Jump to content

ରସାଳା

ଉଇକିଅଭିଧାନ‌ରୁ

ରସାଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରସାଳ+ଆ)

[ସମ୍ପାଦନା]

ରସାଳର ସ୍ତ୍ରୀଲିଙ୍ଗ — Feminine of Rasāḻa.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରସନା; ଜିହ୍ୱା —୧. Tongue.
୨. ଦୁର୍ବା —୨. The Doob grass; panicum Dactylon; Cynodon Dactylon.
୩. ଶାଳପର୍ଣ୍ଣୀ —୩. A shrub; Hedysarum Gangeticum.
୪. ଦ୍ରାକ୍ଷା; ଅଙ୍ଗୁର ଫଳ —୪. Grape.
୫. ଦହିରେ ପ୍ରସ୍ତୁତ ପେୟବିଶେଷ; ଶିଖରିଣୀ —୫. A sort of sweet drink made from curd.

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ରମତରେ ଜଳଶୂନ୍ୟ ଦଧି ୮ ସେର, ଚିନି ୪ ସେର ଓ ଦୁଧ ୬ ସେର ଏକତ୍ର ମିଶାଇ ତହିଁସଙ୍ଗେ ମରିଚ, ଲବଙ୍ଗ, ଅଲାଇଚ ଓ କର୍ପୂପଗୁଣ୍ଡା ମିଶାଇଲେରେ ରସାଳା ହୁଏ କିମ୍ୱା ଦଧି ୪ ସେର, ଚିନି ୨ ସେର, ମଧୁ ଦୁଇ ଛଟାଙ୍କି, ଘିଅ ଦୁଇ ଛଟାଙ୍କି, ଶୁଣ୍ଠିଗୁଣ୍ଡା ଅଧୋତୋଳା, ଅଳାଇଚ ଗୁଣ୍ଡା ଅଧ ତୋଳା, ମରିଚଚୂର୍ଣ୍ଣ ଦୁଇ ତୋଳା ଓ ଲବଙ୍ଗଚୂର୍ଣ୍ଣ ଦୁଇ ତୋଳା ଏକତ୍ର ମିଶାଇ ତାକୁ ଛାଣି ମୃଗନାଭି ଓ କର୍ପୂରଦ୍ୱାରା ସ୍ୱବାସିତ କରି ରସାଳା କରାଯାଏ ଏହା ଅମ୍ଳମଧୁର— ରସ, ଶୀତଳ, ସାରକ, ଅଗ୍ନିବର୍ଦ୍ଧକ, ପୁଷ୍ଟିକର,ଶୁକ୍ର— ବର୍ଦ୍ଧକ, ସ୍ନିଗ୍ଧ ଓ ବାତ ପିତ୍ତ, ଦାହ, ତୃଷ୍ଣା, ରକ୍ତ ପିତ୍ତ, ପ୍ରତିଶ୍ୟାୟାଦିନାଶକ ରତିଶ୍ରାନ୍ତ ଓ ପର୍ଯ୍ୟଟନକ୍ଳାନ୍ତ ବ୍ୟକ୍ତି ପକ୍ଷରେ ଏହା ବିଶେଷ ହିତକର ]

୬. ସୁମଧୁର ଲେହ୍ୟବିଶେଷ; ଚଟୁଣି —୬. A sort of delicacy or pickle to be licked.
୭. ଭୂଇଁକଖାରୁ (ହିନ୍ଦୀ - ଶ) ୭. A kind of yam.