Jump to content

ରତି ଶାସ୍ତ୍ର

ଉଇକିଅଭିଧାନ‌ରୁ

ରତି ଶାସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ.ଲୋ; ରତି ସମ୍ୱନ୍ଧୀୟ ଶାସ୍ତ୍ର)

[ସମ୍ପାଦନା]

ରତି ବିଦ୍ୟା; ରତି (ସ୍ତ୍ରୀ ପୁରୁଷଙ୍କ ସହବାସ) ସମ୍ୱନ୍ଧୀୟ ଗ୍ରନ୍ଥ — The science of sex-works; the erotic art; sexual science.

[ଦ୍ରଷ୍ଟବ୍ୟ —ଏଥିରେ ପୁରୁଷ ଓ ସ୍ତ୍ରୀମାନଙ୍କ ଶ୍ରେଣୀ ବିଭାଗ କେଉଁ ଶ୍ରେଣୀରେ ପୁରୁଷକୁ କେଉଁ ଶ୍ରେଣୀର ନାରୀ ଫୁଯୁକ୍ତା ସ୍ତ୍ରୀ ରପୁରୁଷଙ୍କର ପ୍ରଣୟ ସମ୍ୱନ୍ଧୀୟ ନିୟମ ରତି କ୍ରିୟାର ଉପଯୋଗୀ ନାନା ପ୍ରକାରର କାର୍ଯ୍ୟ ସମ୍ୱନ୍ଧୀୟ ଉପଦେଶ, ରତିବନ୍ଧ, ସ୍ତ୍ରୀ ଓ ପୁରୁଷକୁ ବା ପୁରୁଷ ସ୍ତ୍ରୀକୁ ବଶୀକରଣ ସ୍ତମ୍ଭନ ଓ ମୋହନାଦି, ରତିଶକ୍ତି ଲାଭରେ ଓ ବୃଦ୍ଧିରେ ଔଷଧ, ଉପାୟ, ମନ୍ତ୍ର ଯନ୍ତ୍ର ପ୍ରୟୋଗ, ବହୁକାଳ ଯୌବନକୁ ସ୍ଥାୟୀ କରିବାର ଉପାୟ, କାମୋଦ୍ଦୀପନାର୍ଥ ନାନା ପ୍ରୟୋଗ, ଚନ୍ଦରଚାଳନ, ସୁପ୍ରଜନନ ବିଦ୍ୟା, ସନ୍ତାନୋତ୍ପାଦନ, ସନ୍ତାନୋତ୍ପାଦନର ନିଯମନ, ସ୍ତ୍ରୀମାନଙ୍କର ଋତି କାଳୀନ କର୍ତ୍ତବ୍ୟ ସମ୍ୱନ୍ଧୀୟ ଉପଦେ, ୬୪: କଳାବିଦ୍ୟା ଗୃହସ୍ଥର କର୍ତ୍ତବ୍ୟ, ଦମ୍ପତିଙ୍କ ଜୀବନର ଶାନ୍ତି, ସୁଖ ଓ ସ୍ୱାସ୍ଥ୍ୟଦି ବିଧାୟକ ଉପଦେଶ ମାନ ଲିପିବଦ୍ଧ ହୋଇଥାଏ କାମଶାସ୍ତ୍ର, ରତି ମଞ୍ଜରୀ, ସ୍ମରଦୀପିକା, କୋକଶାସ୍ତ୍ର ଉଡ୍ଡିଶ ତନ୍ତ୍ର ଆଦି ଗ୍ରନ୍ଥ ଏହି ଶ୍ରେଣୀର ଅନ୍ତର୍ଗତ ଅଟେ ହିନ୍ଦୁମାନେ ରତିଶାସ୍ତ୍ରକୁ ବିଜ୍ଞାନ ରୂପେ ଗ୍ରହଣ କରି ଧାରାବାହିକ ରୂପରେ ତହିଁର ଚର୍ଚ୍ଚା କରିଥିଲେ ଆଧୁନିକ କପଟସଭ୍ୟତାନୁମୋଦିତ କାଇଦା ଅନୁସାରେ ଏହାକୁ ଲୋକେ ଅଶ୍ଳୀଳ ବୋଲି କହନ୍ତି; କିନ୍ତୁ ଏଥିରେ ଧର୍ମ, ପ୍ରେମ, ପବିତ୍ର ପ୍ରଣୟ, ସ୍ୱାସ୍ଥ୍ୟ ଆଦି ସମ୍ୱନ୍ଧେ ବହୁ ଉପଦେଶ ଅଛି ମହର୍ଷି ବାସ୍ଥାୟନ 'କାମସୂତ୍ର' ନାମକ ଗୋଟିଏ ଗ୍ରନ୍ଥ ରଚନା କରି ସେଥିରେ ଏ ସମ୍ୱନ୍ଧରେ ଯେଉଁ କୃତ୍ତ୍ୱ ଓ ଅଭିଜ୍ଞତା ଦେଖାଇଅଛନ୍ତି ତାହା ଦେଖିଲେ ବିସ୍ମିତ ହେବାକୁ ହୁଏ ପୂର୍ବ ହିନ୍ଦୁ ମାନେ କାଶାସ୍ତ୍ରକୁ ଗୋଟିଏ 'କଳା' ମଧ୍ୟରେ ଗଣନା କରୁଥିଲେ ଓ ଯୌବନ କାଳ ପୂର୍ବରୁ ବାଳକ— ବାଳିକାଙ୍କୁ ଏ ସମ୍ୱନ୍ଧୀୟ ତତ୍ତ୍ୱମାନ ହୃଦୟଙ୍ଗମ କରାଉଥିଲେ ଏଥିଯୋଗୁଁ ଯୁବକ ଯିବତୀମାନେ ସୁଖ, ଶାନ୍ତି ଓ ସ୍ୱାସ୍ଥ୍ୟ ଲାଭ କରୁଥିଲେ

ଏବେ ଏହା ଅଣଗୁରୁଆ ବିଦ୍ୟାରେ ପରିଣତି ହେବାରୁ ଓ ଯୁବକକୁ ଯିବତୀମାନେ ଏ ବିଷୟରେ ଉପଯୁକ୍ତ ଶିକ୍ଷା ଲାଭ କରିବାର ସୁଯୋଗ ପାଉନଥିବାରୁ ସେମାନେ ଯୌବନର ଅପବ୍ୟବହାର କରି ଅନ୍ତଃସାରଶୂନ୍ୟହୋଇ ପଡ଼ୁଅଛନ୍ତି

ପୃଥିବୀରେ ମନୁଷ୍ୟର ବଂଶ ରକ୍ଷା ଓ ବଂଶ ବୃଦ୍ଧି ଏବଂ ସ୍ତ୍ରୀ— ପୁରୁଷଙ୍କ ମଧ୍ୟରେ ଯୌନ ସମ୍ୱନ୍ଧ ଗୋଟିଏ ପ୍ରଧାନ ଓ ପବୁତ୍ରତମ ବିଷୟ ଅଟେ; କିନ୍ଦୁ ଏ ସମ୍ୱନ୍ଧରେ କିଛି କଥା ପ୍ରକାଶ କରିବା ମାତ୍ରଏ'ଅଶ୍ଳୀଳ' 'ଅଶ୍ଳୀଳ' ବୋଲି ସଭ୍ୟ ସମାଜ କୁହାଟ ମାରନ୍ତି; ଏମନ୍ତ କି , ଯୁବକ ଯୁବତୀଙ୍କର ଓ ଭାବୀ ଦମ୍ପତିଙ୍କର ମଙ୍ଗଳମୟ ଉପଦେଶ ମାନ ଓ ତତ୍ ସମ୍ୱନ୍ଧୀୟ ପ୍ରାଚୀନ ଗ୍ରନ୍ଥ ମାନଙ୍କ ପ୍ରକାଣ କରିବାକୁ ଚେଷ୍ଟା କରିବା ଲୋକ ରାଜଦ୍ୱାରରେ ଅଭିଯୁକ୍ତ ହେବା ଉଦାହରଣ ବିରଳ ନୁହେ ଆଧୁନିକ ଶିକ୍ଷା ପ୍ରଣାଳୀରେ ଏହି ଗୁରୁତର ଅଭାବ ଯୋଗୁଁ ଯେଉଁ କ୍ଷତି ଘଟିଅଛି ଓ ଘଟିଅଛି ତାହା ଆଧୁନିକ ଚିନ୍ତାଶୀଳ ପୁରୁଷମାନେ ଓ ଭିନ୍ନ ଭିନ୍ନ ଦେଶରେ ଗଭର୍ଣ୍ଣ ମେଣ୍ଟ ବିୟତ ପରିମାଣରେ ଅନୁଭବ କରି ଆଧୁନିକ ଶିକ୍ଷାର ଏହି 'ବିରାଡ଼ି ବଇଷମ' ପଣକୁ ବଦଳାଇ ବାଳକ ବାଳିକାମାନଙ୍କୁ ଯୌନ ବିଜ୍ଞାନ ସମ୍ୱନ୍ଧେ ଶୁଭକର ଶିକ୍ଷା ଦେବାର କଳ୍ପନା କରୁଅଛନ୍ତି]