Jump to content

ରଦ୍ ଜବାବ

ଉଇକିଅଭିଧାନ‌ରୁ

ରଦ୍ ଜବାବ

ଉଚ୍ଚାରଣ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ଫା)—ମୁସଲମାନ୍ମାନଙ୍କ ଅମଳରେ କାଜୀଙ୍କ ଅଦାଲତରେ ନାଲିସ୍ ହୋଇଥିବା ମକଦମାରେ ବାଦୀ ଦାଖଲ କରିବା ଅରଜୀର ପ୍ରତିବାଦୀ ଜବାବ ବା ଉତ୍ତର ଦେବା ପରେ ଉକ୍ତ ଜବାବକୁ ଖଣ୍ଡନ କରି ବାଦୀର ଦ୍ୱିତୀୟବାର ଦାଖଲ କରିବା ଜବାବ୍ — A rejoinder; a counter-reply or statement made by a plaintiff to meet the first written statemenmt of a defendant (during the Mahommedan reign in India.

[ଦ୍ରଷ୍ଟବ୍ୟ —ପୂର୍ବେ ମୁସଲମାନ୍ ରାଜତ୍ୱରେ କାଜୀଙ୍କ ଅଦାଲତର ପ୍ରଥମେ ବାଦୀ ଆରଜି ଦାଖଲ କରୁଥିଲା, ତହିଁର ଉତ୍ତରରେ ପ୍ରତିବାଦୀ ଜବାବ୍ ଦାଖଲ କରୁଥିଲା ତହିଁର ଉତ୍ତରରେ ବାଦି ପୁଣି ରଦ୍ ଜବାବ ଦାଖଲ କରୁଥିଲା ଏଥିର ଉତ୍ତରରେ ପ୍ରତିବାଦୀ ପୁଣି 'କନ୍ଦ ଜବାବ' ଦାଖଲ କରୁଥିଲା ଏତିର ଶେଷ ଉତ୍ତରରେ ବାଦୀ ଶେଷ ଥର 'ହଦ୍ ଜବାବ୍' ଦାଖଲ କରୁଥିଲା ଏହିଠାରୁ ବାଦୀ ପ୍ରତି— ବାଦୀଙ୍କର ଉକ୍ତି ପ୍ରତ୍ୟୁକ୍ତିର ଶେଷ ହୋଇ ମକଦମାର ବିଚାର ଆରମ୍ଭ ହୋଇ ପ୍ରମାଣ ନିଆ ଯାଉତିଲା ବର୍ତ୍ତମାନ ଇଂରାଜି ପ୍ରତିଷ୍ଠିତ ଅଦାଲତରେ ଅର୍ଜି ଓ ଜବାବ୍ ଛଡ଼ା ବାଦୀ ପ୍ରତିବାଦୀଙ୍କ ମଧ୍ୟରେ ଉକ୍ତି ପ୍ରତ୍ୟୁକ୍ତି ପ୍ରଶ୍ନ (Interrogatory)ଦ୍ୱାରା ଚଳେ]