ରବୀନ୍ଦ୍ର ନାଥ
ରବୀନ୍ଦ୍ର ନାଥ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
(ରବୀନ୍ଦ୍ରନାଥ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ନାମ)ଆଧୁନିକ ଯୁଗର ଭାରତ ଓ ପୃଥିବୀ ===
ବିଖ୍ୟ୍ୟାତ ବଙ୍ଗୀୟ କବୀନ୍ଦ୍ର —The freat world-renowned poet of Bengal of the present age.
[ଦ୍ରଷ୍ଟବ୍ୟ —ଏ କଲିକତା ଜମିଦାର ବଂଶର ମହର୍ଷି ଦେବେନ୍ଦ୍ରନାଥ ଠାକୁରଙ୍କର କନିଷ୍ଠ ପୁତ୍ର; ଜନ୍ମ ୧୮୬: ସାଲ ଏ ପଞ୍ଚମ ବର୍ଷ ବୟସରି ଗୀତ ବୋଲି ପାରୁଥିଲେ ଓ ୯ମ ବର୍ଷ ବୟସରୁ କବିତା ରଚନା କରୁଥିଲେ ଗୀତି— କାବ୍ୟ, କବିତା, ନାଟକ, ଉପନ୍ୟାସ, ପ୍ରହସନ, ଗଦ୍ୟରଚନା, ସଂବାଦ ପତ୍ରର ସମ୍ପାଦକତ୍ୱ ଓ ପ୍ରବନ୍ଧାଦି ରଚନାରେ ଏ ପୃଥିବୀ ବ୍ୟାପୀ ପ୍ରତିଷ୍ଠା ଲାଭ କରିଅଛନ୍ତି ଏ ଯେପରି ସାହିତ୍ୟ ସେବୀ ସେହିପରି ସ୍ୱଦେଶଭକ୍ତ ଏ ନିଜର ଜମିଦାରି କଲିକତା ନିକଟସ୍ଥ ବୋଲପୁରରେ 'ବିଶ୍ୱଭାରତୀ' ନାମରେ ଗୋଟିଏ ବୈଶ୍ୱଜନିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାବ୍ରତରେ ବ୍ରତୀ ହୋଇଅଛନ୍ତି ଏ ସଭ୍ୟ ଜଗତରେ ପ୍ରଧାନ ଶିକ୍ଷାଗୁରୁ ମଧ୍ୟରେ ଗଣ୍ୟ ହୋଇଅଛନ୍ତିଏହାଙ୍କ କବିତା ପୃଥିବୀର ସର୍ବୋତ୍କୃଷ୍ଟ ନୋବେଲ୍ ପୁରସ୍କାର ପାଇଅଛି ଏହାଙ୍କ ପୁସ୍ତକମାନ ଇଂରାଜି, ଫ୍ରେଞ୍ଚ, ଜର୍ମାନ୍, ଓ ଜାପାନୀ ଆଦି ଭାଷାରେ ଅନୁଦିତ ହୋଇ ପୃଥିବୀରେ ଆଦୃତ ହୋଇଅଛି]