ରଥ
ରଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରମ୍, ଧାତୁ= କ୍ରୀଡ଼ା କରିବା+କରଣ.ଥ)
[ସମ୍ପାଦନା]- ୧. ଶକଟାଦି ଚକ୍ରଯାନ —୧. Wheeled conveyance e.g. cart; carriage.
- ୨. ସ୍ୟନ୍ଦନ —୨. Car.
- ୩. ଯୁଦ୍ଧ ଯାନ — ୩. A conveyance used in war;war vehicle.
- ୫. ଶରୀର —୫. Body.
- ୬. ପଦ; ଚରଣ —୬. Leg.
- ୭. ଅତୟବ —୭. Limb; member of the body.
- ୮. ବେତସ ବୃକ୍ଷ —୮. Cane; ratan; Calamus Rotung.
- ୯. ରଥଦ୍ରୁ; ତିନିସ ବୃକ୍ଷ; ବାନ୍ଧନ ଗଛ —୯. A timber tree; Ougenia Dalbergioides.
- ୧. ଜଳବେତସ; ବାନୀର —୧୦. A species of ratan growing near water.
- ୧୧. ବଞ୍ଜୁଳ;ଅଶୋକ — ୧୧. The Aṡoka tree.
- ୧୨. ପୁରୀର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଏବଂ ଭୁବନେଶ୍ୱର ଲିଙ୍ଗ— ରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କୁ ବସାଇ ସ୍ଥାନାନ୍ତରକୁ ନେବା ଓ ଆଣିବା ପାଇଁ ବ୍ୟବହୃତ ରଥ — ୧୨. Car used in conveying the idols at puri; Bhubaneswar and other places.
[ଦ୍ରଷ୍ଟବ୍ୟ —ପୂର୍ବେ ବୈଦିକ ଯୁଗରେ ଅର୍ଥାତ୍ ୪ ହଜାର ବର୍ଷ ପୂର୍ବେ ଭାରତୀୟ ଆର୍ଯ୍ୟମାନେ ରଥର ବ୍ୟବହାର ଜାଣୁଥିବାରୁ ସ୍ପଷ୍ଟ ପ୍ରମାଣ ଋଗ୍ୱେଦ ଓ ଯଜୁର୍ବେଦରୁ ମିଳେ ରଥରେ ଅଶ୍ୱମାନେ ସାରଥିଦ୍ୱାରା ନିଯନ୍ତ୍ରିତ ହେଉଥିଲେ ରଥକୁ ଶିଳ୍ପୀ ଓ ମୂତ୍ରଧରମାନେ ପ୍ରସ୍ତୁତ କରୁଥିଲେ ଯୁଦ୍ଧରଥ ଗେ ଚର୍ମ ଆଦିରେ ଆଚ୍ଛାଦିତ ହେଉଥିଲା ରଥରେ ରଥ— ସ୍ୱାମୀଙ୍କର ପରିଚୟସୂଚକ ପତକା ଉଡ଼ୁଥିଲା ରଥର ଅଭ୍ୟନ୍ତରରେ ଯୋଦ୍ଧାମାନଙ୍କର ଅସ୍ତ୍ରଶସ୍ତ୍ର ରକ୍ଷିତ ହେଉ— ଥିଲା ଅଶ୍ୱମାନେ ରଶ୍ମିଦ୍ୱାରା ରଥରେ ସଂଯୁକ୍ତ ଓ ଚାଳିତ ହେଉଥିଲେ ପୁରାଣ ଆଦିରେ ଭିନ୍ନ ଭିନ୍ନ ରଥ ଓ ଉକ୍ତ ରଥମାନଙ୍କୁ ଟାଣିବା ପାଇଁ ଭିନ୍ନଭିନ୍ନ ଜନ୍ତୁ ନିୟୋଜିତ ହେବା ଉଲ୍ଲେଖ ଅଛି ଶ୍ରୀକୃଷ୍ଣ, ଅର୍ଜୁନ, ନଳ ଓ ରୁକ୍ମଣୀ ଆଦି ସାରଥି ରୂପରେ ରଥ ଚଳାଇ ଥିବା ମଧ୍ୟ ଉଲ୍ଲେଖ ଅଛି ଭିନ୍ନ ଭିନ୍ନ ଯୋଦ୍ଧାଙ୍କର ଭିନ୍ନ ଭିନ୍ନ ପତାକା ବା ଧ୍ୱଜ ଚିହ୍ନିତ ରଥ ଥିଲା ଯୋଦ୍ଧାମାନେ ରଥରେ ଚଢ଼ି ଧନୁବାଣ ପ୍ରୟୋଗ ପୂର୍ବକ ଯୁଦ୍ଧ କରୁଥିଲେ ଏମାନଙ୍କୁ ରଥୀ ବୋଲାଯାଉଥିଲା
ରଥମାନ ଶୂନ୍ୟମାର୍ଗରେ ମଧ୍ୟ ଗମନାଗମନ କରୁଥିଲା ରାବଣ ଲଙ୍କାରୁ ରଥ (ପୁଷ୍ପକ ବିମାନ)ରେ ଆସି ସୀତାଙ୍କୁ ରଥରେ ବସାଇ ଶୂନ୍ୟମାର୍ଗରେ ନେଇ ଯାଇଥିଲା ରାମଚନ୍ଦ୍ର ରଥରେ ବସି ସୀତାଙ୍କୁ ସଙ୍ଗରେ ଘେନି ଲଙ୍କାରୁ ଫେରି ଆସିଲେ କାବ୍ୟମାନେ ମଧ୍ୟ ରାଜାମାନେ ରଥରେ ଯିବା ଆସିବା କରିବା ଉଲ୍ଲେଖ ଅଛି କିନ୍ତୁ ଐତିହାସିକ ଯୁଗରେ ରଥର ବ୍ୟବହାର ପ୍ରମାଣ ଦେଖା ଯାଇନାହିଁ
ପରବର୍ତ୍ତୀ କାଳରେ ବୁଦ୍ଧଦେବଙ୍କ ଦନ୍ତକୁ ରଥଦ୍ୱାରା ନିଆଯାଇ ଶୋଭାଯାତ୍ରା କରାଯିବାର ନିଦର୍ଶନ ମିଳେ ବର୍ତ୍ତମାନ ପୁରୀର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ସପ୍ତାହକାଳ ଅବସ୍ଥାନ କରି ଦଶମୀ ଦିନ ସେଠାରୁ ବଡ଼ ଦେଉଳକୁ ଆନୀତ ହୁଅନ୍ତି ଗୁଣ୍ଡିଚା ମନ୍ଦିରକୁ ଯିବା ଦିନକୁ ରଥଯାତ୍ରା ବା ଗୁଣ୍ଡିଚା ଫେରିବା ଦିନକୁ ବାହୁଡ଼ା ଯାତ୍ରା ବୋଲାଯାଏ
ଭୁବନେଶ୍ୱରରେ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ଚୈତ୍ର ଶୁକ୍ଳ ଅଷ୍ଟମୀ (ଅଶୋକାଷ୍ଟମୀ) ଦିନ ଗୋଟିଏ ରଥରେ ଏକ ମାଇଲ୍ ଦୂରବର୍ତ୍ତୀ ରାମେଶ୍ୱର ମନ୍ଦିରକୁ ନିଆଯାଇ କିଛିଦିନ ସେଠାରେ ଅବସ୍ଥାପିତ କରି ପୁଣି ବଡ଼ଦେଉଳକୁ ବାହୁଡ଼ାଇ ଅଣାଯଏ ଭୂବନେଶ୍ୱରର ରଥ ୪ ଚକ ବିଶିଷ୍ଟ; ରଥର ନାମ ରୁକ୍ମଣୀ ବା ରୁକୁଣା ରଥ ଏ ରଥ ଯେଉଁଆଡ଼େ ମୁହଁ କରି ଯାଇଥାଏ ସେଆଡ଼ରୁ ଆଉ ମୁହଁ ଫେରାଏ ନାହିଁ ବାହୁଡ଼ା ଦିନ ରଥର ଆଗପାଖର ସାଜ— ସଜ୍ଜାକୁ ଆଣି ପଛ ପାଖରେ ଲଗାଇ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କୁ ବାହୁଡ଼ାଇ ଅଣାଯାଏ ଏଥିପାଇଁ ଢ଼ଗ ଅଛି ଯେ, 'ରୁକୁଣା ରଥ ଆଉ ନ ଫେରେ'
ପୁରୀ ଜଗନ୍ନାଥଙ୍କ ରଥ ୧୬: ଚକବିଶିଷ୍ଟ; ରଥର ନାମ 'ନନ୍ଦିଘୋଷ ରଥ' ଓ ଏହାର ପତାକା ଗରୁଡ଼— ଚିହ୍ନାଙ୍କିତ
ସୁଭଦ୍ରାଙ୍କ ଚକ ୧୨: ଚକ ବିଶିଷ୍ଟ, ନାମ ଦେବଦଳନ; ଏହା ପଦ୍ମଧ୍ୱଜ
ବଳଭଦ୍ରଙ୍କ ରଥ ୧୬: ଚକ ବିଶିଷ୍ଟ; ନାମ ଚାଳଧ୍ୱଜ; ଏହା ଲଙ୍ଗଳଧ୍ୱଜ
ପୁରୀର ରଥଯାତ୍ରା ବୌଦ୍ଧଯାତ୍ରାର ଚିହ୍ନ ବୋଲି କେହି କେହି କହନ୍ତି]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରାହ୍ମଣମାନଙ୍କ ବଂଶୋ— ପାଧିବିଶେଷ —୧. A family-title of some Brāhmaṇas.
- ୨. ପୁରୁଷଙ୍କୁ ନାମ —୨. A name given to males.