Jump to content

ରବି ଚକ୍ର

ଉଇକିଅଭିଧାନ‌ରୁ

ରବି ଚକ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (ଜ୍ୟୋତିଷ)

[ସମ୍ପାଦନା]

ଜାତଚକ୍ର; ଡିମ୍ଭଚକ୍ର; ଜାତକରେ ସୌରଗ୍ରହର ଫଳ ଗଣନାର୍ଥ ମନୁଷ୍ୟାକାରରେ ଚିତ୍ରିତ ଚକ୍ର —An astrological circle drawn in the shape of a human figure from a person's joroscope.

[ଦ୍ରଷ୍ଟବ୍ୟ —ମନୁଷ୍ୟର ଜନ୍ମ କାଳରେ ରବିଗ୍ରହ ଯେଉଁ ନକ୍ଷତ୍ରରେ ଥାଆନ୍ତି ସେହି ନକ୍ଷତ୍ରରୁ ଆରମ୍ଭ କରି ଯଥାକ୍ରମେ ୨୭:ଟି ନକ୍ଷତ୍ରରୁ ଉକ୍ତ ମନୁଷ୍ୟର ଦେହର ଭିନ୍ନ ଭିନ୍ନ ସ୍ଥାନରେ ନିବେଶିତ କରି ମନୁଷ୍ୟ ଜୀବନର ଶିଭାଶୁଭ ନିର୍ଣ୍ଣୟ କରାଯାଏ

ଜାତକରେ ଜନ୍ମକାଳୀନ ରବିଭୋଗ୍ୟ ନକ୍ଷତ୍ରଠାରୁ ଆରମ୍ଭ କରି ଉକ୍ତ ଚକ୍ରର ନିମ୍ନ ଲିଖିତ ସ୍ଥାନମାନଙ୍କରେ ନକ୍ଷତ୍ରମାନଙ୍କୁ ଯଥାକ୍ରମେ ନିମ୍ନଲିଖିତ ମତେ ସ୍ଥାପନ କରାଯାଏ ଓ ତଦନୁସାରେ ବ୍ୟକ୍ତିର ଶୁଭାଶୁଭ ସ୍ଥିର କରାଯାଏ ଯଥା—

ମସ୍ତରକରେ ୩ ଫଳ—ରାଜପୂର୍ଜ୍ୟ, ସୁଖୀ

ମୁଖରେ ୩—ମିଷ୍ଟାନ୍ନଭୋଜୀ, ବାକ୍ପଟୁ

ବାମସ୍ୱନ୍ଧର୧ଦକ୍ଷିଣସ୍ୱନ୍ଧରେ୧ ଧନପତି

ବାମବାହୁ୧ ଦକ୍ଷିଣବାହୁ୧ ସ୍ଥାନଭ୍ରଷ୍ଟ

ବାମହସ୍ତ୧ ଦକ୍ଷିଣହସ୍ତ୧ ଚୋର

ହୃଦୟରେ ୫—ରାଜା, ଧନୀ

ନାଭି୧—ଅଳ୍ପରେ ସନ୍ତୁଷ୍ଟ

ଗୁହ୍ୟ୧—ପରଦାରାନୁରକ୍ତ

ବାମଜାନୁ୧ ଦକ୍ଷିଣଜାନୁ୧ ବିଦେଶଗାମୀ

ବାମପାଦ୩ ଦକ୍ଷିଣପାଦ୩ ଅଳ୍ପାବାୟୁ ମୋଟ ୨୭: ନକ୍ଷତ୍ର]

୨. (ଜ୍ୟୋତିଷ)—ସଂକ୍ରାନ୍ତି ସଞ୍ଚାର ଗଣକ ଅନୁସାରେ କଳ୍ପିତ ନରରୂପ; ସଂକ୍ରାନ୍ତି ପୁରୁଷଚକ୍ର; ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟଯେଉଁ ନକ୍ଷତ୍ରରେ ଚଳି ଥାଆନ୍ତି ସେହି ନକ୍ଷତ୍ରରୁ ଆରମ୍ଭ କରି ଭିନ୍ନ ଭିନ୍ନ ସଂକ୍ରାନ୍ତି ଚଳନ ଅନୁସାରେ ଶାସ୍ତ୍ରଲିଖିତ ଭିନ୍ନ ଭିନ୍ନ କ୍ରମରେ ପୁରୁଷ ଚକ୍ରରେ ନକ୍ଷତ୍ର ମାନ ସ୍ଥାପନ କରି ଆଗାମୀ ମାସରେ ତତ୍ତତ୍ ନକ୍ଷତ୍ରଜାତ ବ୍ୟକ୍ତିମାନଙ୍କର ଶୁଭାଶୁଭ ଫଳ ନିର୍ଣ୍ଣାୟରକ ଚକ୍ର —(astrology) The figure of a man on which are noted the
୨୭ lunar mansions in different orders from which the future of a person for the following month can be deduced.

[ଦ୍ରଷ୍ଟବ୍ୟ —ଗୋଟିଏ ଉଦାହରଣ— ମୂର୍ଦ୍ଧାରେ ୭ଟି ନକ୍ଷତ୍ର—ଉଳ ରାଜପୂଜା ମୁଖରେ୩ଟି " " ବିଦ୍ୟାଲାଭ, ପଟୁଳା ହୃଦୟରେ ୫ " " ଧନଲାଭ ଓ ସଞ୍ଚୟ ଦକ୍ଷିଣ ହସ୍ତରେ୩ " " ଅର୍ଥପ୍ରାପ୍ତି, ଭିକ୍ଷାଲାଭ ବାମହସ୍ତରେ ୩ " " ଦୁଃଖୁପ୍ରବାସ ଦକ୍ଷିଣପାଦରେ ୩ " " ସୁଖ ବାମପାଦରେ ୩ " " ଭ୍ରମଣ କୌଣସି କୌଣସି ସଂକ୍ରାନ୍ତିରେ ନେତ୍ର ଓ ଗୃହ୍ୟରେ ମଧ୍ୟ ନିକ୍ଷତ୍ରମାନ ସନ୍ନିବେଶିତ]