to content

ରଟିବା

ଉଇକିଅଭିଧାନ‌ରୁ

ରଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ରଟ୍ ଧାତୁ)

[ସମ୍ପାଦନା]
୧. ଉଚ୍ଚୈଃସ୍ୱରରେ କହିବା — ୧. To speak out.
୨. ରଡ଼ି କରିବା —୨. To roar.

(ଉ—ବିଚ୍ଛେଦୁଁ ନାସା ଶ୍ରବଣ ଦୀର୍ଘେ ରଟିଲା ଭଞ୍ଜ. ବୈଦେହୀଶବିଳାସ)

୩. ଘୋଷିବା; ବାରଂବାର କହିବା —୩. To repeat.

[ଉ—ରାଧା ରାଧା ବୋଲି ବଂଶୀ ରଟିଲାରେ ସଙ୍ଗୀତ]

୪. ରଟାଇବା; ପ୍ରଚାର କରିବା —୪. To publish; to proclaim.

[ଉ— ନାଚିଲେ ନର୍ତ୍ତକୀ, ଗାଇଲେ ଗାୟକ, ରଟିଲେ ଭାଟେ ରାଧାନାଥ. ଉଷା]

୫. ପ୍ରଚାରିତ ହେବା; ରଟିତ ହେବା —୫. To be published or circulated.

(ଯଥା—ତାଙ୍କ ନାମରେ ସର୍ବତ୍ର ଦୁର୍ନାମ ରଟିଲାଣି)

୬. (ପକ୍ଷୀ ଆଦି) ଧ୍ୱନି କରିବା —୬. To make a sound (e.g. crowing)

[ଉ—ଚରଣାୟୁଧବୃନ୍ଦ ରଟିଲା ରେ, ଅରବିନ୍ଦହିଁ ବନ୍ଧୁ ଫୁଟିଲାରେ କବିସୂର୍ଯ୍ୟ. ସଙ୍ଗୀତ]