Jump to content

ରବି ଦଶା

ଉଇକିଅଭିଧାନ‌ରୁ

ରବି ଦଶା

ଉଚ୍ଚାରଣ

[ସମ୍ପାଦନା]

[ରବିମହାଦଶା—ଅନ୍ୟରୂପ]

ସଂସ୍କୃତ - ବି [ଜ୍ୟୋତିଷ]

[ସମ୍ପାଦନା]

ଉତ୍କଳ ଦେଶ ପ୍ରଚଳିତ କେରଳୀୟ ୯ ଗୋଟି ଦଶା ଗଣନା ଅନୁସାରେ ରବିଗ୍ରହଙ୍କ ଭୋଗ; ଜାତକର ଗଣନା ଅନୁସାରେ ମନୁଷ୍ୟର ପରମାୟୂ କାଳରେ ଘଟିବା ରବିଗ୍ରହର ରାଜତ୍ୱକାଳ —(astrology) A period of ୬ years which comes in a person's life of ୧୨୦ years, calculated according to the Keraḻa school of astrology prevalent in Orissa.

[ଦ୍ରଷ୍ଟବ୍ୟ —"ଈନ ଶଶି କୁଜରାହୁ ଜୀବମନ୍ଦଜ୍ଞ କେତୁ ଭାଗବା ଇତି ନାବାନାଂ ବୃତ୍ତକାଦି କ୍ରମେଣ" ଏହି ବଚନ ଅନୁସାରେ କୃତ୍ତିକା ନକ୍ଷତ୍ରଠାରୁ ଆରମ୍ଭ କରି ୩ ଥର ଆବର୍ତ୍ତନ କରି ଗଣନା କଲେ ୨୭: ନକ୍ଷତ୍ରରେ ୯ ଗୋଟି ଦଶା ନିମ୍ନିଲିଖିତ ରୂପେ ଗଣନା କରାଯାଏ

ରବିଦଶା ୬ ବର୍ଷ

ଚନ୍ଦ୍ର ଦଶା ୧ ବର୍ଷ

ମଙ୍ଗଳ ଦଶା ୭ ବର୍ଷ

ରାହୁ ଦଶା ୧୮: ବର୍ଷ

ବୃହସ୍ପତି ଦଶା୧୬: ବର୍ଷ

ଶନି ଦଶା ୧୯: ବର୍ଷ

ବୁଧ ଦଶା ୧୭: ବର୍ଷ

କେତୁ ଦଶା୭ ବର୍ଷ

ଶୁକ୍ର ଦଶା ୨ ବର୍ଷ ୧୨: ବର୍ଷ

ବୃହଜ୍ମାତକ ଗ୍ରନ୍ଥ ମତରେ ରବି ଦଶାରେ ମନୁଷ୍ୟ ନଖ, ଦନ୍ତ, ଚର୍ମ, ସୁବର୍ଣ୍ଣ,କ୍ରୁରକର୍ମ, ପଥ ଓ ଭୂପତି ପ୍ରଭୃତିଙ୍କଦ୍ୱାରା ଧନ ଲାଭ କରେ ଓ ତାହାର ତୀକ୍ଷ୍ଣତା, ଧୈର୍ଯ୍ୟ, ଉଦ୍ୟମ କୀର୍ତ୍ତୀ, ଓ ପ୍ରତାପ ବୃଦ୍ଧି ହୁଏ; କିନ୍ତୁ ପୁତ୍ର, କଳତ୍ର, ଧନ ଅରି, ଅସ୍ତ୍ର, ଅନଳ ଓ ଭୁପାଳଙ୍କଦ୍ୱାରା ଆପଦ୍ଗ୍ରସ୍ତ ହୁଏ ଏବଂ ପାପକାର୍ପଯ୍ୟରେ ଆସକ୍ତି, ଭାତ୍ୟ ସଙ୍ଗେ କଳହ, ହୃଦୟରେ ଓ ଅଙ୍କରେ ରୋଗ ହୁଏ ସ୍ଥୂଳତା ରବିଦଶା ଅଶୁଭକର ଅଟେ

ରଽର (ରବି ଦଶାରେ ରବି ଅନ୍ତର) ଅଶୁଭଫଳ—ପୀଡ଼ା, ହାନି, ଭୋଗକାଳ ୩ମାସ ୧୮: ଦିନ ରଽଚ—ଶୁଭ, ଶୁକ୍ରଜୟ, ଧନଲାଭ, ରୋଗଶାନ୍ତି "୬ମାସ ରଽମ—ଶୁଭ, ଧନଲାଭ, ଜୟଲାଭ "ମା ୪୬: ଦିନ ରଽରା—ଅଶୁଭ, ପୀଡ଼ା, ହାନି "ମା ୧୨୩: ଦିନ ରଽବୃ—ଲକ୍ଷ୍ମୀବୃଦ୍ଧି, ଧର୍ମବିଦ୍ଧି, ପୁତ୍ରଲାଭ "ମା ୯୧୪: ଦିନ ରଽଶ—ଅଶୁଭ, ଅର୍ଥହାନି, ପରାଜୟ, କାର୍ଯ୍ୟହାନି "ମା ୧୧୧୨: ଦିନ ରଽବୁ—ଅଶୁଭ, ପୀଡ଼ା ଧନହାନି "ମା୧୬: ଦିନ ରଽକେ—ଅଶୁଭ, ଦେଶତ୍ୟାଗ, ବନ୍ଧୁନାଶ, ଧନକ୍ଷୟ, ପଦଚ୍ୟୁତି, ବ୍ୟାଧି "୪୬: ଦିନ ରଽଶୁ—ଶୁଭ; ଧନପ୍ରାପ୍ତି, ରୋଗଶଙ୍କା " ବ ୧ : ମୋଟ ୬ ବର୍ଷ ମତାନ୍ତରେ ରଽର ୪ ମାସ ରଽଚ ୧ ମାସ ରଽମ ମା ୫/୧ ଦିନ ରଽମ ମା୫୧: ଦିନ ରଽବୁ ମା ୧୧୧: ଦିନ ରଽଶ ମା ୬୨: ଦିନ ରଽବୃ ବ୧//୨: ଦିନ ରର଼ରା ଓ କେ ୮ମାସ ରଽଶୁ ୧୨: ମାସ ମାଟ ୬ବର୍ଷ


ଏହି ଅନ୍ତର୍ଦ୍ଦଶମାନଙ୍କରେ ମଧ୍ୟ ପୁଣି ଗ୍ରହମାନଙ୍କର ପ୍ରତ୍ୟନ୍ତର୍ଦ୍ଦଶାଭୋଗର ଭିନ୍ନ ଭିନ୍ନ ଫଳ ଅଛି

ମନୁଷ୍ୟ କୃତ୍ତିକା, ରୋହିଣୀ ଓ ମୃଗଶିରା ନକ୍ଷତ୍ରରେ ଜନ୍ମଲାଭ କଲେ ମନୁଷ୍ୟର ରବିଦଶାରେ ଜନ୍ମ ହୋଇଅଛି ବୋଲି ଜାଣିବାକୁ ହେବ]