ରତ
ଦେଖଣା
ରତ
ଉଚ୍ଚାରଣ
[ସମ୍ପାଦନା](ରତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ରମ୍ଧାତୁ+କ୍ରୀଡ଼ା କରିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ଅନୁରକ୍ତ; ଲିପ୍ତ; ଆସକ୍ତ —୧. Devoted to; attached to; addicted to.
[ଉ—ହେବ ତୋ ଏକାନ୍ତ କାନ୍ତ, ଛାଡ଼ରେ ବିସ୍ମିତ ସ୍ମିତ—, ହାସି, ସେ ତୋରେ ନିରତ ରତ ହେ ଭଞ୍ଜ—ପ୍ରେମସୁଧାନିଧି]
- ୨. ନିଯୁକ୍ତ; ବ୍ୟାପୃତ —୨. Engaged in.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (+ଭାବ ତ) ରମଣ; ରତି; ମୈଥୁନ —୧. Copulation; sexual intercourse.
- ୨. (+ ଅଧିକରଣ. ତ) ଗୁହ୍ୟ ଦେଶ —୨. Anus; privities; private parts.
- ୩. ଯୋନି (ହିନ୍ଦୀ - ଶ) —୩. Female organ.
- ୪. ଲିଙ୍ଗ (ହିନ୍ଦୀ - ଶ) —୪. Male organ
- ୫. (+କର୍ମ. ତ—ପ୍ରେମ; ପ୍ରଣୟ; ଅନୁରାଗ (ହିନ୍ଦୀ - ଶ) — ୫. Love; attachment.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କେଳି— କୌତୁକ; ଆମୋଦ ପ୍ରମୋଦ —୧. Amusements; sport.
[ଉ—କଚ୍ଛପ ମତ୍ସ୍ୟ ମଣ୍ଡୂକ ମତ୍ତ ହୋଇ ରଞ୍ଚିଲେ ସୁଖରେ ରତ ଦୀନକୃଷ୍ଣ. ରସକଲ୍ଲୋଳ]
- ୨. ଆସକ୍ତି —୨. Attachment; devotion.
(ଯଥା—ତାର ଏ ବିଷୟରେ ଭାରି ରତ ଲାଗିଛି)