ରଥ ଯାତ୍ରା

ଉଇକିଅଭିଧାନ‌ରୁ

ରଥ ଯାତ୍ରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶ୍ରୀଗୁଣ୍ଡିଚା; ଆଷାଢ଼ ମାସ ପୁଷ୍ୟା ନକ୍ଷତ୍ରଯୁକ୍ତ ଶୁକ୍ଳ ଦ୍ୱିତୀୟା ଦିନ ପୁରୀର ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ୩ଟି ରଥରେ ଗୁଣ୍ଡିଚା ମନ୍ଦିରକୁ ନୀତ ହେବା ରୂପ ଉତ୍ସବ —୧. The car festival of Puri; the ceremony of taking the Deieties Jagannath, Balabhadra and Subhadrā in ୩ cars to their garden house; the Guṇḍichā festival.

[ଦ୍ରଷ୍ଟବ୍ୟ —ପୁରୀର ରଥଯାତ୍ରା ସମୟରେ ମହାସମାରୋହ ହୁଏ ଓ ଭାରତର ଭିନ୍ନ ଭିନ୍ନ ଅଞ୍ଚଳରୁ ବିଶେଷତଃ ବଙ୍ଗଦେଶରୁ, ବହୁ ସହସ୍ର ଯାତ୍ରୀ ସେହି ସମୟରେ ପୁରୀକୁ ଆସନ୍ତି ପୂର୍ବେ ଯାତ୍ରୀମାନେ କେହି କେହି ରଥମାନଙ୍କର ଚକ ସାମନାରେ ପଡ଼ିଯାଇ ପ୍ରାଣ ଝାସୁଥିଲେ ଓ ଏହା କରିବାଦ୍ୱାରା ସେମାନଙ୍କର ସ୍ୱର୍ଗଲାଭ କରିବାର ଆଶା ଥିଲା କେହି କେହି ଲୋକ—ଭିଡ଼ରେ ରଥଚକରେ ପେଷି ହୋଇ ଯାଉଥିଲେ ଏହି ଘଟଣାକୁ ଲକ୍ଷ୍ୟ କରି ଜଣେ ସାହେବ—ପର୍ଯ୍ୟଟକ (Burton) (ଯେ ୩ ବର୍ଷ ତଳେ ଜଗନ୍ନାଥଙ୍କ ରଥ ଦେଖିଥିଲେ ସେ) ଜଗନ୍ନାଥଙ୍କୁ ଏକ ପକ୍ଷଧାରୀ ଅସୁର—ଦେବତା ବୋଲି ବର୍ଣ୍ଣନା କରିଥିଲେ ଓ ତାଙ୍କ ରଥ ଚକତଳେ ମନୁଷ୍ୟ ବଳି ଦିଆଯିବା କଥା ମଧ୍ୟ ଲେଖିଥିଲେ ମଣିଷଖିଆ ନିର୍ଦ୍ଦୟ ଜଗନ୍ନାଥଙ୍କ ରଥ 'The car of Jagannath' ଶବ୍ଦ ଇଂରାଜିଭାଷାରେ ଗୋଟିଏ ପ୍ରବଚନ ରୂପେ ବ୍ୟବହୃତ ହୋଇ ଅଶୁଅଛି ଏବଂ ସରକାରଙ୍କର କଟକଣା ଯୋଗୁଁ ରଥମାନ ଚଳିବା ସମୟରେ ମାଜିଷ୍ଟ୍ରେଟ୍ ଓ ପୁଲିଶ ସାହେବମାନେ ନିଜେ ଉପସ୍ତିତ ରହି ଚଳୁଥିବା ରଥର ଚାରିପାଖରୁ ଲୋକଙ୍କୁ ଆଡ଼େଇ ଦିଅନ୍ତି ତେଣୁ ଏବେ ସେପରି ଦୁର୍ଘଟଣା ପ୍ରାୟ ଘଟେ ନାହିଁ


ଶ୍ରୀ ଚୈତନ୍ୟ ଦେବ (ପଞ୍ଚଦଶ ଶବ୍ଦାଦ୍ଦାରେ)ପୁରୀରେ ଅବସ୍ଥାନ କରୁଥିବା ସମୟରେ ରଥଯାତ୍ରାରେ ଯୋଗ ଦେଇ ସଦଳ ନାମ ସଂକୀର୍ତ୍ତନ କରି ରଥ ଆଗେ ଆଗେ ଯାଉଥିଲେ ଓ ସେହି ସମୟରୁ ପୁରୀର ରଥଯାତ୍ରାରେ ଯୋଗ ଦେବା ପାଇଁ ଗହ୍ଗୀୟ ଯାତ୍ରୀମାନେ ସହସ୍ରଶଃ ଆସୁଅଛନ୍ତି

ପତିତ ଅସ୍ପୃଶ୍ୟ ଜାତି ମାନେ (ବାଉରି କଣ୍ଡରା, ପାଣ, ହାଡ଼ି ଆଦି, କି, ଯେଉଁ ମାନଙ୍କର ଦେଉଳ ମଧ୍ୟକୁ ପଶି ଜଗନ୍ନାଥଙ୍କୁ ଦର୍ଶନ କରିବାର ଅଧିକାର ନାହିଁ ସେମାନେ) ରଥ ଉପରେ ବିରାଜିତ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୁବିଧା ପାଆନ୍ତି ଶାସ୍ତ୍ରରେ ଅଛି ଯେ ରଥରେ ବିରାଜିତ ଜଗନ୍ନାଥଙ୍କୁ ଦର୍ଶନ କଲେ ମନୁଷ୍ୟ ଭାବୀ ପୁନର୍ଜନ୍ମରୁ ଉଦ୍ଧାର ପାଏ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଉଳ ମଧ୍ୟରୁ ରଥ ନିକଟକୁ ଆଣିବା ପାଇଁ ସେବକମାନେ ଉକ୍ତ ବିଗ୍ରହମାନଙ୍କ ଅଣ୍ଟାରେ ପାଟ ଡ଼ୋରି ଲଗାଇ ଭିଡ଼ି ଭିଡ଼ି ଓ ଟେକାଟେକି କରି ଡିଆଇଁ ଡିଆଇଁ ଆଣନ୍ତି; ଏହାକୁ 'ପହଣ୍ଡି' ବା 'ପହଣ୍ଡି ବିଜେ' କହନ୍ତି

ପୁରୀର ରାଜା ସ୍ୱୟଂ ଜଗନ୍ନାଥଙ୍କ ଆଗେ ଆଗେ ଚାଲି ସୁନା ଖଡ଼ିକା ଧରି ବାଟ ଓଳାଉ ଥାଆନ୍ତି ଓ କର୍ପୂର ଚନ୍ଦନାଦି ସୁବାସିତ ଜଳ ଛିଞ୍ଚୁ ଥାଆନ୍ତି; ଏହା 'ଛେରା ପହଁରା' କହନ୍ତି ପୁରୀର ରାଜା ପୁରୁଷୋତ୍ତମ ଦେବ ଏହି 'ଛେରା ପହଁରା' କରୁଥିବାରୁ କାଞ୍ଚି ରାଜା ପୁରୀରାଜାଙ୍କୁ 'ହାଡ଼ି' ବୋଲି ତୁଛଜ୍ଞାନ କରି ଆପଣାର କନ୍ୟା ପଦ୍ମାବତୀଙ୍କୁ ତାଙ୍କ ସଙ୍ଗେ ବିବାହ ଦେବାକୁ ମନା କରିଥିଲେ ଓ ଏ ଅପମାନର ପ୍ରତିଶୋଧ ନେବା ପାଇଁ ପୁରୀର ରାଜା ପଞ୍ଚଦଶ ଶତାବ୍ଦୀରେ ଦକ୍ଷିଣରେ କୃଷ୍ଣାନଦୀ ତୀରସ୍ଥ କାଞ୍ଚି ରାଜ୍ୟକୁ ଆକ୍ରମଣ ଓ ଜୟ କରିବା ରାଜକନ୍ୟା ପଦ୍ମାବତୀଙ୍କୁ ଆଣି ପରିଶେଷରେ ତାଙ୍କ ପାଣିଗ୍ରହଣ କରିଥିଲେ

ପୁରୀର ରାଜା ଯେତେବେଳେ ସମଗ୍ର ଉତ୍କଳର ଏକାଧିପତି ମହାରାଜା'ବୀର ଶ୍ରୀ ଗଜପତି ଗଉଡ଼େଶ୍ୱର ନବ କୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବିରାଧି ବୀରବର ପ୍ରତାପ' ଉପାଧି ଯୁକ୍ତ ହୋଇ 'ଲକ୍ଷେ ରାଜାଙ୍କ ମଉଡ଼ମଣି' ଥିଲେ, ସେହି ସମୟରୁ ଗଡ଼ନାତରୁ ରଥ ପାଇଁ ଆବଶ୍ୟକ କାଠ ଯୋଗାଇବା ପାଇଁ ଦଶପଲ୍ଲାର ରାଜାଙ୍କୁ 'ଜୋଡ଼ମୁ' ନାମକ ଗୋଟିଏ ଜଙ୍ଗଲ ଦେଇଥିଲେ ଓ ଆଜି ପର୍ଯ୍ୟନ୍ତ ଦଶପଲ୍ଲାର ରାଜା ଉକ୍ତ ଜଙ୍ଗଲ ଲୋଭ କରି ପ୍ରତିବର୍ଷ ମହାନଦୀର ବଢ଼ି ସମୟରେ ନଦୀ ମାର୍ଗରେ ପଟାଳି କରି ରଥକାଠ ପୁରୀକୁ ପଠାଉଉ ଅଛନ୍ତି

ପୁରୀର ରଥ ତିଆରି କରିବା ପାଇଁ ବଢ଼େଇମାନେ ଜାଗିରି ଖାଉଅଛନ୍ତି ରଥମାନ ଟାଣିବା ପାଇଁ ମଧ୍ୟ ଜାହଗିରି— ଖିଆ ଲୋକେ ଅଛନ୍ତି ସେମାନଙ୍କୁ 'କାଳବେଠିଆ' ବା 'କଳାପିଠିଆ' ବୋଲାଯାଏ ରଥ ଟାଣିବା ଦଉଡ଼ି ଯୋଗାଇବା ପାଇଁ ମଧ୍ୟ ଜାଗିରିଗଦାର୍ ଅଛନ୍ତି

ରଥମାନଙ୍କୁ କଳାବେଠିଆ ଓ ଯାତ୍ରୀମାନେ ଟାଣନ୍ତି ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ 'ସାରଥି' ନାମଧାରୀ ଜଣେ ବ୍ୟକ୍ତି ରଥ ଉପରେ ଠିଆ ହୋଇ ଉଚ୍ଚୈଃସ୍ୱରରେ ଅଶ୍ଳୀଳ ଗୀତ ବୋଲୁଥାଏ

ପୁରୀ ଓ ଭୁବନେଶ୍ୱରର ରଥଯାତ୍ରା ବୌଦ୍ଧ ଉତ୍ସବର ରୂପାନ୍ତର ମାତ୍ର ବୋଲି କେତେକ ପଣ୍ଡିତ ମତ ପ୍ରକାଶ କରି ଅଛନ୍ତି ଜଗନ୍ନାଥଙ୍କ ରଥଯାତ୍ରା ଅନୁକରଣରେ ଜଗନ୍ନାଥ ମୂର୍ତ୍ତି ପ୍ରତିଷ୍ଠିତ ଥିବା ଅନ୍ୟାନ୍ୟ ସ୍ଥାନରେ ମଦ୍ୟ ଏହି ରଥଯାତ୍ରା ଉତ୍ସବ ହୁଏ

ଭୁବନେଶ୍ୱରରେ ଆଶୋକାଷ୍ଟବୀ ସମୟରେ ହେବା ରଥ— ଯାତ୍ରା ଗୋଟିଏ ପ୍ରଧାନ ମେଳା ଓ ସେହି ଉପଲକ୍ଷରେ ଭୁବନେଶ୍ୱରଠାରେ ବହୁ ସହସ୍ର ଲୋକ ରୁଣ୍ଡ ହୁଅନ୍ତି

କୋଣାର୍କର ସୂର୍ଯ୍ୟ ମନ୍ଦିର ରଥ ଆକାରରେ ନିର୍ମିତ ହୋଇଥିବା ଅନୁମିତ ହୁଏ ଓ ପୂର୍ବେ କୋଣାର୍କରେ ମାଘ ସପ୍ତମୀରେ ରଥଯାତ୍ରା ହେଉଥିବାର ପ୍ରମାଣ ମିଳେ

ଦାକ୍ଷିଣାତ୍ୟ 'ଶ୍ରୀରଙ୍ଗମ୍'ର ଶ୍ରୀ ରଙ୍ଗ ସ୍ୱାମୀ ଦେବତାଙ୍କର 'ବୈକୁଣ୍ଠ ଏକାଦଶୀ' ଦିନ ରଥଯାତ୍ରା ହୁଏ ସେଠାରେ ଗୋଟିଏ ସହସ୍ର ସ୍ତମ୍ଭଯୁକ୍ତ ମଣ୍ଡପ ଅଛି]