ରତ୍ନାକାର
ରତ୍ନାକାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ସମୁଦ୍ର —୧. The ocean.
- ୨. ରତ୍ନର ଖଣି —୨. A mine of gems.
- ୩. ରାମାୟଣକାର ମହାମୁନି ବାଲ୍ମୀକିଙ୍କର ପୂର୍ବ ନାମ — ୩. The name of sage Balmīki (author of the Rāmāyaṇa) before he became a sage.
[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ରତ୍ନାକର ପ୍ରଥମେ
ଦସ୍ୟୁ ବୃତ୍ତି କରୁଥିଲେ ଏବଂ ଜଙ୍ଗଲରେ ପଥିକମାନଙ୍କର ପ୍ରାଣ ସଂହାର କରି ସେମାନଙ୍କର ସର୍ବସ୍ୱ ଲୁଣ୍ଠନ କରି କୁଟୁମ୍ୱ ପୋଷୁଥିଲେ ଏକଦା ନାରଦ ଜଙ୍ଗଲରେ ଯାଉଥିଲେ; ତାଙ୍କୁ ରତ୍ନାକର ବଧ କରିବା ପାଇଁ ଅଗ୍ରସର ହୁଅନ୍ତେ ନାରଦ ପଚାରିଲେ 'ତୁମ୍ଭେ ବିଶେଷ୍ୟ - ସକାଶେ ନିର୍ଦୋଷ ବ୍ୟକ୍ତିକୁ ବଧ କରିବାକୁ ଉଦ୍ୟତ ହେଉଅଛ'? ରତ୍ନାକର କହିଲେ 'ଏ ମୋର କୁଟୁମ୍ୱ ପୋଷା ବୃତ୍ତି' ନାରଦ ପଚାରିଲେ 'ତୁମ୍ଭେ ଯାହାଙ୍କ ପାଇଁ ବ୍ରହ୍ମହତ୍ୟାଦି ଗୁରୁତର ପାପ କରୁଅଛ ସେମାନେ ଏହି ପାପର ଅଂଶ ଗ୍ରହଣ କରିବେଟିକି?' ରତ୍ନାକର ଉତ୍ତର ଦେଲେ 'ହ, ଅବଶ୍ୟ କରିବେ' ନାରଦ କହିଲେ, ଆଛା, ତାଙ୍କୁ ଯାଙ୍କୁ ଯାଇ ପଚାରି ଆସିଲ, ସେମାନେ ତୁମ୍ଭ ପାପର ଅଂଶ ଗ୍ରହଣ କରିବେ କି ନାହିଁ? ରତ୍ନାକର ଏ ବିଷୟ କୁଟୁମ୍ୱଙ୍କୁ ପଚାରିବାରୁ ଗଲେ କାଳେ ନାରଦ ପଳାଇଯିବେ, ଏହି ଆଶଙ୍କାରେ ରତ୍ନାକର ନାରଦଙ୍କୁ ଗୋଟିଏ ଗଛରେ ଦୃଢରୂପେ ବାନ୍ଧି କରି ଗୃହକୁ ଗଲେ ଘରେ ପାଇ ପିତା ଓ ମାତା ଓ ପୁତ୍ରଙ୍କୁ ପଚାରିବାରୁ ସେମାନେ କହିଲେ 'ଆମ୍ଭମାନଙ୍କୁ ପୋଷିବା ତୁମ୍ଭର କର୍ତ୍ତବ୍ୟ, ତୁମ୍ଭଙ୍କୁ ଅଧର୍ମ କରିବାକୁ ଆମେ କହି ନାହୁଁ, ଏପରି ସ୍ଥଳେ ଆମେ କିଆଁ ତୁମ ପାପର ଅଂଶ ଗ୍ରହଣ କରିବୁଁ? ରତ୍ନାକର କୁଟୁମ୍ୱଙ୍କଠାରୁ ଏହି ଉତ୍ତର ଶୁଣି ବିଷଣ୍ଣ ବଦନରେ ନାରଦଙ୍କ ନିକଟକୁ ଫେରି ଆସି ନାରଦଙ୍କୁ ବନ୍ଧନମୁକ୍ତ କଲେ ଓ ତାଙ୍କ ପାଦତଳେ ପଡ଼ି, କିପରି ଏ ପାପରୁ ମୁକ୍ତ ପାଇବେ ତହିଁର ବାଟ ବତାଇବାକୁ ପ୍ରାର୍ଥନା କଲେ ନାରଦ ତାଙ୍କ ପ୍ରତି ଦୟା ରହି ତାଙ୍କ କାନରେ ରାମନାମ ମନ୍ତ୍ର ଦେଲେ ଓ ଯୋଗସାଧନର ଉପାୟ ବତାଇ ଦେଲେ କିନ୍ତୁ ଆଜନ୍ମପାପ କାର୍ଯ୍ୟରେ ଲିପ୍ତ, ନିରକ୍ଷର ଦସ୍ୟୁର ରସନା ରାମ ଶବ୍ଦ ଉଚ୍ଚାରଣ କରିବାରୁ ଅସମର୍ଥ ହୋଇ 'ମରା' 'ମରା' ଉଚ୍ଚାରଣ କରି ଲାଗିଲା ଏକାଗ୍ରତ୍ତିରେ 'ମରା' 'ମରା' ଏକାଦିକ୍ରମେ ଉଚ୍ଚାରଣ କରୁ କରୁ ତାହା ବର୍ଣ୍ଣ ବିପର୍ଯ୍ୟୟ କ୍ରମେ 'ରାମ' 'ରାମ' ହେଲା ନାରଦ ସେଠାରୁ ଚାଲିଗଲେ ଓ ରତ୍ନାକର ସେହି ସ୍ଥାନରେ ବସି ଏହି ନାମ ଉଚ୍ଚାରଣ କରୁ କରୁ ଷାଠିଏ ହଜାର ବର୍ଷ ବିତିଗଲା ଓ ତାଙ୍କ ଶରୀର ଯାକ ବାଲ୍ମୀକ ବା ଉଚ୍ଚହୁଙ୍କା ପାଲଟିଗଲା ଅନନ୍ତର ଏ ଯୋଗସିଦ୍ଧ ହୋଇ ସେହୁ ବାଲ୍ମୀକରୁ ଉଠି ବାଲ୍ମିକୀ ନାମରେ ଖ୍ୟାତ ହେଲେ]୧ ଦେଶଜ - ବିଶେଷ୍ୟ - ପୀତା ମ୍ୱର ଦାସଙ୍କ ରଚିତ ଓଡ଼ିଆ ନୃସିଂହ ପୁରାଣ ଗ୍ରନ୍ଥର ୭ ଖଣ୍ଡର ପ୍ରତ୍ୟେକ ଖଣ୍ଡର ନାମ (ଯଥା ପ୍ରଥମ ରତ୍ନାକର) —୧. Name of each of the ୭ volumes of the Oriya Nṛusiṁha purāṇa by poet Pitāmbara Dāsa.
- ୨. (ନାମ) ପ୍ରାଚୀନ ଓଡ଼ିଆ କବି —୨. Name of an ancient Oriya poet.
[ଦ୍ରଷ୍ଟବ୍ୟ —ଏହାଙ୍କ ଜନ୍ମସ୍ଥାନ ସମ୍ୱଲ— ପୁର; ଏ ଜାତିରେ ଭୁଲିଆ; ମହିଁ ମାଧର୍ମ ଗ୍ରହଣ କରିଥିଲେ 'ସାରସ୍ୱତ ଗୀତା' ଏହାଙ୍କଦ୍ୱାରା ରଚିତ ହୋଇଥିଲା ବିନାୟନ ଉତ୍କଳ—ଇତିହାସ]
- ୩. ପୁରୁଷଙ୍କୁ ଦିଆଯିବା ନାମ —୩. A name given to males.