Jump to content

ରଣ

ଉଇକିଅଭିଧାନ‌ରୁ

ରଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ରଣ୍ ଧାତୁ+ଅଧିକରଣ. ଅ)

[ସମ୍ପାଦନା]
୧. ଯୁଦ୍ଧ; ସମର — ୧. War; battle; fight.
୨. ବିବାଦ — ୨. Conflict.
୩. (+ଭାବ. ଅ) ଶବ୍ଦ —୩. Sound; noise.
୪. ଗମନ; ଗତି —୪. Going; moving.
୫. (ବୈଦିକ) ଆନନ୍ଦ —୫. Pleasure; delight; joy (M.W.).
୬. ରମଣ (ହିନ୍ଦୀ - ଶ) —୬. Sexual congress; copulation.
୭. ଦୂମ୍ୱା ମେଣ୍ଡା (ହିନ୍ଦୀ - ଶ) —୭. A kind of sheep with a fatty ball-shaped tail.
୮. (+ଅଧିକରଣ. ଅ) ରଣ କ୍ଷେତ୍ର —୮. Battle-field (Apte).
୯. (+କରଣ. ଅ) ବିଣାର ଦଣ୍ଡ —୯. The quill or bow of a lute (Apte).

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ମହାନଦୀର ଗୋଟିଏ ନଦୀ; (ଏହା କଟକ ଜିଲ୍ଲାର ବାଙ୍କି ରାଜ୍ୟ ମଧ୍ୟରେ ପ୍ରବାହିତ) — A small tributary of the river Mahanadi in the Banki estate of the Cuttack district.

[ଦ୍ରଷ୍ଟବ୍ୟ —ଏ ନଦୀର ମଛଦିଆରୁ ବାଙ୍କି ରାଜ୍ୟର ଅନେକ ଆୟ ହୁଏ ଢଗ ଅଛି—'ରଣ, ବଣ, ଛଣ; ଡମ୍ପଡ଼ା ରାଜା ଥାଇ ବୋଇଲେ ମୋ ଢୁଢୁଆ ବାଇଗଣ' ଅର୍ଥାତ୍ ପୂର୍ବେ ବାଙ୍କି ରାଜ୍ୟରେ ରାଜା ଥିବା ସମୟରେ ସେ କହିଲେ, ରଣ ନଇର ମଛଦିଆ, ବଣକର ଓ ଧାନବିଲରୁ ମୋର ଖୁବ୍ ଆୟ ହୁଏ ଏଥିର ପ୍ରତ୍ୟୁତ୍ତରରେ ଡମ୍ପଡ଼ା ରାଜା କହିଲେ, ତୁମ୍ଭର ଏ ତିନି ବିଷୟରୁ ହେଉଥିବା ଆୟ ମୋ ରାଜ୍ୟର ମହାନଦୀର ପଟୁରେ ହେଉଥିବା ଢୁଢୁଆ ବାଇଗଣର ଆୟରୁ ବେଶି ନୁହେଁ]

[ଦ୍ରଷ୍ଟବ୍ୟ —ଯୁଦ୍ଧ ଶବ୍ଦ ସଙ୍ଗେ ଯେତେ ଶବ୍ଦ ଯୁକ୍ତ ହୋଇ ସ୍ୱତନ୍ତ୍ର ଶବ୍ଦ ହୁଏ, ରଣ ଶବ୍ଦ ସଙ୍ଗେ ସେହି ଶବ୍ଦମାନ ଯୁକ୍ତ ହୁଏ]