Jump to content

ରଣା

ଉଇକିଅଭିଧାନ‌ରୁ

ରଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାଜସର୍ପ, ଶଙ୍ଖିନୀ)

[ସମ୍ପାଦନା]
୧. ଏକପ୍ରକାର ବିଷଧର ସର୍ପ —୧. A kind of poisonous snake; Bungarus Fasciatus.

[ଦ୍ରଷ୍ଟବ୍ୟ —ଏହା ବୋଡ଼ା ଜାତୀୟ ଏହାର ଦେହରେ ହଳଦିଆ ଓ କଳା ମୁଠା ମୁଠା ଶଙ୍କାପରି ଦାଗ ଥାଏ ଏହାର ଫଣା ନାହିଁ ଏହା ଚାରିହାତ ପର୍ଯ୍ୟନ୍ତ ବଢ଼େ ଏ କାମୁଡ଼ିଲେ ଲୋକ ଶୀଘ୍ର ମରିଯାଏ ପ୍ରବାଦ ଅଛି:—ରଣା, ଘଡ଼ିକେ କରିବ ବଣା ଓ ରଣା କାମୁଡ଼ିଲେ ନ ଯିବ ପାଟ ଅଗଣା କେହି କେହି ମଧ୍ୟ କହନ୍ତି ଏହାର ବିଷ ନାହିଁ]

୨. ପୁଲୁରା ମାଳିମାନଙ୍କର ବଂଶୋପାଧି ବିଶେଷ —. A family-title of a caste of florist- gardeners.
୩. ଏକ ପ୍ରକାର ଓଡ଼ିଆ ପାଇକ ଜାତି — ୩. A caste of Oriya Pāikas.

[ଦ୍ରଷ୍ଟବ୍ୟ —ଏମାନେ ଝାଡ଼ ଜୟପୁରର ପୂର୍ବ ରାଜାମାନଙ୍କର ପାଇକ କାର୍ଯ୍ୟ କରୁଥିଲେ ଏମାନଙ୍କ ମଧ୍ୟରୁ କେତେକ ପଇତା ପକାନ୍ତି ଓ ବ୍ରାହ୍ମଣ ଛଡ଼ା ଅନ୍ୟ କାହାରି ଘରେ ଖାଆନ୍ତି ନାହିଁ]

୪. ଶୂଦ୍ରଜାତି ବିଶେଷ —. A class of Ṡūdras.

[ଦ୍ରଷ୍ଟବ୍ୟ —ଏମାନେ ପ୍ରାୟଶଃ ଝାଡ଼ଜୟପୁର ଅଞ୍ଚଳରେ ବାସ କରନ୍ତି ଏମାନେ ଅନାର୍ଯ୍ୟ ଶୂଦ୍ରଜାତି ଏମାନେ ପାଣି ଦେଲେ ବ୍ରାହ୍ମଣ ପ୍ରଭୃତି ଗୋଡ଼ହାତ ଧୁଅନ୍ତି, କିନ୍ତୁ ପିଅନ୍ତି ନାହିଁ ଏମାନେ ଚାଷ ଓ ଚାକିରି କରି ଜୀବିକା ଚଳାନ୍ତି ଏମାନେ ମଦ୍ୟପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ଅନ୍ୟଶବ୍ଦ ସଙ୍ଗେ ବ୍ୟବହୃତ ହେଲେ ଯଥା—ନୃପରଣା, ମହାରଣା; ସଂସ୍କୃତ - ରାଜନ୍)

[ସମ୍ପାଦନା]
୧. ଶ୍ରେଷ୍ଠ —୧. Chief (person).
୨. ନିଷ୍କର୍ମା — ୨. Idle.

[ଯଥା—ସେ ଲୋକଟା ରଣାପରି ବୁଲୁଛି]