Jump to content

ରସିବା

ଉଇକିଅଭିଧାନ‌ରୁ

ରସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ରସ)

[ସମ୍ପାଦନା]
୧. ରସଯୁକ୍ତ ହେବା —୧. To become juicy or luscious.
୨. (ଫଳ ଆଦି) ଲସିବା; ପାଚିବାରୁ ଲତପତ ହେବା —୨. To become soft or flaccid (said of fruits when ripe).
୩. ଜଳଯୁକ୍ତ ହେବା —୩. To become watery.

[ଯଥା—ବର୍ଷାଦିନେ ଲୁଣ ରସିଯାଏ]

୪. ଆର୍ଦ୍ର ହେବା — ୪. To become moistened.
୫. ଅନୁରାଗୀ ହେବା —୫. To become fond of.

[ଉ— ସୁଲୋହିତ ପ୍ରାଚୀ ଦିଶିକି ରସି ଶଶୀ ଉଦିତ ଗୋଲୋକ—ଇନ୍ଦୁରେଖା]

୬. ଆସକ୍ତ ହେବା; କୌଣସି ବିଷୟ— ବା ବ୍ୟକ୍ତି ପ୍ରତି ଅନରକ୍ତ ହେବା —୬. To be attached to or enamoured of (a person or thing).

[ଉ—ଜଳନ୍ତର ପୁରନ୍ଦର ଚାଟୁ ଜଳପାରେ ରସିଲା ରସିଲା ରସକୁତୃହଳ ପାରେ କବିସୂର୍ଯ୍ୟ—ସଙ୍ଗୀତ]

୭. ପ୍ରେମାର୍ଦ୍ର ହେବା —୭. To be affected or smitten with love.

[ଉ— ଭ୍ରମର ! ରସନାଁରେ, ଏ ଫୁଲେ ବସନାଁରେ , କେତକୀ, କେତକୀରେ କେତକୀ ସଙ୍ଗୀତ]

୮. ଅନୁରାଗ ବା ସ୍ନେହ ପ୍ରକାଶ କରିବା —୮. To express one's love or affection; to give vent to one's affection or love.

[ଉ—ତଥାପି ତ ତିଳେ ହେଲେ ତୋ ସ୍ନେହ ନ ରସିଲାରେ କବିସୂର୍ଯ୍ୟ କିଶୋରୀଚମ୍ପୂ. ତ ଗୀତା]

୯. ରମିବା; ଭମଣ କରିବା —୯. To cohabit


[ଉ—ପୁରୁଷେ ପରଦାରା ରସି, ଯାହାଟି ସେବନ୍ତି ତୁଳସୀ ଭୁପତି ପ୍ରେମପଞ୍ଚାମୃତ ]

୧. ଆନନ୍ଦିତ ହେବା —୧୦. To be glad.

[ ଉ—ସେ ଜଳ ଦେଖି ବଣିଜାରୁଏ ରସିଲେ କୃଷ୍ଣସିଂହ ମହାଭାରତ ବନ ]

୧୧. ମନ ବଳାଇବା; ଲୋଭ କରିବା; ପସନ୍ଦ କରିବା —୧୧. To love; to like; to prefer.

[ଉ— ଚିନ୍ତାମଣି ଥାଉଁ ଥାଉଁ କେ ରସେ ରୂପାରେ କବିସୂର୍ଯ୍ୟ.ସଙ୍ଗୀତ ]

୧୨. ମଗ୍ନ ହେବା; ଲିପ୍ତ ହେବା — ୧୨. To be deeply engaged in.

[ଉ—ପୂର୍ବେ ଧର୍ମ ନିଜ ନାମରେ ତୀର୍ଥ କଲେ, ତହିଁ ବସିକରିଣ ତପରେ ରସିଲେ କୃଷ୍ଣସିଂହ ମହାଭାରତ. ବନ]