ରବି ଅନ୍ତର
ରବି ଅନ୍ତର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ଜ୍ୟୋତିଷ) ଜାତକର ଗଣନା ଅନୁସାରେ ଅନ୍ୟାନ୍ୟ ଗ୍ରହମାନଙ୍କର ଏବଂ ରବିଙ୍କର ମହାଦଶା ପଡ଼ିବା ସମୟ ମଧ୍ୟରେ ରବିଙ୍କର ଯୋଗକାଳୀନ ଅନ୍ତର୍ଦଶା — Intervention of the planet Rabi while the other Mahādaṡās are in operation in a person's life.
[ଦ୍ରଷ୍ଟବ୍ୟ —ଅନ୍ତର୍ଦ୍ଦଶାର ଚିହ୍ନ=]
ରଽର=ରବି ମହାଦଶା ମଧ୍ୟରେ ରବିଙ୍କର ଅନ୍ତର୍ଦ୍ଦଶାର କାଳ ୨ ଦିନ ମାତ୍ର ଏହି ଅନ୍ତରର୍ଦ୍ଦଶା ଦୁଃଖପ୍ରଦ
ଚଽର=ଚନ୍ଦ୍ର ମହାଦଶା ମଧ୍ୟରେ ରବିଙ୍କର ଅନ୍ତର୍ଦ୍ଦଶା ୧ ମାସ, ଫଳ—ରାଜାନୁଗ୍ରହଲାଭ, ଧନଲାଭ ଓ ସୁଖ ଲାଭ
ମଽର=ମଙ୍ଗଳ ମହାଦଶା ମଧ୍ୟରେ ରବିଙ୍କ ଅନ୍ତର୍ଦ୍ଦଶା ୫ ମାସ ୧ ଦିନ; ଫଳ—ଅର୍ଥଲାଭ ରାଜ ସମ୍ମାନ ସ୍ତ୍ରୀଲାଭ ଓ ପଦବୃଦ୍ଧି
ବୁଽର=ବୁଧ ମହାଦଶାରେ ରବିଙ୍କ ଅନ୍ତର୍ଦ୍ଦଶା ୧୧: ମାସ ୧ ଦୁନ; ଫଳ—ପରଧନଲାଭ, ଯଶାଲାଭ, ଶ୍ରୀଲାଭ ଓ ବାହନଲାଭ
ଶଽର=ଶନି ମହାଦଶାରେ ରବି ଅନ୍ତର୍ଗତ ୬ମାସ ୨ ଦିନ; ଫଳ—ଧନପୁତ୍ରବଳନାଶ, ଦୁଃଖବୃଦ୍ଧି ଓ ଜୀବନନାଶ
ବୁଽର=ବୃହସ୍ପତି ମହାଦଶାରେ ରବି ଅନ୍ତର୍ଦ୍ଦଶା ୧ ବର୍ଷ ୨ ଦିନ; ଫଳ—ମିତ୍ରଲାଭ ଧନାଗମ, ସ୍ତ୍ରୀଲାଭ ଓ ରାଜସମ୍ମାନ ଲାଭ(ମତାନ୍ତରରେ ଶତ୍ରୁପୀଡ଼ା ଚୌର ଭୟ ଓ ରୋଗ
ରାଽର, କେଽର =ରାହୁ ବା କେତୁ ମହାଦେଶରେ ରବି ଅନ୍ତର୍ଦ୍ଦଶା ୮ମାସ;ଫଳ—ଶତ୍ରୁଭୟ, ରୋଗ, ଅର୍ଥନାଶ
ଶୁଽର=ଶୁକ୍ର ମହାଦଶାରେ ରବି ଅନ୍ତର୍ଦ୍ଦଶା ୧ବର୍ଷ ୨ମାସ; ଫଳ—ଚକ୍ଷୂରୋଗ, ବନ୍ଧନ, ମହାଭୟ ଓ ଅମଙ୍ଗଳ