Jump to content

ରତି ନାଥ

ଉଇକିଅଭିଧାନ‌ରୁ

ରତି ନାଥ

ଉଚ୍ଚାରଣ

[ସମ୍ପାଦନା]

(ରତି କାନ୍ତ, ଗତିପତି, ରତି ପ୍ରିୟ, ରତି ସଖ, ରତିରମଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍)

[ସମ୍ପାଦନା]

କାମଦେବ; ମଦନ; କନ୍ଦର୍ପ — Cupid; the Indian Venus; amorous passion (personified as a Deity).

[ଦ୍ରଷ୍ଟବ୍ୟ —ଏହାଙ୍କର ଅନ୍ୟ ସଂସ୍କୃତ - ନାମ—ମଦନ, ମନ୍ମଥ, ମାର, ପ୍ରଦ୍ୟୁମ୍ନ, ମୀନକେତନ, କନ୍ଦର୍ପ, ଦର୍ପକ, ଅନଙ୍ଗ, କାମ, ପରସ୍ପର, ସ୍ମର, ପୁଷ୍ପଧ୍ୱନା, ମନରଧ୍ୱଜ, ଆତ୍ମରୁ, ଅନନ୍ୟଜ, ଉନ୍ନତ୍ତୋନ୍ନତ୍ତକ, କାନ୍ତ, କାନ୍ତମାନ, କାମଗ, କାମତର, କାମଦ, କାମବର୍ଦ୍ଧନ, କାମୀ, କୁସୁମେଷୁ, ଖେଳକ, ଗାୟନ, ଗୀତିକ, ଚନ୍ଦକ, ଚନ୍ଦନ, ନନ୍ଦୟିତା, ନନ୍ଦୀ, ନର୍ତ୍ତକ, ନିଶାଚର, ପଞ୍ଚବାଣ, ପଞ୍ଚବିଶିଖ, ପୁଷ୍ପବିଶିଖ, ପୁଷ୍ପେଷୁ, ବିଳାସ, ବିଶ୍ୱକେତୁ, ବସନ୍ତସଖ, ବ୍ରହ୍ମସୁ, ଭୃଙ୍ଗ, ଭୃଙ୍ଗନାୟକ, ଭ୍ରାନ୍ତ, ଭ୍ରାନ୍ତଚର, ଭ୍ରମ, ଭ୍ରମଣ, ଭ୍ରମମାଣ, ଭ୍ରମବାହ, ଭ୍ରାମକ, ଭ୍ରାମଣ, ମନୋମୋହନ, ମହାଧନୁ, ମୋହ, ମୋହକ, ମୋହନ, ମୋହବର୍ଦ୍ଧନ, ମାତଙ୍ଗ, ରମ, ରମଣ, ରମମାନ, ରାତ୍ରିନାଥ, ରାମ, ଲୋଭବର୍ଦ୍ଧନ

ହିନ୍ଦୁ ଶାସ୍ତ୍ରମାନହ୍କରେ କନ୍ଦର୍ପ ରୂପବାନ୍ ଆଦର୍ଶ ଯୁବକ ରୂପେ ବର୍ଣ୍ଣିତ ଏହାଙ୍କ ହାତରେ ଥିବା ଧନୁ ପୁଷ୍ପରେ ନିର୍ମିତ, ଧନୁର ଗୁଣ ଭ୍ରମର ମାଳ ଓ ୫ଟି ଫୁଲ ପାଞ୍ଚଟି ଶରର କାର୍ଯ୍ୟ କରିଥାଏ କନ୍ଦର୍ପର ପଞ୍ଚ ପୁଷ୍ପବାଣ ଯଥା— ୧ ଅରବିନ୍ଦ, ୨ ଅଶୋକ, ୩ ଚୂତ ବା ଆମ୍ୱ ବଉଳ, ୪. ନବମଲ୍ଲିକା ବା ନିଆଳୀ ଓ ୫ ରକ୍ତୋତ୍ପଳ (କାହାରି କାହାରି ମତରେ ନୀଳୋତ୍ପଳ) ମନୁଷ୍ୟଠାରେ ଏହି ବାଣମାନଙ୍କର ପ୍ରଦର୍ଶିତ ଗୁଣ ଅନୁସାରେ ଏମାନଙ୍କର ଯଥାକ୍ରମେ ଭିନ୍ନ ଭିନ୍ନ ନାମ ମଧ୍ୟ ଅଛି ଯଥା—ସମ୍ମୋହନ, ଉନ୍ନାଦନ, ଶୋଷଣ, ତାପନ ଓ ସ୍ତମ୍ଭନ

କାମଦେବଙ୍କ ସଖା ବସନ୍ତ, ଦୂତ କୋଶକ ଓ ସ୍ତ୍ରୀ ରତି ଦେବୀ ଏମାନେ ସର୍ବଦା ଏହାଙ୍କ ସଙ୍ଗରେ ଥାଆନ୍ତି ସଂସାରର ପ୍ରତ୍ୟେକ ଜୀବ (ବି ପୁରୁଷ, ବିଶେଷ୍ୟ - ସ୍ତ୍ରୀ) ଏହାଙ୍କ ବାଣର ଆକ୍ରମଣରୁ ରକ୍ଷା ପାଏ ନାହିଁ ଏମନ୍ତ କି, ମହାଦେବଙ୍କ ପରି ମହାଯୋଗୀ ମଧ୍ୟ ଏହାଙ୍କ ସମ୍ମୋହନ ନାମକ ପ୍ରଥମୋକ୍ତ ବାଣର ଦାଉରେ ପ୍ରଥମେ ଅସ୍ଥିର ହୋଇଥିଲେ ମଗଦନ ମହାଦେବଙ୍କ ପ୍ରତି ବାଣ ପ୍ରୟୋଗ କରିଥିବାରୁ ମହାଦେବ କ୍ରୋଧରେ ମଦନଙ୍କୁ ଭସ୍ମ କରି ଦେଇତିଲେ, ପରେ ରତିଙ୍କର କାତର ବିଳାପ ଶୁଣି ଓ ତାଙ୍କ ସ୍ତବରେ ତୁଷ୍ଟ ହୋଇ ଏହାଙ୍କୁ ପୁଣି ପୃଥିବୀରେ ଭୂମିଷ୍ଟ ହୋବା ପାଇଁ ବର ଦେଲେ ଗ୍ରୀସ୍ ଦେଶୀୟ ପଣ୍ଡିତମାନେ ଏହି ଦେବତା (Eros ବା Venus)ଙ୍କୁ ଯୁବକ ଓ ଅଦ୍ଧ ରୂପରେ ଚିତ୍ରିତ କରିଅଛନ୍ତି କାମଦେବଙ୍କ ଅନ୍ୟ ଏକ ପତ୍ନୀ (ନାମ ପ୍ରିତି) ଥିବା କଥିତ (M.W.)

ହିନ୍ଦୁ ଶାସ୍ତ୍ର (ଯଥା, ସ୍ମର ଦୀପିକା) ଅନୁସାରେ ଭିନ୍ନ ଭିନ୍ନ ତିଥିରେ ମନୁଷ୍ୟଙ୍କର (ବିଶେଷତଃ ସ୍ତ୍ରୀଙ୍କ) ଶରୀରର ନିମ୍ନୋକ୍ତ ଭିନ୍ନ ଭିନ୍ନ ସ୍ଥାନରେ ମଦନ ଆବିର୍ଭୁତ ହୋବାର ବର୍ଣ୍ଣିତ ହୋଇଅଛି; କାମୋଦ୍ଦୀପନାର୍ଥ ତତ୍ତତ୍ ତିଥିରେ ସେହି ସେହି ଅଙ୍ଗମାନଙ୍କୁ ଉତ୍ତେଜିତ, ମଥିତ ବା କ୍ଷତ କରିବାର ବିଧି ମଧ୍ୟ ବର୍ଣ୍ଣିତ ହୋଇଅଛି ପୁରୁଷର ଦକ୍ଷିଣାଙ୍କରେ ଓ ସ୍ତ୍ରୀର ଏବଂ କୃଷ୍ଣପକ୍ଷ ତିଥିମାନଙ୍କରେ ଏହି ଅବସ୍ଥାନମାନଙ୍କରେ ବିପର୍ଯୟ ଘଟିଥାଏ ===

ପ୍ରତିପଦରେ—ପାଦାଙ୍ଗୁଷ୍ଠ


ଦ୍ୱିତୀୟାରେ—ଗୁଲଫ୍ ବା ଗୋଇଠିରେ ଉପର ତୃତୀୟା—ଊରୁ ବା ଜଙ୍ଘ ଚତୁର୍ଥୀ—ଭଗ ପଞ୍ଚମୀ—ନାଭି ଷଷ୍ଠୀ—କୁଚମଣ୍ଡଳ ସପ୍ତମୀ—ହୃଦୟ ଅଷ୍ଟମୀ—କକ୍ଷ ନବମୀ—କଣ୍ଠ ଦଶମୀ—ଓଷ୍ଠ ଏକାଦଶୀ—ଗଣ୍ଡ ଦ୍ୱାଦଶୀ—ନୟନ ତ୍ରୟୋଦଶୀ—ଶ୍ରବଣ ବା କର୍ଣ୍ଣ ଚତୁର୍ଦ୍ଦଶୀ—ଲଲାଟ ବା କପାଳ ପୂର୍ଣ୍ଣିମା, ଅମାବାସ୍ୟା—ଶିଖା

ସାହିତ୍ୟ ଦର୍ପଣ ନାମକ ଆଧୁନିକ ସଂସ୍କୃତ ଗ୍ରନ୍ଥରେ ଭିନ୍ନ— ଭିନ୍ନ ଦେଶର ରମଣୀ ମାନଙ୍କର ଭିନ୍ନ ଭିନ୍ନ ଅଙ୍ଗରେ ରତିପତି ପ୍ରକାଶିତ ହେବା ବିଷୟ (ଅର୍ଥାତ୍ ତତ୍ତତ୍ ଅଙ୍ଗ ଅତି ମନୋହର ଓ କାମୋଦ୍ଦୀପକ ଥିବା ବିଷୟ) ଗୋଟିଏ ଶ୍ଳକୋରେ ବର୍ଣ୍ଣିତ ହୋଇଅଛି ଯଥା— କାଚି ଶ୍ରୀ ମାଥୁରୀଣାଂ, ଜନକ ଜନପଦ ସ୍ଥାୟୀନୀନାଂ କଚାକ୍ଷେ, ଦନ୍ତେ ଗୌଡ଼ାଙ୍ଗନାନାଂ, ସୁଲଚିତ ଜଘନେ ଚୋତ୍କଳ— ପ୍ରେୟସୀନାଂ, ତୈଲଙ୍ଗୀନାଂ, ନିତମ୍ୱେ, ସଜଳ ଘନରୁଚୌ କେରଳୀ କେଶ ପାଶେ, କର୍ଣ୍ଣାଟୀନାଂ କଟୌଚ ସ୍ଫୁରତି ରତିପତି ର୍ଗୁର୍ଜୁରୀଣାଂ ସ୍ତନେଷୁ]