ରନ୍ତି ଦେବ
ଦେଖଣା
ରନ୍ତି ଦେବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରନ୍ତି=କ୍ରୀଡ଼ାକାରୀ ଯେ ଦେବ; କର୍ମଧା)
[ସମ୍ପାଦନା]- ୧. ବିଷ୍ଣୁ —୧. Bishṇu.
- ୨. ଶଶିଦେବ; ରାଜା ସାଙ୍କୃତି ଦେବଙ୍କ ପୁତ୍ର ଚନ୍ଦ୍ରବଂଶୀୟ ନୃପତି ବିଶେଷ — ୨. Name of a king of the acient lunar dynasty of India.
[ଦ୍ରଷ୍ଟବ୍ୟ — 'ଦଶପୁର' ନାମକ ରାଜ୍ୟର ରାଜା ଥିଲେ ଓ ଚର୍ମଶ୍ୱତୀ ନଦୀ ଏହାଙ୍କର କୀର୍ତ୍ତି ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି ଚର୍ମଣ୍ୱତୀ ନଦୀ ରନ୍ତି ଦେବଙ୍କ କୀର୍ତ୍ତି ଥିବା ବିଷୟ ମଧ୍ୟ ମେଘଦୂତର ପୂର୍ବ ମେଘର ୪୬: ଶ୍ଳୋକରେ ବର୍ଣ୍ଣିତ ଅଛି ମହାରାଜ ରନ୍ତିଦେବ ସହସ୍ର ସହସ୍ର ବୃଷ ହତ୍ୟା କରି ଅତିଥି ବ୍ରହ୍ମଣମାନଙ୍କୁ ଖୁଆଉ ଥିଲେ ଏହି ହତବୃଷମାନଙ୍କ ଚର୍ମନିଃସୃତ ଶୋଣିତରୁ ଚର୍ମଣ୍ୱତୀ (ଆଧୁନିକ ପଞ୍ଜାବର ଚମ୍ୱଲ) ନଦୀ ଉତ୍ପନ୍ନ ହୋଇଥିଲା]
- ୩. କୁକ୍କୁର —୩. The dog.