Jump to content

ରଡ଼

ଉଇକିଅଭିଧାନ‌ରୁ

ରଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭବିଷ୍ୟତରେ ଅପକାରର ପ୍ରତିଶୋଧ ନେବା ପାଇଁ ମନରେ ସଂକଳ୍ପ; ଅହନ୍ତା; ଅକସ୍ —୧. Grudge; rancour; a determination to wreak vengeance.

ଅନୁବାଦ

[ସମ୍ପାଦନା]
୨. (ଧ୍ୱନ୍ୟନୁକରଣ) ଶକଟାଦିର କଙ୍କରମୟ ଭୂମିରେ ଦ୍ରୂତ ଗତିରେ ଯିବାର କର୍କଶ ଶବ୍ଦ; ଘଡ଼ଘଡ଼ ଶବ୍ଦ —୨. Rattling or jarring noise made by a cart moving rapidly on a gravelly road.

ଅନୁବାଦ

[ସମ୍ପାଦନା]
୩. ଜଳନ୍ତା— ଅଙ୍ଗାର —୩. Line charcoal.
୪. ଜ୍ୱଳନ୍ତ; ଜଳନ୍ତାବସ୍ତୁର ଚମକ ବା ତେଜ; ଦୀପ୍ତି —୪. Light or brilliance of a burning thing or fire.

[ଉ—ଆଗ୍ନେୟବବାଣର ରଡ଼ ସ୍ଫୁରେ ଆଚମ୍ୱିତେ ରାଧାନାଥ. ମହାଯାତ୍ରା]

[ଦ୍ରଷ୍ଟବ୍ୟ —ଲୋକେ, ବିଶେଷତଃ ସ୍ତ୍ରୀଲୋକମାନେ, ବିରକ୍ତି ପ୍ରକାଶ କଲାବେଳେ 'ରଡ଼' ଶବ୍ଦ ବ୍ୟବାହାର କରନ୍ତି; ଯଥା ତିଅଣତ ପୋଡ଼ିଗଲା, ଆଉ ରଡ଼ ହବ? ତୁ ତ ମୋ ବୋଲ ଶୁଣୂ ନାହିଁ, ଆଉ ଭୋଜନ ମାରି ରଡ଼ କରିବୁ? ଏହିପରି କ୍ଷେତ୍ରରେ ନିଆଁ, ଚୁଲ୍ଲୀ, ପାଉଁଶ, ଦର— ପୋଡ଼ା, ଲେମ୍ୱୁ, ଲେମ୍ୱୁ ଲୁଣ ଆଦି ଶବ୍ଦ ମଧ୍ୟ ବ୍ୟବହୃତ ହୁଏ]

ଦେଶଜ - ବିଶେଷଣ -

[ସମ୍ପାଦନା]

ଜଳନ୍ତା —Burning.