ରସାଣ
ଦେଖଣା
ରସାଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ରସଲେପନ ବା ରସାୟନ; ପ୍ରା. ରୋସାଅଣ)
[ସମ୍ପାଦନା]- ୧. ରସରେ ସିକ୍ତ କରିବା —୧. Moistening With Rasa.
- ୨. ଧାତୁ ଦ୍ରବ୍ୟକୁ ଲେପଦ୍ୱାରା ଉଜ୍ୱଳୀକରଣ; ଅଳଙ୍କାରକୁ ରଙ୍ଗ କରାଇବା —୨. Process of gilding metal.
- ୩. ଉଜ୍ଜ୍ୱଳୀକରଣ —୩. Process of brightening or burnishing.
- ୪. ମାଜିବା; ପାଲିସ୍ କରିବା —୪. polishing.
- ୫. ସୂର୍ଣ୍ଣ ଓ ରୌପ୍ୟ ଅଲଙ୍କାରକୁ ଉଜ୍ଜ୍ୱଳକରଣାର୍ଥ ବ୍ୟବହୃତ ଲେପ (ସୋରା, ଫିଟିକରି, ଗନ୍ଧକାଦି ମିଶ୍ରିତ ଦ୍ରବ) —୫. A paste prepared for brightening gold and silver ornaments.
[ଉ—ରସାଣିଛି ପୁଣି ଶୋକ ସେ ମୂରତି ମଧୁର ସ୍ନିଗ୍ଧ ରସାଣେ ରାଧାନାଥ. ପାର୍ବତୀ]
- ୬. ସୁନା ଅଳଙ୍କାରକୁ ପୋଡ଼ି ଧୋଇ ତା ଉପରେ ଦେବା ଲେପ —୬. A coating or layer put on ornaments after burning and washing them.
- ୭. ସୁନାକୁ ଘଷି ଉଜ୍ଜ୍ୱଳ କରିବା ପଥର —୭. Agate used in polishing gold.
[ଉ—ସ୍ୱଦ୍ଭାବେ ସୁବର୍ଣ୍ଣ, ଯୌବନ ହେଲା ଯୋଗ୍ୟ ରସାଣ ରାଧାନାଥ. ଚନ୍ଦ୍ରଭାଗା]
- ୮. ଲେପ —୮. Plaster;layer; coating.
- ୯. ଆର୍ଦ୍ରକରଣ —୯. Moistening.
- ୧. ରସାୟନ —୧୦. Medical chemistry relating to metals; alchemy.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ରସୁଆ; ରସମୟ —୧. Juicy.
- ୨. ରସାଣିତ;ଶାଣିତ —୨. Sharpened.
[ଉ—ବୋଲି, ରସାଣ ହେମାଙ୍ଗୀ ପାଷାଣଁ କରାଇ ଭଞ୍ଜ ବୈଦେହୀଶବିଳାସ]