ରତ୍ନ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ମଣି ମୁକ୍ତାଦି; ବହୁ ମୂଲ୍ୟ ପ୍ରସ୍ତରାଦି; ବଜ୍ର
  • ଜହୁରତ୍; ସ୍ଵର୍ଣ୍ଣାଦି ବହୁମୂଲ୍ୟ ଦ୍ରବ୍ୟ
  • ସୃସ୍ଵଜାତୀୟ ବସ୍ତୁ ବା ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବସ୍ତୁ ବା ପ୍ରାଣୀ; ଉତ୍କୃଷ୍ଟ ବସ୍ତୁରତ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରମ୍ ଧାତୁ=କ୍ରୀଡ଼ା କରିବା+କରଣ. ନ; ନିପାତନ)[ସମ୍ପାଦନା]

୧. ମଣି ମୁକ୍ତାଦି; ବହୁ ମୂଲ୍ୟ ପ୍ରସ୍ତରାଦି; ବଜ୍ର — ୧. Jewel; gem; precious stone.

[ଦ୍ରଷ୍ଟବ୍ୟ — ଧନାର୍ଥିଗଣ ଏହାକୁ ପ୍ରାପ୍ତ ହୋଇ ଆନନ୍ଦରେ କ୍ରୀଡ଼ା କରନ୍ତି ବୋଲି ଏଥିର ଏହି ନାମ ରତ୍ନର ଉତ୍ପତ୍ତି ସମ୍ୱନ୍ଧରେ ପୁରାଣରେ ଲେଖା ଅଛି ଯେ, ବଳନାମରେ ଗୋଟିଏ ଅସୁର ଥିଲା ତାକୁ ଦେବତାମାନେ ବଧ କରି ପାରିଲେ ନାହିଁ ତେଣୁ ଦେବତାମାନେ ଛଳ ପୂର୍ବକ ଗୋଟିଏ ଯଜ୍ଞ ଆରମ୍ଭ କଲେ ଓ ସେହି ଯଜ୍ଞ ପାଇଁ ତା ନିକଟକୁ ଯାଇ ତାକୁ ସତ୍ୟ କରାଇ ତା ନିଜ ଦେହକୁ ଯଜ୍ଞପଶୁ ରୂପେ ମାଗିଲେ ସେ ତାହା ଦେଲା; ଇନ୍ଦ୍ର ତାହାର ମସ୍ତକରେ ବଜ୍ର ପ୍ରହାର କରିବାରୁ ବଜ୍ରାହତ ମସ୍ତକରେ ରତ୍ନକୂଟମାନେ ଉତ୍ପନ୍ନ ହେଲା ଦେବତାମୈନେ ସେ କୁଟମାନଙ୍କର ନାମ ବଜ୍ର ଦେଲେ ଅତଏବ ରତ୍ନର ଅନ୍ୟ ନାମ ବଜ୍ର ମତାନ୍ତରେ ବଳ ରାକ୍ଷସ ଆପଣାର ଦେହକୁ ଯଜ୍ଞୀୟ ପଶୁ ରୂପରେ ପ୍ରଦାନ କରି ଦେବତା ଓ ଜନଗଣଙ୍କର ହିତସାଧନ କରିବାରୁ ସେ ସ୍ୱର୍ଗାରୋହଣ କଲା ଓ ତାହାର ଦେହ ଓ ଅବୟବାଦି ରତ୍ନରେ ପରିଣତ ହେଲା ଦେବତାମାନେ ବିମାନରେ ତାହାର ଦେହକୁ ଆକାଶ ମାର୍ଗରେ ନେଇ ଯିବାବେଳେ ତାହାର ଦେହରେ ଖଣ୍ଡମାନ ଯେଉଁ ଯେଉଁଠାରେ ଭୂତଳରେ ପତିତ ହେଲା, ସେହି ସେହି ସ୍ଥାନ ରତ୍ନର ଆକାର ହେଲା ତାହାର ଅସ୍ଥି ପଡ଼ିବା ସ୍ଥାନରେ ହୀରକ, ଚର୍ମ ପଡ଼ିବା ସ୍ଥାନରେ ପୁଷ୍ପରାଗ, ପିତ୍ତ ପଡ଼ିବା ସ୍ଥାନରେ ନୀଳମଣି ଜାତ ହେଲା

କେହି କେହି କହନ୍ତି ଦଧୀଚି ମୁନିଙ୍କ ଅସ୍ଥିରୁ ରତ୍ନ ଉତ୍ପନ୍ନ କେହି କେହି କହନ୍ତି ପୃଥିବୀର ଉପନମାନ ସ୍ୱଭାବ ବଶତଃ ବିଚିତ୍ର ରୂପ ଧାରଣ କରି ରତ୍ନରେ ପରିଣତ ହୁଅନ୍ତି ରତ୍ନ ୩୬: ପ୍ରକାରର ସେମାନଙ୍କ ମଧ୍ୟରୁ ନଅ ଗୋଟି ପ୍ରଧାନ ବା ମହାରତ୍ନ ଅଟେ ରତ୍ନ ଅପେକ୍ଷା ସେହି ଶ୍ରେଣୀର ନିକୃଷ୍ଟ ପଦାର୍ଥମାନଙ୍କୁ ଉପରତ୍ନ ବୋଲାଯାଏ(ଯଥା—କାଚମଣି, ସ୍ଫଟିକ ବା ମର୍ମର)

୩୬. ପ୍ରକାରର ରତ୍ନମାନଙ୍କର ନାମ ଯଥା— ୧ବଜ୍ର, ୨ ମରକତ, ୩ ପଦ୍ମରାଗ, ୪ ମୌକ୍ତିକ,୫ ଇନ୍ଦ୍ରନୀଳ, ୬ ମାହାମଳ, ୭ ବୈଦୁର୍ଯ୍ୟ, ୮ ଚନ୍ଦ୍ରକାନ୍ତ,୯ ସୂର୍ଯ୍ୟକାନ୍ତ ୧ସ୍ଫଟିକ, ୧୧: ପୁଲକ, ୧୨: କର୍କେତନ,୧୩: ପୁଷ୍ପରାଗ, ୧୪: ରାଜପଟ ବା ରାଜପର୍ଯ୍ୟଙ୍କ, ୧୫: ରାଜମୟ, ୧୬: ସୌଗନ୍ଧିକ, ୧୭: ଗନ୍ଧ, ୧୮: ଶଙ୍ଖ, ୧୯: ବ୍ରହ୍ମମୟ, ୨ ଗୋମେଦ,୨୧: ରୁଧରାକ୍ଷ,୨୨: ଭଲ୍ଲାତକ ବା ଭଗ୍ନାତକ, ୨୩: ଧୂଳୀ,୨୪: ତୁତ୍ଥକ, ୨୫: ସୀସ, ୨୬: ପୀଲୁ, ୨୭: ପ୍ରବାଳକ, ୨୮: ଗିରି ବଜ୍ର ୨୯: ଭୁଜଙ୍ଗମଣି, ୩ ଟିଟ୍ଟିଭ୍ ୩୧: ପିଣ୍ଡ,୩୨:


ଅନୁବାଦ[ସମ୍ପାଦନା]

ଭ୍ରାମର, ୩୩: ଉତ୍ପନ୍ନ, ୩୪: ଗନ୍ଧଶସ୍ୟକ, ୩୫: ଜ୍ୟୋତୀତୀୟକ ଓ ୩୬: ଭାଗ୍ୟ ମହାରତ୍ନ ନଅ ଗୋଟି; ଏମାନଙ୍କୁ ନବରତ୍ନ ବୋଲାଯାଏ

୧. ବଜ୍ର—ହୀରକ, ହୀରା —Diamond.
୨. ମୁକ୍ତା—ମୋତି —Pearl.
୩. ପ୍ରବାଳ—ପୋହୋଳା —Coral.
୪. ଗୋମେଦ—ହଳଦିଆ ରତ୍ନ —Yellow stone; Onyx.
୫. ଇନ୍ଦ୍ରନୀଳ—ନୀଳା —Sapphire; blue gem.
୬. ବୈଦୁର୍ଯ୍ୟ —Cat's eye; Lapis lazuli.
୭. ପୁଷ୍ପ ରାଗ—ପୋଖରାଜ —ପଦ୍ମରାଗ —Topaz.
୮. ପାଚି—ମରକତ ବା ପନ୍ନା (ହରିବ୍ଦର୍ଣ୍ଣ) —Emerald; Samaragdus.
୯. ମାଣିକ୍ୟ—ନାଲି ରତ୍ନ —Rubby; Rubinus.

ଶାସ୍ତ୍ରମାନଙ୍କରେ ରତ୍ନମାନ ମଙ୍ଗଳମୟ ଓ ଶୁଭକର ବୋଲି ନିର୍ଦ୍ଦିଷ୍ଟ ହୋଇଅଛି ରାଜାମାନେ ଜୟାର୍ଥ ରତ୍ନମାନଙ୍କୁ ସୁବର୍ଣ୍ଣମଣ୍ଡିତ କରି ଦେହରେ ଧାରଣ କରିବାର ଉପଦେଶ ଅଛି ରତ୍ନମାନଙ୍କ ମଧ୍ୟରେ ଶୁଭକର ଓ ଅଶୁଭକର ରତ୍ନ ଅଛି ଗରୁଡ଼ ପୁରାଣରେ ରତ୍ନମାନଙ୍କରେ ଗୁଣ, ଜାତି, ମୂଲ୍ୟ ଓ ପରୀକ୍ଷା ସମ୍ୱନ୍ଧେ ବିସ୍ତୃତ ବିବରଣ ଲେଖା ଅଛି

୧. ହୀରା—ନବରତ୍ନ ମଧ୍ୟରେ ସର୍ବାପେକ୍ଷା ଉଜ୍ଜ୍ୱଳ ଓ ମୂଲ୍ୟବାନ୍; ଏହା ଖଣିରୁ ବାହାରେ ଖନିଜ ଅବସ୍ଥାରେ ଏହା କୋଣ ବିଶିଷ୍ଟ ଥାଏ

ଏହା ବିଦ୍ୟୁତ୍ ପ୍ରଭ ହିନ୍ଦୁ ଶାସ୍ତ୍ରକାରମାନେ ହୀରାକୁ ଉତ୍କୃଷ୍ଟତା ଓ ଜ୍ୟୋତି ଅନୁସାରେ ବ୍ରହ୍ମଜାତି (ଶ୍ୱେତ— ଛାୟାଯୁକ୍ତ), କ୍ଷତ୍ରିୟ ଜାତି (ରକ୍ତ ଛାୟାଯୁକ୍ତ), ବୈଶ୍ୟ ଜାତି (ପୀତ ଛାୟାଯୁକ୍ତ), ଓ ଶୂଦ୍ର ଜାତି (ନୀଳ ଛାୟାଯୁକ୍ତ) ବୋଲି ଶ୍ରେଣୀ ବିଭାଗ କରିଅଛନ୍ତି

ଭାରତବର୍ଷରେ ଅନେକ ସ୍ଥାନରେ, ବିଶେଷତଃ ଦାକ୍ଷିଣାତ୍ୟର ଗୋଲକୁଣ୍ଡାରେ ହୀରା ଖଣିରୁ ବାହାରେ ଭାରତସମ୍ରାଟ ଇଂଲଣ୍ଡରାଜା ମୁକୁଟରେ ଭାରତୀୟ 'କୋହୀନୂର୍' ନାମକ ହୀରା ଶୋଭା ପାଉଅଛି ହୀରା ସବୁ ବସ୍ତୁ ଅପେକ୍ଷା କଠିନ ଓ ଏହାଦ୍ୱାରା କାଚ କଟାଯାଏ ହୀରାକୁ ମଧ୍ୟ ହୀରାଦ୍ୱାରା କଟା ଯାଇପାରେ ଏହା ଉଜ୍ଜ୍ୱଳ ଓ ସୂର୍ଯ୍ୟତୁଲ୍ୟ ଜ୍ୟୋତିର୍ବିଶିଷ୍ଟ ଏହା ଶୁକ୍ର ଗ୍ରହଙ୍କର ପ୍ରିୟରତ୍ନ ରାସାୟନିକ ବିଶ୍ଳେଷଣଦ୍ୱାରା ଲେଖାଯାଇଅଛି ଯେ ଏହା ଅଙ୍ଗାରର ରୂପାନ୍ତର ମାତ୍ର ପୂର୍ବେ ସମ୍ୱଲପୁରରୁ ହୀରା ମିଳୁଥିଲା ଓ ତାହା ଇଉ— ରୋପରେ ସୁପରିଚିତ ଓ ଆଦୃତ ଥିଲା ଓ ସମ୍ୱଲପୁରର ଗୋଟିଏ ପ୍ରାଚୀନ ନାମ ହୀରାଖଣ୍ଡ

୨. ମୁକ୍ତା ବା ମୋତି—ଏହା ବୃତ୍ତତା, ଶୁଷ୍କତା ଓ ସ୍ୱଛତା ଗୁଣଯୁକ୍ତା ଏହା ହସ୍ତୀର କପୋଳ, ସର୍ପର ମସ୍ତକ, ମାଛର ମୁଣ୍ଡ, ଶୂକର, ତ୍ୱକ୍ସାର (ବାଉଁଶଗଛ), ଶଙ୍ଖ, ମେଘ, (ମତାନ୍ତରରେ ଭେକମସ୍ତକ) ଓ ଶୁକ୍ତି (ଶାମୂକା), ଏରୂପ ୮ ଗୋଟି ସ୍ଥାନରୁ ମିଳିବା ଶାସ୍ତ୍ରରେ ଲେଖାଅଛି କିନ୍ତୁ ସମୁଦ୍ରରେ ଥିବା ଶାମୁକା ମଧ୍ୟରୁ ବାହାରିବା ମୁକ୍ତା ସାଧାରଣତଃ ପ୍ରଚଳିତ ଉତ୍କୃଷ୍ଟଜାତୀୟ ହସ୍ତୀର କପୋଳରୁ ବାହାରିବା ମୁକ୍ତାକୁ ଗଜମୋତି ବୋଲାଯାଏ ଏହା ମଧ୍ୟ ଚାରିଶ୍ରେଣୀ (ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର)ରେ ବିଭକ୍ତ ମୁକ୍ତା ବୃହସ୍ପତିଗ୍ରହଙ୍କ ପ୍ରିୟରତ୍ନ

ସର୍ପମଣି—ଆହିରାଜ ଓ ନାଗଜାତୀୟ ସର୍ପଙ୍କ ମୁଣ୍ଡରୁ ମଣି ବାହାରେ ନାଗ ଓ ଗୋଖର ଆଦି ସାପଙ୍କୁ କେଳାମାନେ ଧରି ତାଙ୍କ ଫଣା ଉପରୁ କପାଳମଧ୍ୟରୁ ଫକା ହଳଦିଆ ବଡ଼— ସୋରିଷପରି ଦୁଇଟି ଲେଖାଏଁ ମୋତି ଝଡ଼ାଇବା ଦେଖାଅଛି

ମୀନମୁକ୍ତା ବା ପୀଠୀନ ମଣି—ପାଠୀନ ଅର୍ଥାତ୍ ବାଳିଆ ଜାତୀୟ ମତ୍ସ୍ୟଙ୍କଛାରୁ ଓ ଢିମିଙ୍କ ମୁହଁରୁ ମୁକ୍ତା ବାହାରେ

ଶକ୍ତି ମୁକ୍ତା—ଏହା ସର୍ବତ୍ର ସୁଲଭ ସିଂହଳ, ସୌରାଷ୍ଟ୍ର, ପାଣ୍ଡ୍ୟ ଓ ବିରାଟ ଆଦି ଦେଶରୁ ମୁକ୍ତା ମିଳିବା ଶାସ୍ତ୍ରରୁ ଜଣାଯାଏ ବର୍ତ୍ତମାନ ଲଙ୍କା ନିକଟସ୍ଥ ପ୍ରଣାଳୀ (ପକ୍ପ୍ରଣାଳୀ) ଓ ମାନ୍ନାର ଉପସାଗରରୁ ମୁକ୍ତା ଆଦମାନି ହୁଏ ପୂର୍ବେ ହିନ୍ଦୁ ଓ ଗ୍ରୀକ୍ ମାନେ ବିଶ୍ୱାସ କରୁଥିଲେ ଯେ, ଅନୁକୂଳ ଯୋଗର ଶୁକ୍ତି ଉପରେ ବୃଷ୍ଟିବିନ୍ଦୁପାତ ହୋଇ ତାହା ମୁକ୍ତାରେ ପରିଣତ ହେଉଥିଲା ଶୁକ୍ତିଜ ମୁକ୍ତାକୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର, ଏପରି ୪ ଶ୍ରେଣୀରେ ବିଭକ୍ତ କରାଯାଇଅଛି

ବାଉଁଶ (ତ୍ୱକ୍ସାର) ମଧ୍ୟରୁ ଯେଉଁ ମୁକ୍ତା ବାହାରେ ତାହା କୁଆପଥର ପରି ଧଳା

ଅନୁବାଦ[ସମ୍ପାଦନା]

୩. ପ୍ରବାଳ, ବିଦ୍ରୁମ ବା ଅଙ୍ଗାରକ ରତ୍ନ (ପୋହୋଳା =Coral) ଏହାର ବର୍ଣ୍ଣ ନାଲି ସମୁଦ୍ରଗର୍ଭରେ ଏକପ୍ରକାର କୀଟ ଜନ୍ମନ୍ତି ସେମାନଙ୍କ ଆକାର ବୃକ୍ଷର ଶାଖା ପରି ଏଥିପାଇଁ ଏହାକୁ ଲତାମଣି ବୋଲାଯାଏ ସେହି ମୃତ କୀଟବୃକ୍ଷମାନଙ୍କର ଶାଖାକୁ ଖଣ୍ଡ ଖଣ୍ଡ କରି କାଟି ପ୍ରବାଳ କରାଯାଏ ସାଧାରଣତଃ ଏହା ନାଲି, କିନ୍ତୁ ଭୂମଧ୍ୟସାଗର ଆଦିରେ ନେଳି, ଧଳା ଆଦି ବର୍ଣ୍ଣର ପୋହୋଳା ମିଳେ ଏହା ଅନ୍ୟାନ୍ୟ ରତ୍ନ ଅପେକ୍ଷା ନିକୃଷ୍ଟ ଏହା ମଧ୍ୟ ଚାରି ଶ୍ରେଣୀରେ ବିଭକ୍ତ ଏ ମଙ୍ଗଳ ଗ୍ରହଙ୍କ ପ୍ରିୟମଣି
୪. ଗୋମେଦ ବା ପୀତମଣି ବା ପିଙ୍ଗଳ ସ୍ଫଟିକ—ଏହା ସ୍ପଟିକର ରୂପାନ୍ତର ଏହା ଖଣିରୁ ବାହାରେ ଏହାର ବର୍ଣ୍ଣ ହଳଦିଆ ବା ପିଙ୍ଗଳ ଏହା ଅନ୍ୟାନ୍ୟ ରତ୍ନମାନଙ୍କ ଅପେକ୍ଷା ନିକୃଷ୍ଟ ହିମାଳୟ ଓ ସିନ୍ଧୁ ପ୍ରଦେଶରେ ଏହା ମିଳେ
ଏହା ମଧ୍ୟ ଚାରିଶ୍ରେଣୀରେ ବିଭକ୍ତ ଏ ରାହୁ ଗ୍ରହଙ୍କ ପ୍ରିୟ ରତ୍ନ 

ଅନୁବାଦ[ସମ୍ପାଦନା]

୫. ଇନ୍ଦ୍ର ନୀଳ ବା ନୀଳା—ଅପରାଜିତା ଫୁଲ ପରି ଏହାର ବର୍ଣ୍ଣ ନେଳିଆ ଏହା ଶନି ଗ୍ରହଙ୍କ ପ୍ରୟମଣି ପୁଷ୍ପରାଗ ହଳଦିଆ, ପଦ୍ମରାଗ ନାଲି ଓ ଇନ୍ଦ୍ର ନେଳି; ଏ ତିନିହେଁ ଏ ଶ୍ରେଣୀର
୬. ବୈଦୁର୍ଯ୍ୟ—ଏହା ଦେଖିବାକୁ ବିରାଡ଼ି ଆଖି ପରି ଧୃମ୍ରାଭ, କୃଷ୍ଣ— ପୀତବର୍ଣ୍ଣ ଏହା କେତୁଗ୍ରହଙ୍କ ପ୍ରିୟ ରତ୍ନ ହିନ୍ଦିରେ ଏହାକୁ ଲହସୁନିଆ କହନ୍ତି ଏହା ଖନିଜ ଏହା ମଧ୍ୟ ଚାରିଶ୍ରେଣୀରେ ବିଭକ୍ତ; ରସୁଣା, ରସୁଣିଆ, ଲଛାମନିଆ ଓ ଲହସୁନିଆ ଏହି ଶ୍ରେଣୀର ଏକପ୍ରକାର ରତ୍ନ ତୁରଧ୍ୱ ଦେଶର ଖଣିରୁ ମିଳେ ଏହାର ନାମ ଲାଜବର୍ଦ୍ଧ ବା ତୁରଷ୍କମଣି
୭. ପୁସ୍ପରାଗ—ଏହା ସାଧାରଣତଃ ଈଷତ୍ ପୀତ ଲୋହିତ ବର୍ଣ୍ଣ ଏହା ଖଣିରୁ ମିଳେ ଏହା ମଧ୍ୟ ୪ ଶ୍ରେଁଣୀରେ ବିଭକ୍ତ କେହି କେହି ଇନ୍ଦ୍ରନୀଳକୁ ଏହି ମଣିର ପ୍ରକାର ଭେଦ କହିଅଛନ୍ତି ଏହା ଚନ୍ଦ୍ର (ମତାନ୍ତରରେ ବୃହସ୍ପତି) ଗ୍ରହଙ୍କର ପ୍ରିୟ ମଣି
୮. —ପାଟି ବା ମରକତ—ଏହା ହରିଦ୍ ବର୍ଣ୍ଣ ବୁଧ ଗ୍ରହଙ୍କର ପ୍ରିୟ ରତ୍ନ ପୂର୍ଣ୍ଣ— ବୟସ୍କ ଶୁକପକ୍ଷିକଣ୍ଠ, ଶିରୀଷପୁଷ୍ପ, ଖଦ୍ୟୋତର ପୃଷ୍ଠଦେଶ, ତୃଣପୂର୍ଣ୍ଣ କ୍ଷେତ୍ର, ଶୈବାଳ, କହ୍ଲାର ଓଜନ ତୃଣର ବର୍ଣ୍ଣ ଏଥିରେ ଦୃଷ୍ଟ ହୁଏ
୯. ମାଣିକ୍ୟ ବା ପଦ୍ମରାଗ—ଏହାର ବର୍ଣ୍ଣ ବଧୁଲି ବା ରଙ୍ଗଣୀ ଫୁଲ, ଇନ୍ଦ୍ର ଗୋପକୀଟ; ଜବାଫୁଲ, ରକ୍ତ, ନାଲି କାଇଞ୍ଚ; ନାଲି କଇଁ, ସିନ୍ଦୁର, ଲକ୍ଷାରସ, ପଲାଶ ଫୁଲ ଓ ଡାଳିମ୍ୱମଞ୍ଜି ଆଦି ପରି ନାଲି ରକ୍ତଶ୍ୱେତ ମାଣିକ୍ୟ ସର୍ବୋତ୍କୃଷ୍ଟ ଏହା ମଧ୍ୟ ୪ ଶ୍ରେଣୀରେ ବିଭକ୍ତ ସିଂହଳ ଦେଶଜାତ ମାଣିକ୍ୟ ସର୍ବୋତ୍କୃଷ୍ଟ ଏହା ରବିଗ୍ରହଙ୍କର ପ୍ରିୟରତ୍ନ ଏହା ରତ୍ନରାଜ ଅଟେ ଓ ହୀରାଠାରୁ ଉତ୍କୃଷ୍ଟ ବୋଲି ଶାସ୍ତ୍ରରେ ଲେଖାଅଛି ଉପରତ୍ନଗଣ—କର୍କେତନ, ଭୀଷ୍ମକ, ପୂଲକ, ରୁଧରାଖ୍ୟ, ଇନ୍ଦ୍ରଗୋପମଣି, କାଳିମଣି ବା କ୍ଷାରମଣି, ସ୍ଫଟିକ (ସୂର୍ଯ୍ୟକାନ୍ତ ଓ ଚନ୍ଦ୍ରକାନ୍ତ ସ୍ଫଟିକ ଜାତୀୟ), ସୂର୍ଯ୍ୟ କାନ୍ତ ଓ ଚନ୍ଦ୍ରକାନ୍ତ]
୨. ଜହୁରତ୍; ସ୍ୱର୍ଣ୍ଣାଦି ବହୁମୂଲ୍ୟ ଦ୍ରବ୍ୟ —୨. Jewellery.
୩. (ଲକ୍ଷଣାର୍ଥ) ସ୍ୱଛାଜାତୀୟ ବସ୍ତୁବା ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବସ୍ତୁ ବା ପ୍ରାଣୀ; ଉତ୍କୃଷ୍ଟ ବସ୍ତୁ —୩. (figurative) Anything or being which is best of its kind; excellent thing (compared to a gem)