Jump to content

ରମ୍ଭା

ଉଇକିଅଭିଧାନ‌ରୁ

ରମ୍ଭା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରନ୍ଭ ଧାତୁ+ଅ+କର୍ତ୍ତୃ ଆ)

[ସମ୍ପାଦନା]

କଦଳୀ —୧. Plantain; banana.

୨. ଅପ୍ସରୋ ବିଶେଷ —୨. Name of a heavenly nymph.

(ଉ—(୧+୨: ) ଚତ୍ୱରରେ ଦିଶେ ରମ୍ଭା ଶୁକଳାପେ ମତ୍ତ—ଗୋଲୋକ—ଇନ୍ଦୁରେଖା)

[ଦ୍ରଷ୍ଟବ୍ୟ —ଏକଦା ରମ୍ଭା କୁବେର ତନୟ ନଳକୁବରଙ୍କ ନିକଟ ଗମନ କରୁଥିବା ଅବସ୍ଥାରେ ଲଙ୍କେଶ୍ୱର ରାବଣ ବାଟରେ ତାହାକୁ ବଳପୂର୍ବକ ଧରି ଧର୍ଷଣ କଲେ ପରେ ରମ୍ଭା ଏ ବିଷୟ ନଳକୁବରଙ୍କୁ ଜଣାଇବାରୁ ନଳକୁବର ଅଭିଶାପ ଦେଲେ ଯେ ଅତଃପର ରାବଣ କୌଣସି ସ୍ତ୍ରୀକୁ ତାହା ଇଚ୍ଛା ବିରୁଦ୍ଧରେ ରମଣ କରି ପାରିବେ ନାହିଁ କଲେ ତତ୍କ୍ଷଣାତ୍ ପଞ୍ଚତ୍ୱ ପ୍ରାପ୍ତ ହେବେ ଏହି କାରଣରୁ ସୀତାଙ୍କୁ ରାବଣ ବଳପୂର୍ବ୍ୱକ ହରଣ କରି ନେଇଥିଲେ ମଧ୍ୟ ସୀତା ରାବଣ— ହସ୍ତରୁ ଆପଣାର ସତୀତ୍ୱ ରକ୍ଷା କରିବାକୁ ସମର୍ଥା ହୋଇଥିଲେ

ମହାଦେବଙ୍କଠାରୁ ବ୍ରହ୍ମା ସଙ୍ଗୀତ ବିଦ୍ୟା ପ୍ରାପ୍ତ ହୋଇ ତାହା ପ୍ରଥମେ ଯେଉଁ ପାଞ୍ଚ ଜଣଙ୍କୁ ଶିକ୍ଷା ଦେଇଥିଲେ ତହିଁ ମଧ୍ୟରୁ ରମ୍ଭା ଜଣେ ବୋଲି ପୁରାଣରେ କଥିତ]

୩. ଗୌରୀ; ଦେବୀ ବିଶେଷ —୩. Name of a Goddess.
୪. ଗୋଧ୍ୱନି; ହମ୍ୱାରବ —୪. The lowing of a cow.
୫. ବେଶ୍ୟା; ବାରାଙ୍ଗନା —୫. Prostitute.
୬. ଉତ୍ତର ଦିଗ —୬. The north.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ଗଛ ମନକୁ ମଞ୍ଜି ପଡ଼ି ବିନା ଯତ୍ନରେ ଉଠିଥାଏ —(a plant) Growing without man's sowing.

(ଯଥା—ରମ୍ଭା କଖାରୁ ଗଛ; ରମ୍ଭା ଲାଉ ଗଛ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚିଲିକା ହ୍ରଦକୂଳସ୍ଥ ଗଞ୍ଜାମ ଜିଲ୍ଲାର ଗୋଟିଏ ବଡ଼ଗ୍ରାମ ଓ ରେଲଷ୍ଟେଶନ —୧. Rambhā, a small town on the Lake Chilka in the Ganjam district.

[ଦ୍ରଷ୍ଟବ୍ୟ —ଏଠାରେ ଖଲ୍ଲିକୋଟ ରାଜାଙ୍କ ଗ୍ରୀଷ୍ମ ନିବାସ ପ୍ରସାଦ ଅଛି ପୂର୍ବେ ଏହା ଚିଲିକାର ଗୋଟିଏ ବନ୍ଦର ଥିଲା]

୨. ଗଞ୍ଜାମର ପ୍ରସିଦ୍ଧ ପର୍ବତ —୨. A famous mountain in the Ganjam, district.

[ଉ—ସୌର କରୋଦ୍ଭାସୀ ନୀଳ ରମ୍ଭା ନାସୀ ରାଧାନାଥ ଚିଲିକା]

୩. ସ୍ତ୍ରୀ ଲୋକଙ୍କ ନାମ —୩. A name given to females.